ଶାନ୍ତନୁ କୁମାର ଆଚାର୍ଯ୍ୟ
ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩)[୧] ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । [୨]
ଶାନ୍ତନୁ କୁମାର ଆଚାର୍ଯ୍ୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମୋମିନପୁର, ଖିଦିରପୁର, କଲିକତା | ୧୫ ମଇ ୧୯୩୩
ବୃତ୍ତି | ଅଧ୍ୟାପନା |
ଭାଷା | ଓଡ଼ିଆ |
ଶିକ୍ଷା | ସ୍ନାତକୋତ୍ତର (ରସାୟନ ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ନର କିନ୍ନର ଚଳନ୍ତି ଠାକୁର |
ପୁରସ୍କାର | ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ନିରୁପମା ଆଚାର୍ଯ୍ୟ |
ସନ୍ତାନ | ପ୍ରଜେଶ ନନ୍ଦିନୀ, ନିବେଦିତା, ଜୁଲି |
ପିତାମାତା | ଅନନ୍ତ ନାରାୟଣ ଆଚାର୍ଯ୍ୟ, କୃଷ୍ଣପ୍ରିୟା ଦେବୀ |
ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।୧୯୯୨ ମସିହା ଜୁନ ୩୦ ତାରିଖ ଦିନ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପଦବୀରୁ ଅବସର ଗ୍ରହଣ କରିଥିଲେ ।[୩]
ସାହିତ୍ୟ ସର୍ଜନା
ଶାନ୍ତନୁ ଆଚାର୍ଯ୍ୟ ୧୫ଟି ଉପନ୍ୟାସ, ୨୦ଟି କ୍ଷୁଦ୍ରଗଳ୍ପ ସଂକଳନ ୧୦ ଶିଶୁସାହିତ୍ୟ ପୁସ୍ତକ ସହ ଏକାଧିକ ବହିର ରଚୟିତା ।[୪]
ଉପନ୍ୟାସ
- ଜେଜେ ମଲାପରେ (୨୦୨୦)
- ଅନୋମାର କନ୍ୟା (୨୦୦୩)
- ତୃଷ୍ଣା: ଏକ ଅନାବିଷ୍କୃତ ଆମେରିକା (୧୯୯୯)
- ସ୍ୱର୍ଣ୍ଣ ତ୍ରିଭୁଜ (୧୯୯୮)
- ବିଲି ଗୋଟ ବନାମ ଉରୁବେଳ ଘୋଟକ (୧୯୯୭)
- ଅନୁ ହଜିଯିବାପରେ (୧୯୯୬)
- ଅଦୃଶ୍ୟ ଜଗତର ବାର୍ତ୍ତା (୧୯୯୬)
- ଧରିତ୍ରୀର କାନ୍ଦ (୧୯୯୪)
- ମନ୍ତ୍ରୀଙ୍କ ସେୟାର (୧୯୮୮)
- ଶକୁନ୍ତଳା (୧୯୮୦)
- ଅନ୍ୟ ଏକ ସକାଳ ଅନ୍ୟ ଏକ ଭାରତ (୧୯୭୭)
- ଯାତ୍ରାର ପ୍ରଥମ ପାଦ (୧୯୭୬)
- ଦକ୍ଷିଣାବର୍ତ୍ତ, (୧୯୭୩)
- ତିନୋଟି ରାତିର ସକାଳ (୧୯୬୯)
- ଶତାବ୍ଦୀର ନଚିକେତା (୧୯୬୫)
- ନର କିନ୍ନର (୧୯୬୨)
ଗଳ୍ପ
- ପିତ ପ୍ରସ୍ତର ଉଦ୍ୟାନ, ୨୦୧୦
- ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପ ସମଗ୍ର, ପ୍ରଥମ ଖଣ୍ଡ-୨୦୦୯
- ତୃତୀୟ ନେତ୍ର, ୨୦୦୭
- ରେକର୍ଡ ବ୍ରେକର, ୨୦୦୬
- ଛାୟା ପୁରୁଷ, ୨୦୦୫
- ଦୃଶ୍ୟ ଅଦୃଶ୍ୟ, ୨୦୦୨
- ଜଳଛବିର ରାତି, ୧୯୯୯
- ଶ୍ରେଷ୍ଠ ଗଳ୍ପ, ୧୯୯୮
- ଗଳ୍ପ ବର୍ଣ୍ଣାଳୀ, ୧୯୯୭
- ନାତାଲିଆର ଓଁକାର, ୧୯୯୫
- ଚଳନ୍ତି ଠାକୁର, ୧୯୯୧
- ସର୍ପ ଯାନ, ୧୯୮୪
- ଆଦ୍ୟ ସକାଳ, ୧୯୮୫
- କରଞ୍ଜିଆ ଡାଏରୀ, ୧୯୮୪
- ଏକବିଂଶ ଶତାବ୍ଦୀ ପାଇଁ ଗଳ୍ପ, ୧୯୭୮
- ଅଦିନ ବଉଳ, ୧୯୭୮
- ଅରଣ୍ୟର ଚୁଳ, ୧୯୭୪
- ଏଇ ଶେଷ ପଦଟି, ୧୯୭୨
- ଦୂର୍ବାର, ୧୯୬୫
- ମନ ମର୍ମର, ୧୯୬୨
ଶିଶୁ ସାହିତ୍ୟ
- ମୋ କାଠ ଘୋଡ଼ା କଥା କହେ (୧୯୬୧)
- ବାଗ ବଗିଚାର ସୌଦାଗର (୧୯୬୨)
- ଆକାଶକୁ ସାତୋଟି ପାହାଚ (୧୯୬୩)
- କୋଶୀ ଉପତ୍ୟକାର ରାଜକୁମାର ମୋହନ (୧୯୬୪)
- ଶକ୍ତିର କରାମତି (୧୯୭୧)
- ମୋ ନାମ ଡା ଭିନ୍ସି ଓ ନିଆଁ ଲଗା ଓପି (୧୯୮୦)
- ନିତିଦିନିଆ ଜୀବନରେ ବିଜ୍ଞାନ (୧୯୮୯)
- ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ (୧୯୮୯)
- ଦିନେ ଆକାଶ ବି ନଥିଲା (୨୦୦୧)
- ପୀତ ପ୍ରସ୍ତର ଜାତୀୟ ଉଦ୍ୟାନ (୨୦୧୦)
ପୁରସ୍କାର ଓ ସମ୍ମାନ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ (ଚଳନ୍ତି ଠାକୁର କ୍ଷୁଦ୍ରଗଳ୍ପ ସଂକଳନ ନିମନ୍ତେ)[୫]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୪[୬]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ (ନରକିନ୍ନର ଉପନ୍ୟାସ ନିମନ୍ତେ)[୭]
- ବିଷୁବ ପୁରସ୍କାର, ୧୯୯୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ଶାରଳା ପୁରସ୍କାର (୧୯୮୭, ଶକୁନ୍ତଳା ଉପନ୍ୟାସ ନିମନ୍ତେ)
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୩
- ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ,୨୦୨୧(ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ଓଡ଼ିଶା ପ୍ରଦତ୍ତ)[୮]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୯]
- ଶିଶୁ ସାହିତ୍ୟ ପୁରସ୍କାର, ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର
- ୧୯୬୧: ମୋ କାଠଘୋଡ଼ା କଥା କହେ
- ୧୯୬୩: ଆକାଶକୁ ସାତୋଟି ପାହାଚ
ସହାୟକ ଗ୍ରନ୍ଥ
- ଆମ ସମୟର ସୃଜନୀ, ୨୦୧୦-୧୧ (ଶାନ୍ତନୁ କୁମାର ଆଚାର୍ଯ୍ୟ ବିଶେଷାଙ୍କ)
ଆଧାର
ଅଧିକ ତଥ୍ୟ
ଉଇକିମିଡ଼ିଆ କମନ୍ସରେ ଶାନ୍ତନୁ କୁମାର ଆଚାର୍ଯ୍ୟବାବଦରେ ମାଧ୍ୟମ ରହିଛି ।
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ