ଗୁନ୍‌ଗୁନ୍‌

ଓଡ଼ିଆ ଅଭିନେତ୍ରୀ

ଗୁନ୍‌ଗୁନ୍‌ ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଉପସ୍ଥାପିକା । ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓମ୍ ଶାନ୍ତି ଓମ୍‌ରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଗୁନ୍‌ଗୁନ୍ । ସେ ସାକ୍ଷୀ ରହିଲା ଏ ସିଂହଦୁଆର ଚଳଚ୍ଚିତ୍ରରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ । ପରେ ପରେ ପୁପିନ୍ଦର ସିଂଙ୍କ ସ‌ହ କିଛି ଖଟା କିଛି ମିଠାରେ ସେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୧]

ଗୁନ୍‌ଗୁନ୍
ଜନ୍ମ୨୨ ଜୁଲାଇ
ବୃତ୍ତି(ସମୂହ)ଉପସ୍ଥାପିକା
ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୯ରୁ-ଏବେଯାଏଁ

ଗୁନ୍‌ଗୁନ୍ ଜଣେ ଉପସ୍ଥାପିକା ଭାବରେ ଅନେକ ସ୍ଥାନରେ କାମ କରିଛନ୍ତି । ଗୁନ୍‌ଗୁନ୍‌ଙ୍କର ମାଆ ଆକାଶବାଣୀରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କଠାରୁ ଉତ୍ସାହିତ ହୋଇ ଗୁନ୍‌ଗୁନ୍ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ସିଧାପ୍ରସାରଣ କାର୍ଯ୍ୟକ୍ରମ ଫୋନ୍ ଇନ୍‌ରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ଏହି ସ‌ହିତ ସେ ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମାଲାମାଲ୍ ଏକ୍ସପ୍ରେସ୍‌ର ୨ୟ ଏବଂ ୩ୟ ସଂସ୍କରଣରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।

ଅଭିନୟ ଜୀବନ

୨୦୦୪ରେ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଗୁନ୍‌ଗୁନ୍ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସାଖି ରହିଲା ଏ ସିଂହଦୁଆରରେ ପ୍ରଥମ କରି ନାୟିକା ହେବାର ସୁଯୋଗ ପାଇଥିଲେ ଗୁନ୍‌ଗୁନ୍ । ପରେ ପରେ ସେ ପୁପିନ୍ଦରଙ୍କ ସ‌ହ କିଛି ଖଟା କିଛି ମିଠାରେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୨]

ଉପସ୍ଥାପିକା

ଗୁନ୍‌ଗୁନ୍ ତାଙ୍କର ମାଅଙ୍କୁ ଅନୁସରଣ କରି ଜଣେ ଉପସ୍ଥାପିକା ହେବାର ସ୍ୱପ୍ନ ଦେଖିଥିଲେ ।[୨] ସେ ଆକାଶବାଣୀରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୨] ପରେ ପରେ ସେ ଦୂରଦର୍ଶନରେ ଏବଂ କିଛି ମଞ୍ଚରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଇଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଫୁଲ ବୋବାଲରେ ପୁପିନ୍ଦରଙ୍କ ସ‌ହ ଗୁନ୍‌ଗୁନ୍ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ରବିବାରର ସକାଳ ୯ଟାରେ ଇ ଟିଭିରେ ପ୍ରସାରିତ ସିଧାପ୍ରସାରିତ କାର୍ଯ୍ୟକ୍ରମ ଫୋନ ଇନ୍‌ରେ ଗୁନ୍‌ଗୁନ୍ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ପରେ ପରେ ସେ ବିଭିନ୍ନ ପୁରସ୍କାର ବିତରଣ ସମାରୋହରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି । ତରଙ୍ଗରେ ପ୍ରସାରିତ ମାଲାମାଲ୍ ଏକ୍ସପ୍ରେସ୍‌ର ୨ୟ ଏବଂ ୩ୟ ସଂସ୍କରଣରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଗୁନ‌ରଙଗୁନ୍ । ଓ ଟିଭିରେ ପ୍ରସାରିତ 'ଗପସପ କାର୍ଯ୍ୟକ୍ରମରେ ସେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଛନ୍ତି ।[୩]

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୪ଓମ୍ ଶାନ୍ତି ଓମ୍ଶିଶୁକଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ
୨୦୦୪ସାକ୍ଷୀ ରହିଲା ଏ ସିଂହଦୁଆର
୨୦୧୧କିଛି ଖଟା କିଛି ମିଠା

ଉପସ୍ଥାପିକା

କାର୍ଯ୍ୟକ୍ରମଦୂରଦର୍ଶନ
ଫୋନ ଇନ୍ଇ ଟିଭି ଓଡ଼ିଆ
ଗପସପ with Gungunଓ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୧ତରଙ୍ଗ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୨ତରଙ୍ଗ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୩ତରଙ୍ଗ ଟିଭି
ଫୁଲ୍ ବୋବାଲ୍ଇ ଟିଭି
ଡ୍ୟାନ୍ସିଙ୍ଗ ଷ୍ଟାର - ୧ (ଫାଇନାଲ ଏପିସୋଡ୍)ଇ ଟିଭି

ଆଧାର