ଏଚଆଇଭି/ଏଡସ

ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ

ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ୱାରା ହୁଏ[୧][୨][୩] । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍‌ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ ।[୪] ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୫] ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତ‌ଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ ।[୪] ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ ।[୫] ଏହି ସମୟରେ ଓଜନ ହ୍ରାସ ହୁଏ ।[୫]

ଏଚଆଇଭି/ଏଡସ
A red ribbon in the shape of a bow
ଏଚଆଇଭି ଧନାତ୍ମକ ଲୋକ ଓ ଏଡ୍‌ସ ଥିବା ଲୋକଙ୍କର ସଂହତିର ଚିହ୍ନ ଲାଲ ରିବନ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦Bb20.htm+ b20 20 . – Bb20.htm+ b24 24 .
ଆଇସିଡ଼ି-୯-ସିଏମ୍042-044
ଓଏମ୍‌ଆଇଏମ୍609423
ରୋଗ ଡାଟାବେସ5938
ମେଡ଼ିସିନ-ପ୍ଲସ000594
ଇ-ମେଡ଼ିସିନemerg/253
Patient UKଏଚଆଇଭି/ଏଡସ
MeSHD000163
ଏଚଆଇଭି-ଏଡସ ଭିଡିଓ


ଏଚ୍.ଆଇ.ଭି ମୁଖ୍ୟତଃ ଅସୁରକ୍ଷିତ ଯୌନ କ୍ରିୟା (ସ୍ୱାଭାବିକ ବା ଅସ୍ୱାଭାବିକ ଯୌନ ସମ୍ଭୋଗ), ରକ୍ତ ଟ୍ରାନ୍ସଫ୍ୟୁଜନ, ଇଞ୍ଜେକସନ ଛୁଞ୍ଚି, ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନଦ୍ୱାରା ଏହା ସଂକ୍ରମିତ ହୁଏ ।[୬] ଶରୀର ନିର୍ଗତ ଲୁହ ଓ ଲାଳଦ୍ୱାରା ସଂକ୍ରମଣ ହୁଏ ନାହିଁ ।[୭] । ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ କିନ୍ତୁ ମାତା ଓ ଶିଶୁର ଆଣ୍ଟିରେଟ୍ରୋଭାଇରାଲ୍ ଚିକିତ୍ସା କଲେ ରୋଗର ଗତି ଧୀର ହୋଇଯାଏ ମୃତ୍ୟୁ ସଙ୍କଟ ଓ ଜଟିଳତା କମିଯାଏ ।[୫][୮] ରୋଗ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରାଯାଏ । [୯] ଚିକିତ୍ସା ବିହୁନେ ହାରାହାରି ବଞ୍ଚିବା ସମୟ ପ୍ରାୟ ୧୧ ବର୍ଷ ।[୧୦]

ସନ ୨୦୧୪ରେ ପ୍ରାୟ ୩୬.୯ ନିୟୁତ ଲୋକଙ୍କର ଏଚଆଇଭି ଥିଲା ଓ ଏହା ଫଳରେ ୧.୨ ମୃତ୍ୟୁ ହୋଇଥିଲା ।[୪]ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସବ୍‌-ସାହାରା ଆଫ୍ରିକାରେ ରହୁଥିଲେ । [୪] ଏହି ରୋଗର ଆବିଷ୍କାର ହେବା ଦିନଠାରୁ ସନ ୨୦୧୪ ପର୍ଯ୍ୟନ୍ତ ପୃଥିବୀରେ ୩୯ ନିୟୁତ ମୃତ୍ୟୁ ହୋଇସାରିଛି ।[୧୧] ଏହି ରୋଗକୁ ଅଧୁନା ପାଣ୍ଡେମିକ ଶ୍ରେଣୀରେ ନିଆଯାଉଛି ଯାହାର ଅର୍ଥ ଏହା ଏକ ବିରାଟ କ୍ଷେତ୍ରରେ ଥାଏ ଓ ସକ୍ରିୟ ଭାବରେ ବାପେ ।[୧୨] ଶେଷ ଊନବିଂଶ ଓ ବିଂଶ ଶତାବ୍ଦୀରେ ଏହି ରୋଗ ପଶ୍ଚିମ-ମଧ୍ୟ ଆଫ୍ରିକାରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ।[୧୩] ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନଦ୍ୱାରା ସନ ୧୯୮୧ରେ ଏହି ଚିହ୍ନଟ କରାଯାଇଥିଲା ଓ ପରବର୍ତ୍ତୀ ଶତାବ୍ଦୀର ପ୍ରାରମ୍ଭରେ ଏହାର କାରଣ ଚିହ୍ନଟ ହୋଇଥିଲା ।[୧୪]

ଏଚଆଇଭି/ଏଡ୍‌ସ୍‌ର ସମାଜ ଉପରେ ରୋଗ ହିସାବରେ ଓ ବାଛ ବିଚାର ମୂଳକ ପ୍ରଭାବ ଅଛି ।[୧୫] ଏହାର ମଧ୍ୟ ବିରାଟ ଅର୍ଥନୈତିକ ସଂଘାତ ଅଛି ।[୧୫] ଏହା ସାଧାରଣ ସ୍ପର୍ଶଦ୍ୱାରା ସଞ୍ଚାରିତ ହେବାର ମିଥ୍ୟା ଧାରଣା ଲୋକଙ୍କ ମନରେ ଥାଏ ।[୧୬] ଏହାର ଅନେକ ଧାର୍ମିକ ବିବାଦ ମଧ୍ୟ ଅଛି ଯାହା ମଧରେ କ୍ୟାଥୋଲିକ ଚର୍ଚ୍ଚ କଣ୍ଡୋମ ବ୍ୟବ‌ହାର ବିପକ୍ଷରେ ମତ ଦେଇଥିଲା ।[୧୭] ଏହା ଆନ୍ତର୍ଜାତୀୟ ଡାକ୍ତରୀ ଓ ରାଜନୈତିକ ଧ୍ୟାନ ଆକର୍ଷଣ କରିଥିଲା ଓ ସନ ୧୯୮୦ ପରଠାରୁ ଏହା ନିମନ୍ତେ ବିଶାଳ ଧରଣର ଧନ ଜମା କରାଯାଇଥିଲା ।[୧୮]

ଆଧାର