ଅପରାଜିତା ମହାନ୍ତି

ଓଡ଼ିଆ ଅଭିନେତ୍ରୀ

ଅପରାଜିତା ମହାନ୍ତି (ଜନ୍ମ: ୧୫ ମଇ ୧୯୬୫,ସମ୍ବଲପୁର)[୨] ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ୧୯୮୦ ମସିହାର ସିନେମା ସୀତା ଲବକୁଶରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଛୋଟ ପରଦାରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ଅପରାଜିତା ମହାନ୍ତି
ଜନ୍ମ (1965-05-15) ମଇ ୧୫, ୧୯୬୫ (ବୟସ ୫୯)
ବୃତ୍ତିଅଭିନେତ୍ରୀ (ଓଡ଼ିଆ)
ସକ୍ରିୟ ବର୍ଷ୧୯୮୦-ଏବେଯାଏଁ
ବୈବାହିକ-ସାଥୀଉତ୍ତମ ମହାନ୍ତି (୧୯୮୭–ଏବେଯାଏଁ)
ସନ୍ତାନବାବୁଶାନ୍
ପିତାମାତା(s)ଅବଦୁଲ ଅଜିଜ ଖାନ
ହରପ୍ରିୟା ରାୟ[୧]
ସମ୍ପର୍କୀୟଅବଦୁସ୍ ଶୋଭାନ୍ ଖାନ, ଓଡ଼ିଶାର ପ୍ରଥମ ଆଇନମନ୍ତ୍ରୀ (ଜେଜେ ବାପା)
ପୁରସ୍କାରଇ ଟିଭି ପ୍ରିୟ ଓଡ଼ିଆ
ୱେବସାଇଟaparajitamohanty.com

ପ୍ରାରମ୍ଭିକ ଜୀବନ ଓ ପରିବାର

ଅପରାଜିତା ୧୯୬୫ ମସିହା ମଇ ୧୫ ତାରିଖରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବଦୁଲ ଅଜିଜ ଖାନ ଭଦ୍ରକର ଏକ ମୁସଲିମ ପରିବାରରୁ ଓ ମାତା ହରପ୍ରିୟା ରାୟ ଏକ ହିନ୍ଦୁ ପରିବାରରୁ ଥିଲେ ।[୩] ବାପା ଓ ଜେଜେବାପା ଉଭୟ ଆଇନଜୀବୀ ଥିଲେ । ଜେଜେ ବାପା ୧୯୪୧ରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଓ ଆଇନ ମନ୍ତ୍ରୀ ଥିଲେ । ବାପା ଅଜିଜ ଖାନ ସମ୍ବଲପୁରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ । ତାଙ୍କ ମା ହରପ୍ରିୟା, ସାହିତ୍ୟିକ ରାଜକିଶୋର ରାୟଙ୍କ ସାନ ଭଉଣୀ ।[୪] ଅପରାଜିତା ଓଡ଼ିଆ କଥାଚିତ୍ର ଜଗତର ଅଭିନେତା ଉତ୍ତମ ମହାନ୍ତିଙ୍କ ପତ୍ନୀ ।[୫]ତାଙ୍କର ପୁଅ ବାବୁସାନ ମହାନ୍ତି ମଧ୍ୟ ଜଣେ ଅଭିନେତା ।[୬]

କଥାଚିତ୍ର ଜୀବନ

ସେ ଗତ ୩୦ ବର୍ଷ ଧରି ଫିଲ୍ମ ଓ ଟି.ଭି ଧାରାବାହିକରେ ଅଭିନୟ କରିଛନ୍ତି । ୧୯୮୦ ମସିହାରେ ସେ ସୀତା ଲବକୁଶ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

ମାନସମ୍ମାନ

ଆଧାର

ଅଧିକ ତଥ୍ୟ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ