ପ୍ରତିଭା ରାୟ

ଓଡ଼ିଆ ସାହିତ୍ୟିକା

ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା ।[୨] ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା ।[୩] ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା ।[୪] ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।[୫]ପରବର୍ତ୍ତୀ ସମୟରେ ଏହ ପୁସ୍ତକଟି ସାତଟି ଭାଷାରେ ଅନୂଦିତ ହୋଇଥିଲା ।[୬]

ପଦ୍ମଶ୍ରୀ ପ୍ରତିଭା ରାୟ
ଜନ୍ମ ଓ ଜନ୍ମସ୍ଥାନ (1943-01-21) ୨୧ ଜାନୁଆରୀ ୧୯୪୩ (ବୟସ ୮୧)
ଅଳାବୋଳ, ଜଗତସିଂହପୁର ଜିଲ୍ଲା
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତ୍ତକୋତ୍ତର (ଶିକ୍ଷା),
ଡକ୍ଟରେଟ (ଶୈକ୍ଷିକ ମନସ୍ତତ୍ତ୍ୱ) [୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିଯାଜ୍ଞସେନୀ, ଶିଳାପଦ୍ମ
ପୁରସ୍କାରଜ୍ଞାନପୀଠ ପୁରସ୍କାର, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଅକ୍ଷୟ ଚନ୍ଦ୍ର ରାୟ
ସନ୍ତାନଆଦ୍ୟାଶା, ଅନ୍ୱେଷ, ଅୟସକାନ୍ତ
ୱେବସାଇଟ
pratibharay.org

ସେ ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଓ ପରେ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗରେ (ଓପିଏସସି) ସଦସ୍ୟ ଭାବେ ଯୋଗଦାନ କରିଥିଲେ ।[୭]

ଜୀବନୀ

ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।[୮]

ସାହିତ୍ୟ ସର୍ଜନା

ପ୍ରତିଭା ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତା ।[୯]

ଉପନ୍ୟାସ

  • ଦୁଇଟି ଢେଉ,୧୯୬୬(ବିସ୍ମୃତି ପ୍ରାୟ)
  • ବର୍ଷା ବସନ୍ତ ବୈଶାଖ, ୧୯୭୪
  • ଅରଣ୍ୟ, ୧୯୭୭
  • ନିଷିଦ୍ଧ ପୃଥିବୀ, ୧୯୭୮
  • ପରିଚୟ, ୧୯୭୯
  • ଅପରିଚିତା, ୧୯୭୯
  • ଉପନାୟିକା, ୧୯୭୯
  • ପୂଣ୍ୟତୋୟା, ୧୯୭୯
  • ମେଘମେଦୁର, ୧୯୮୦
  • ଆଶାବରୀ, ୧୯୮୦
  • ଅୟମାରମ୍ଭ, ୧୯୮୧
  • ନିଳତୃଷ୍ଣା, ୧୯୮୧
  • ସମୁଦ୍ରର ସ୍ୱର, ୧୯୮୨
  • ଶିଳାପଦ୍ମ, ୧୯୮୩
  • ଯାଜ୍ଞସେନୀ, ୧୯୮୪
  • ଦେହାତୀତ, ୧୯୮୬
  • ଉତ୍ତରମାର୍ଗ, ୧୯୮୮
  • ଆଦିଭୂମି
  • ମହାମୋହ, ୧୯୯୮
  • ମଗ୍ନମାଟି, ୨୦୦୪
  • ମହାରାଣୀର ପୁତ୍ର (୨୦୦୮)
  • ଶେଷ ଈଶ୍ୱର
  • ପ୍ରାପ୍ତେଷୁ ପୃଥିବୀ (୨୦୧୯ )[୧୦]

.

ଗଳ୍ପ

  • ସାମାନ୍ୟ କଥନ, ୧୯୭୮
  • ଗଙ୍ଗଶିଉଳି, ୧୯୭୯
  • ଅସମାପ୍ତ, ୧୯୮୦
  • ବାବୁ ବାଥ୍‌‌-ରୁମ୍ରେ ଅଛନ୍ତି
  • ଐକତାନ, ୧୯୮୧
  • ଅନାବନା, ୧୯୮୩
  • ହାତବାକ୍ସ, ୧୯୮୩
  • ଘାସ ଓ ଆକାଶ
  • ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ୧୯୮୪
  • ଶ୍ରେଷ୍ଠ ଗଳ୍ପ, ୧୯୮୪
  • ଅବ୍ୟକ୍ତ, ୧୯୮୬
  • ଇତିବୃତି, ୧୯୮୭
  • ହରିତପତ୍ର, ୧୯୮୯
  • ପୃଥକ ଇଶ୍ୱର, ୧୯୯୧
  • ଭଗବାନର ଦେଶ, ୧୯୯୧
  • ମନୁଷ୍ୟ ସ୍ୱର, ୧୯୯୨
  • ସ୍ୱନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ୧୯୯୪
  • ଷଷ୍ଠସତୀ, ୧୯୯୬
  • ମୋକ୍ଷ, ୧୯୯୬
  • ଉଲ୍ଲଂଘନ, ୧୯୯୮
  • ନିବେଦନମିଦମ, ୨୦୦୦
  • ଗାନ୍ଧୀଙ୍କ ଗାଁ ୨୦୦୩
  • ଝୋଟି ପକା କାନ୍ଥ, ୨୦୦୬

ଭ୍ରମଣ କାହାଣୀ

  • ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦
  • ଦୂର ଦ୍ୱିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯
  • ଅପରାଧିର ସ୍ୱେଦ (ଅଷ୍ଟ୍ରେଲିଆ), ୨୦୦୦

ପୁରସ୍କାର ଓ ସମ୍ମାନ

  • ପଦ୍ମଭୂଷଣ, ୨୦୨୨ [୧୧]
  • ପଦ୍ମଶ୍ରୀ, ୨୦୦୭
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୦ (ଉଲ୍ଲଙ୍ଘନ)[୧୨]
  • ଜ୍ଞାନପୀଠ, ୨୦୧୧[୧୩]
  • ମୂର୍ତ୍ତୀଦେବୀ ସମ୍ମାନ, ୧୯୯୧ (ଯାଜ୍ଞସେନୀ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬ (ଶିଳାପଦ୍ମ)[୧୪]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୯ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୫]
  • ବିଷୁବ ପୁରସ୍କାର, ୧୯୯୫ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶାରଳା ପୁରସ୍କାର, ୧୯୯୦ (ଯାଜ୍ଞସେନୀ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୫ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)[୧୬]
  • ସାରଳା ସମ୍ମାନ, ୨୦୧୮
  • କଳିଙ୍ଗ ରତ୍ନ, ୨୦୧୪ (ସାରଳା ସାହିତ୍ୟ ସଂସଦ ପକ୍ଷରୁ ପ୍ରଦତ୍ତ) [୧୭]

ଆଧାର

ଅଧିକ ତଥ୍ୟ