ଅପାମାର୍ଗ

ଅପାମାର୍ଗ ଏକ ପ୍ରକାର ଗୁଳ୍ମ ଜାତୀୟ ଉଦ୍ଭିଦ। ଉଚ୍ଚତାରେ ପ୍ରାୟ ଦେଢ଼ଫୁଟରୁ ଦୁଇଫୁଟ ହୋଇଥାଏ। ଗଛର ରଙ୍ଗ ଅନୁସାରେ ଧଳା ଓ ଲାଲ୍ ଭେଦରେ ଏହା ଦୁଇପ୍ରକାରର। ଲାଲ୍ ଅପାମାର୍ଗ ଅପେକ୍ଷା ଧଳା ଅପାମାର୍ଗ ଅଧିକ ଗୁଣକାରୀ। ଏଇ ପ୍ରକାରର ଆଉ ଏକ ପ୍ରକାରର ଗଛ ଦେଖାଯାଏ ଯାହାକୁ ଲୋକେ ମଇଁଷିଆ ଅପାମାର୍ଗ କହିଥାନ୍ତି, କିନ୍ତୁ ଅପାମାର୍ଗର କୌଣସି ଗୁଣ ଏଥିରେ ନ ଥାଏ। ଏହା ଏକ ଉପକାରୀ ଗଛ।

ଅପାମାର୍ଗ
ଅପାମାର୍ଗ ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Core eudicots
ଗଣ:Caryophyllales
କୁଳ:Amaranthaceae
ପ୍ରଜାତି:Achyranthes
ବାଇନୋମିଆଲ ନାମ
Achyranthes aspera

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷାନାମ
ଓଡ଼ିଆଅପାମାର୍ଗ, ଅପାମାରଙ୍ଗ
ସଂସ୍କୃତକିଣିହୀ, ଶିଖରୀ, ଅପାମାର୍ଗ, ଦୁର୍ଗ୍ରହା, ମର୍କଟୀ, ମୟୁରକ, ଅଧଃଶଲ୍ୟ, ସହଦେବୀ, ଅମରବିଳାସ, ଭୟନାଶିନୀ, ଖରମଞ୍ଜରୀ, ମହାମାୟା
ହିନ୍ଦୀଚିରିଚିରା, ଲଟ୍ ଜିରା, ତଙ୍ଗା
ତେଲୁଗୁଦୁଂଗିନିକେ, ଉତ୍ ରେଣୀ
ବଙ୍ଗଳାଅପାଂ, ଆପାଙ୍, ଆପାଂ

ଶାସ୍ତ୍ରୋକ୍ତ ଗୁଣ

ଏହା ଅଳ୍ପକଟୁମିଶ୍ରିତ ତିକ୍ତ ରସ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ଧାରକ, ପାଚକ, ଅଗ୍ନିବର୍ଧକ, ମଳରୋଧକ ଓ ରୁଚିକାରକ।

ବ୍ୟବହାର

ଏହାର ସର୍ବାଙ୍ଗ, ବିଶେଷ କରି ମୂଳ ଓ ପତ୍ର ଔଷଧରୂପେ ବ୍ୟବହାର କରାଯାଏ। ଦନ୍ତରୋଗ, ଅର୍ଶ, ଚର୍ମରୋଗ, ମେଦବୃଦ୍ଧି, ବିଛା, ମହୁମାଛି, କଙ୍କଡ଼ାବିଛା ଆଦିର ବିଷ ନିବାରଣ, କଟାଘା’, ଆମଦୋଷ, ରକ୍ତସ୍ରାବ, କୃମି ଆଦିର ନିବାରଣ ଇତ୍ୟାଦିରେ ଏହାର ପ୍ରୟୋଗ କରାଯାଇଥାଏ। ଏହାର ମୂଳ, ପତ୍ର ଅଥବା ଚେରରେ ଦାନ୍ତ ଘସିଲେ ଦାନ୍ତର ଯାବତୀୟ ରୋଗ ଦୂର ହୋଇଥାଏ।

ବାହାର ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ