ନମିତା ଅଗ୍ରୱାଲ

ଓଡ଼ିଆ ଗାୟିକା
(Learn how and when to remove this template message)

ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା ।[୧] ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।[୨]

ନମିତା ଅଗ୍ରୱାଲ
ନମିତା ଅଗ୍ରୱାଲ
ଜନ୍ମ(1969-02-01)୧ ଫେବୃଆରୀ ୧୯୬୯
ବୃତ୍ତି(ସମୂହ)ଭଜନ ଓ ପ୍ରଚ୍ଛଦପଟ ଗାୟିକା, ପ୍ରଯୋଜିକା
ସକ୍ରିୟ ବର୍ଷ୧୯୮୯ - ଏବେଯାଏଁ
ବୈବାହିକ-ସାଥୀସୀତାରାମ ଅଗ୍ରୱାଲ
ୱେବସାଇଟnamitaagrawal.in

ଜନ୍ମ, ପରିବାର ଓ ଶିକ୍ଷା

ନମିତା ୧୯୬୯ ମସିହାର ଫେବୃଆରୀ ମାସ ୧ ତାରିଖରେ କଟକର ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲକ୍ଷ୍ମୀଧର ଦାସ ଓ ମାତା ଅନ୍ନଦାମଞ୍ଜରୀ ଦାସ । ସେ ତାଙ୍କ ପିତାମାତାଙ୍କର ତୃତୀୟ ସନ୍ତାନ ଥିଲେ । ତାଙ୍କ ପୈତୃକ ଗ୍ରାମ ହେଉଛି ନେମାଳ । ସେ ୫ ବର୍ଷ ବୟସରେ ବଡ଼ ଜେଜେବାପା କାଶୀନାଥ ଦାସ ଏବଂ ସାନ ଜେଜେବାପା ଦାଶରଥି ଦାସଙ୍କ ପାଖରୁ ଜଗନ୍ନାଥଙ୍କ ପାରମ୍ପାରିକ ଭଜନ ଗାଇବା ଶିଖିଥିଲେ ।[ଆଧାର ଲୋଡ଼ା]

ବ୍ୟକ୍ତିଗତ ଜୀବନ

୧୯୯୨ ମସିହାରେ ସାଉଣ୍ଡ ଇଞ୍ଜିନିୟର ସୀତାରାମ ଅଗ୍ରୱାଲଙ୍କୁ ନମିତା ବିବାହ କରିଥିଲେ । ସେତେବେଳେ ଅଗ୍ରୱାଲ ତାଙ୍କ ବାପାଙ୍କ ସହ ମିଶି ଜେ.ଇ. କମ୍ପାନୀ ପ୍ରତିଷ୍ଠା କରି ଓଡ଼ିଆ ଗୀତ ପ୍ରସ୍ତୁତ କରୁଥିଲେ । ସୀତାରାମ ଅଗ୍ରୱାଲଙ୍କ ସହ ବିବାହ ପରେ ନମିତା ଦାସ ନମିତା ଅଗ୍ରୱାଲ ଭାବେ ପରିଚିତ ହେଲେ ।[ଆଧାର ଲୋଡ଼ା]

କର୍ମଜୀବନ

ଦଶବର୍ଷ ବୟସରରେ ସେ ବିଧିବଦ୍ଧ ଭାବେ ଅଖିଳ କୁମାର ଲେଙ୍କା, ନିରୋଜ ନଳିନୀ କୁଅଁର, ତରଣୀ ରଞ୍ଜନ ଜେନା ଓ ବିଶ୍ୱନାଥ ରାଓ ଆଦି ସଂଗୀତ ଗୁରୁଙ୍କଠାରୁ ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୂ ଆଦି ଶିଖିବା ଆରମ୍ଭ କରିଥିଲେ । ପରେ ସେ ଜେ.ଭି.ଏସ. ରାଓ, ଦୀପକ ବସୁ, ନିତାଇ ସିହ୍ନାଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ସୁନାକର ସାହୁଙ୍କଠାରୁ ସୁଗମ ସଙ୍ଗୀତ ଓ ହରମୋହନ ଖୁଣ୍ଟିଆଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।

ଦଶବର୍ଷ ବୟସରୁ ସେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁଶିଳ୍ପୀ ଭାବେ ଗୀତ ଗାଇବା ଆରମ୍ଭ କରି ଏବଂ ୧୯୮୬ ମସିହାରେ ୧୬ ବର୍ଷ ବୟସରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ଭାବେ ଯୋଗ ଦେଇଥିଲେ । ୧୯୮୯ ମସିହାରୁ ସେ ଆକାଶବାଣୀ ବ୍ୟତୀତ ଘରୋଇ ଷ୍ଟୁଡ଼ିଓରେ ଗୀତ ଗାଇବା ଆରମ୍ଭ କରିଥିଲେ ।

୧୯୯୨ ମସିହାରେ ତାଙ୍କର ପ୍ରଥମ ଭଜନ କ୍ୟାସେଟ 'ଅଝଟିଆ କାଳିଆ ' ମୁକ୍ତିଲାଭ କରିଥିଲା । ୧୯୯୩ ମସିହାରେ ସେ ବଳରାମ ଦାସକୃତ ଲକ୍ଷ୍ମୀପୁରାଣ ମଧ୍ୟ ଗାଇଥିଲେ l ଅନ୍ୟାନ୍ୟ ପୁରାତନ ଓଡ଼ିଆ କବିଙ୍କ ରଚିତ ପ୍ରାୟ ଏକଶହ ଭକ୍ତିଗୀତସବୁକୁ ସେ ହୃଦୟର ଗୀତ ଶୀର୍ଷକରେ ଗାଇଥିଲେ । ଏଥିମଧ୍ୟରୁ ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତ ଅନ୍ୟତମ ।

ଓଡ଼ିଆ ବ୍ୟତୀତ ସଂସ୍କୃତ ଶ୍ଳୋକ, ସ୍ତୋତ୍ରମାନ ସେ ଗାଇଛନ୍ତି । ଏଥିମଧ୍ୟରୁ ଗୋବିନ୍ଦ ଦାମୋଦର ସ୍ତୋତ୍ର ଉଲ୍ଲେଖନୀୟ ।

ସେ ନିବେଦିତା ନାମକ ଛଦ୍ମ ନାମରେ ଆଧୁନିକ ଓ ଚଳଚ୍ଚିତ୍ର ଗାଇଛନ୍ତି । ୧୯୯୬ ମସିହାରେ ତାଙ୍କର ପ୍ରଥମ ଆଧୁନିକ କ୍ୟାସେଟ ବାଇଚଢେଇ ମୁକ୍ତିଲାଭ କରିଥିଲା । ୨୦୦୯ ମସିହାରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ (ଆକାଶେ କି ରଙ୍ଗ ଲାଗିଲା) ଗୀତ ଗାଇଥିଲେ ।

ଅଗ୍ରୱାଲ ନିଜର କେତେକ ଭଜନରେ ଅଭିନୟ କରଛନ୍ତି । 91.9 ସିଦ୍ଧାର୍ଥ FM, ସିଦ୍ଧାର୍ଥ ଟିଭି, ସିଦ୍ଧାର୍ଥ ମ୍ୟୁଜିକ,ସିଦ୍ଧାର୍ଥ ଗୋଲ୍ଡ,ସିଦ୍ଧାର୍ଥ ଭକ୍ତି ଏବଂ ଜୟ ଜଗନ୍ନାଥ ଟିଭିର ସହ-ପ୍ରତିଷ୍ଠାତ୍ରୀ (ସାର୍ଥକ ମ୍ୟୁଜିକ/ସାର୍ଥକ ଟିଭିର ସେ ସହ-ପ୍ରତିଷ୍ଠାତ୍ରୀ ଥିଲେ)। ସ୍ୱର ଓଡ଼ଶାର ଭଳି କେତେକ ସଙ୍ଗୀତ-ଭିତ୍ତିକ କାର୍ଯ୍ୟକ୍ରମରେ ସେ ବିଚାରିକା ଭାବେ କାର୍ଯ୍ୟ କରିଥିଲେ ।

କଥାଚିତ୍ରରେ ଭୂମିକା

ଗାୟିକା ଭାବରେ

ଆଲବମ

  • ଭକ୍ତି ଚନ୍ଦନ
  • ଲକ୍ଷ୍ମୀ ପୁରାଣ
  • ଖୁଆ ଦଉଡି

ଇତ୍ୟାଦି...

ପ୍ରଯୋଜିକା

ମାନସମ୍ମାନ ଓ ପୁରସ୍କାର

ଆଧାର

ବାହାର ଆଧାର

"https:https://www.search.com.vn/wiki/index.php?lang=or&q=ନମିତା_ଅଗ୍ରୱାଲ&oldid=533299"ରୁ ଅଣାଯାଇଅଛି
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ