ଅଟିଜିମ୍ ସ୍ପେକ୍ଟ୍ରମ

ଶିଶୁ ଅବସ୍ଥାର ଏକ ମାନସିକ ବିକୃତି ।

ଅଟିଜିମ୍ ସ୍ପେକ୍ଟ୍ରମ ଏକ ମାନସିକ ବିକୃତି ଯାହା ବାଲ୍ୟକାଳରେ ଆରମ୍ଭ ହୁଏ ଯେଉଁଥିରେ ପୂର୍ବରୁ ଅଟିଜିମ୍ ଏବଂ ଆସ୍ପର୍ଗର ସିଣ୍ଡ୍ରୋମ ରୋଗ ନିର୍ଣ୍ଣୟ ହୋଇସାରିଥାଏ ।[୮] ଏହାର ଲକ୍ଷଣରେ ଯୋଗାଯୋଗ ସମସ୍ୟା, ସାମାଜିକ କଥାବାର୍ତ୍ତା, ସୀମିତ ଆଗ୍ରହ ଏବଂ ପୁନରାବୃତ୍ତି ଆଚରଣ ସହିତ ଦୀର୍ଘକାଳୀନ ଅସୁବିଧା ଦେଖାଯାଏ ।[୩] ଦୁଇ ବର୍ଷ ବୟସ ପୂର୍ବରୁ ଏହି ରୋଗ ଚିହ୍ନଟ ହୋଇପାରେ ।[୩] ଦୈନନ୍ଦିନ କାର୍ଯ୍ୟ କରିବା, ସମ୍ପର୍କ ସୃଷ୍ଟି ଏବଂ ରଖିବା, ଚାକିରି ବଜାୟ ରଖିବା ଏବଂ ଆତ୍ମହତ୍ୟା ଆଦି ଜଟିଳତା ହୋଇପାରେ ।[୯]

Autism spectrum
Autism spectrum disorder, autistic spectrum disorder, autistic spectral disorder,[୧] autism spectrum condition, autistic spectrum condition[୨]
Boy stacking cans
Repetitively stacking or lining up objects is associated with autism spectrum
ବିଭାଗPsychiatry, clinical psychology
ଲକ୍ଷଣProblems with communication, social interaction, restricted interests, repetitive behavior[୩]
ଆକ୍ରାନ୍ତ ସମୟBy age 2 years[୩]
ଅବଧିLong-term[୪]
କାରଣUncertain[୪]
ବିପଦ କାରକAdvanced parental age, exposure to valproate during pregnancy, low birth weight[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୪]
ସଠିକ ରୋଗ ନିର୍ଣ୍ଣୟIntellectual disability, Rett syndrome, ADHD, selective mutism, childhood-onset schizophrenia[୩]
ଚିକିତ୍ସାBehavioral therapy, medication[୫][୬]
ପୁନଃପୌନିକ1% of people (62.2 million 2015)[୩][୭]

ଏହାର କାରଣ ଅନିଶ୍ଚିତ ଥିବାବେଳେ ଜେନେଟିକ ଏବଂ ପରିବେଶ ମିଶ୍ରଣକୁ ଜଡିତ କରାଯାଏ ।[୧୦] ବୟସ୍କ ପିତାମାତା, ଅଟିଜିମର ପାରିବାରିକ ଇତିହାସ ଏବଂ କେତେକ ଜେନେଟିକ୍ ଅବସ୍ଥା ଏହି ରୋଗର କାରକ ହୋଇପାରେ ।[୪] ଏହା ଅନୁମାନ କରାଯାଏ ୬୫%ରୁ ୯୦% କ୍ଷେତ୍ରରେ ଯେ ଜେନେଟିକ୍ କାରଣ ବିଦ୍ୟମାନ ଥାଏ ।[୧୧] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ | [୪] ୨୦୧୩ ମସିହାରେ, DSM-5 ଅଟିଷ୍ଟିକ୍ ଡିସଅର୍ଡର ପୂର୍ବ ଦଳରେ ଥିବା ଆସପର୍ଗର ସିଣ୍ଡ୍ରୋମ, ପର୍ଭେସିଭ ଡେଭଲପମେଣ୍ଟାଲ ଡିଜଅର୍ଡ଼ର ନଟ ଅଦର‌ୱାଇଜ ସ୍ପେସିଫାଏଡ (PDD-NOS) ଏବଂ ବାଲ୍ୟ ବିଚ୍ଛିନ୍ନତା ରୋଗ ଇତ୍ୟାଦିକୁ ଡିଏସଏମ-୫ ବଦଳେଇ ଏକକ ଶବ୍ଦ "ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍" କରାଗଲା ।[୧୨] [୧୩]

ଏହା ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ ଚିକିତ୍ସାରେ ଉପଶମ ହୋଇ ଫଳାଫଳକୁ ଉନ୍ନତ କରିପାରିବ ।[୧୪] ପ୍ରୟାସ ସାଧାରଣତଃ ବ୍ୟକ୍ତିଗତ ହୋଇଥାଏ ଯାହା ମଧ୍ୟରେ ଆଚରଣ ଥେରାପି ଏବଂ ମୁକାବିଲା ଦକ୍ଷତା ଦିଆଯାଏ ।[୧୦] ଏହି ପ୍ରୟାସଗୁଡ଼ିକ ପ୍ରାୟତଃ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କଦ୍ୱାରା ହୋଇଥାଏ ।[୪] କିଛି ସଂପୃକ୍ତ ଲକ୍ଷଣଗୁଡ଼ିକର ଉନ୍ନତି ପାଇଁ ଔଷଧ ବ୍ୟବହାର କରାଯାଇପାରେ ।[୪] ଔଷଧର ବ୍ୟବହାରକୁ ସମର୍ଥନ କରିବାର ପ୍ରମାଣ ଏତେ ଶକ୍ତିଶାଳୀ ନୁହେଁ ।[୧୫]

୨୦୧୫ ମସିହା ସୁଦ୍ଧା ଅଟିଜିମ୍ ସ୍ପେକ୍ଟ୍ରମ୍ ପ୍ରାୟ ୧% ଲୋକଙ୍କୁ (ଆନ୍ତର୍ଜାତୀୟ ସ୍ତରରେ ୬୨.୨ ନିୟୁତ) ପ୍ରଭାବିତ କରିଛି ବୋଲି ଆକଳନ କରାଯାଇଛି । [୮] [୧୬] ଯୁକ୍ତରାଷ୍ଟ୍ରରେ ଏହା ୨୦୧୬ ମସିହା ସୁଦ୍ଧା ପ୍ରାୟ ୨.୫% ପିଲାଙ୍କୁ (ପ୍ରାୟ ୧.୫ ନିୟୁତ) ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି । [୧୭] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଚାରି ଗୁଣ ଅଧିକ ନିର୍ଣ୍ଣୟ ହୁଏ ।[୧୪] "ସ୍ପେକ୍ଟ୍ରମ୍" ଶବ୍ଦ ଲକ୍ଷଣର ପ୍ରକାର ଏବଂ ଗମ୍ଭୀରତାର ପରିବର୍ତ୍ତନକୁ ବୁଝାଏ ।[୧୩] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ, କେତେକ ରୋଗୀ ସାମାନ୍ୟ ଲକ୍ଷଣ ସହିତ ସ୍ୱାଧୀନ ଭାବରେ କାର୍ଯ୍ୟ କରୁଥିବାବେଳେ ଗୁରୁତର ଲକ୍ଷଣ ଥିବା ରୋଗୀ ସେମାନଙ୍କର ଦୈନନ୍ଦିନ ଜୀବନରେ ଯଥେଷ୍ଟ ସାହାଯ୍ୟ ଆବଶ୍ୟକ କରନ୍ତି | [୧୮] [୯]

ଆଧାର