ଅଜାତଶତ୍ରୁ (ଓଡ଼ିଆ କଥାଚିତ୍ର)

୨୦୧୮ର ଓଡ଼ିଆ କଥାଚିତ୍ର

ଅଜାତଶତ୍ରୁ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୧] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ ।[୬][୭] ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ।[୮] ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସ‌ହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।[୯]

ଅଜାତଶତ୍ରୁ
ନିର୍ଦ୍ଦେଶକବିଭୂତି ଭୂଷଣ ମହାପାତ୍ର
ପ୍ରଯୋଜକସୋହମ ସିଂହ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟବିଭୂତି ଭୂଷଣ ମହାପାତ୍ର
କାହାଣୀବିଭୂତି ଭୂଷଣ ମହାପାତ୍ର
କଳାକାରସୋହ‌ମ
ଦେବଯାନୀ
ସ୍ୱାଧୀ
ମନୋଜ ମିଶ୍ର
ଶକ୍ତି ବରାଳ
ପ୍ରଜ୍ଞା
କାଳୀ
ସଙ୍ଗୀତବିଭୂତି ଭୂଷଣ ମହାପାତ୍ର
ଚିତ୍ରଗ୍ରହଣପ୍ରସନ୍ନ କୁମାର ବେହେରା
କଥାଚିତ୍ରର ସମୟ
୨୩ ମାର୍ଚ୍ଚ ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ[୧୦] ଏବଂ ନାୟିକା ଦେବଯାନୀ[୧୧] । ନବାଗତା ସ୍ୱାଧୀ ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୨] ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା ଖଟୁଆ, କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୧୩][୫]

ଅଭିନୟ

ବିବାଦ

ଏହି କଥାଚିତ୍ରରେ ଅଭିନୟ କରୁଥିବା କଳାକାର ବିଶ୍ୱ ଏବଂ ମୀରାଙ୍କ ସ‌ହ ପ୍ରଯୋଜକ ସୋହମ ସିଂହଙ୍କର ଟଙ୍କା ଉପରେ ପଇସା ବିବାଦ ଉପୁଜିଥିଲା । ସୋହମଙ୍କର ସାଥୀ ବିଶ୍ୱଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ମୀରାଙ୍କୁ ସୋହମ ଦୁର୍ବବ‌ହାର କରିଥିଲେ ।[୬] ଏହାକୁ ଭିତ୍ତି କରି ଖଣ୍ଡଗିତି ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା ।[୧୮]

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ମହାପାତ୍ର ।[୯] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୯] ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୯]


ଆଧାର

ବାହାର ଆଧାର