ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ
ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ ବିଶ୍ୱର ସର୍ବବୃହତ ପରିବେଷଣ କଳା ଅନୁଷ୍ଠାନ । ଏହା ୧୯୪୮ ମସିହାରେ[୨] ୟୁନେସ୍କୋ ସହାୟତାରେ ବିଭିନ୍ନ କଳାକାରମାନଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ।[୩] ପରିବେଷଣ କଳାପାଇଁ ସମର୍ପିତ ଏହି ଅନୁଷ୍ଠାନ ୟୁନେସ୍କୋର ଶାନ୍ତି, ପାରସ୍ପାରିକ ବୁଝାମଣା ତଥା ବିନା ଜାତୀ ଧର୍ମ ବର୍ଣ୍ଣ ଓ ବୟସ ଭିତ୍ତିରେ ସାଂସ୍କୃତିକ ପରିପ୍ରକାଶକୁ ଅଗ୍ରାଧିକାର ଦେଇଥାଏ । ଏହି ଅନୁଷ୍ଠାନ କଳା ଶିକ୍ଷା ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ଅନୁବନ୍ଧନ ଦିଗରେ ମଧ୍ୟ କାର୍ଯ୍ୟ କରିଥାଏ ।[୪] ଏହା ଆନ୍ତର୍ଜାତୀୟ ନୃତ୍ୟ ଦିବସ ଓ ବିଶ୍ୱ ନାଟ୍ୟ ଦିବସ ପ୍ରତିବର୍ଷ ପ୍ୟାରିସଠାରେ ପାଳନ କରିଥାଏ ।[୫][୬]
ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ | |
---|---|
ସଙ୍ଗଠନ | ଜାତିସଂଘର ବିଶେଷ ଅନୁଷ୍ଠାନ |
Acronyms | ଆଇଟିଆଇ |
ମୂଖ୍ୟ | ଟୋବିୟାସ ବିୟାନକୋନ ନିର୍ଦ୍ଦେଶକ |
ପ୍ରତିଷ୍ଠା | 1948[୧] | , ପ୍ରାଗ
ମୂଖ୍ୟ କାର୍ଯ୍ୟାଳୟ | ପ୍ୟାରିସ, ଫ୍ରାନ୍ସ |
ୱେବସାଇଟ | www.iti-worldwide.org |
ଲକ୍ଷ୍ୟ
ଅନୁଷ୍ଠାନଟି ନିଜ ଲକ୍ଷ୍ୟପୁରଣ ଦିଗରେ ନିମ୍ନ ପଦକ୍ଷେପ ନେଇଥାଏ :
- ନାଟକ, ନୃତ୍ୟ ଓ ସଙ୍ଗୀତ ଆଦି ପରିବେଷଣ କଳା ଦିଗରେ ହେଉଥିବା କାମକୁ ପ୍ରୋତ୍ସାହିତ କରିଥାଏ ।
- ଅନ୍ତର୍ଦେଶୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିବେଷଣ କଳାର ବିଭିନ୍ନ ବିଭାଗରେ କାମ କରୁଥିବା ଅନୁଷ୍ଠାନମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧିଦିଗରେ କାର୍ଯ୍ୟ କରିଥାଏ ।
- ବିଭିନ୍ନ ଦେଶରେ ନିଜର ଅନୁଷ୍ଠାନର କାର୍ଯ୍ୟାଳୟ ଖୋଲିଥାଏ ।
- ପରିବେଷଣ କଳା ଉପରେ ପର୍ଯ୍ୟବସିତ ବିଭିନ୍ନ ଦସ୍ତାବିଜ ସଂଗ୍ରହ କରିଥାଏ ।
- 'ଥିଏଟର ଅଫ ନେସନସ' ପ୍ରତିଷ୍ଠା, 'ଥିଏଟ୍ରିକାଲ କଂଗ୍ରେସ'କୁ ସହଯୋଗ ବିଭିନ୍ନ ଉତ୍ସବ, ପ୍ରଦର୍ଶନୀ ଆଦି କାର୍ଯ୍ୟ କରିଥାଏ ।
- ପରିବେଷଣ କଳାରେ ଥିବା କଳାକାରମାନଙ୍କ ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କରିଥାଏ ।
ଅନୁଷ୍ଠାନ
ଏହି ଅନୁଷ୍ଠାନର ନିଜର ୯୨ଟି ସେଣ୍ଟର ରହିଛି । ପ୍ରତି ସେଣ୍ଟରରେ ସେହି ଦେଶରେ ପରିବେଷଣ କଳା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ରହିଥାନ୍ତି । ଏହି ସେଣ୍ଟରଗୁଡ଼ିକ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରନ୍ତି ।[୭]
ଏହି ଅନୁଷ୍ଠନରେ ବିଭିନ୍ନ ସମିତିମାନ ରହିଛି । ସେଗୁଡିକ ପରିବେଷଣ କଳାର ବିଶେଷ ବିଭାଗରେ କାର୍ଯ୍ୟ କରନ୍ତି । ସେଥି ମଧ୍ୟରୁ 'ଦ କମୁନିକେସକ କମିଟି', 'ଦ ଇଣ୍ଟରନେସନାଲ ମନୋଡ୍ରାମା ଫୋରମ', 'ଦ ଇଣ୍ଟରନେସନାଲ ଡ୍ୟାନ୍ସ କମିଟି' ଆଦି ଅନ୍ୟତମ ।[୮]