ଉଇକିପିଡ଼ିଆ:ଭିଡିଓୱିକି/ପ୍ରମୁଖ ଅବସାଦ ବେମାରୀ

ଭିଡିଓୱିକି/ପ୍ରମୁଖ ଅବସାଦ ବେମାରୀ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ଉପକ୍ରମ

ପ୍ରମୁଖ ଅବସାଦ ବେମାରୀ ବା କେବଳ ଅବସାଦ ଏକ ମାନସିକ ରୋଗ ଯେଉଁଥିରେ ଅଧିକାଂଶ ପରିସ୍ଥିତିରେ ଅତି କମ୍‌ରେ ୨ ସପ୍ତାହ ପର୍ଯ୍ୟନ୍ତ ଅବସାଦ ରହେ । [୧]

ଲକ୍ଷଣ

ଏହା ସ‌ହିତ ନିଜର ହୀନମନ୍ୟତା, ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ, ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ । [୧]

ଅନ୍ୟାନ୍ୟ ଲକ୍ଷଣ

ଏହା ସ‌ହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ବା ଶୁଣା ନ ଯାଉଥିବା କଥା ଦେଖାଯାଏ ଓ ଶୁଣାଯାଏ ।[୧] କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ପ୍ରାୟ ସର୍ବଦା ଅବସାଦ ରହେ । [୨]

ପରିଣାମ

ଏହି ରୋଗ ଯୋଗୁ ଲୋକର ବ୍ୟକ୍ତିଗତ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ଇତ୍ୟାଦି ପ୍ରଭାବିତ ହୁଏ ।[୧][୨]

ଆତ୍ମହତ୍ୟା

ଏହା ଯୋଗୁ ୨-୮% ବୟଃପ୍ରାପ୍ତ ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରନ୍ତି,[୩][୪] ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୫୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି ମିଜାଜ ବେମାରୀ ଥାଏ । [୫]

କାରଣ

ଜେନେଟିକ, ପରିବେଶ ଓ ମନସ୍ତ‌ତ୍ତ୍ୱ କାରକମାନଙ୍କ ମିଶ୍ରିତ ପ୍ରଭାବ ଏହି ରୋଗର କାରଣରୁପେ ବିବେଚନା କରାଯାଏ । [୧]

ଡାଏଥେସିସ-ସ୍ଟ୍ରେସ ମଡେଲ

ଅବସାଦର ଆନୁବଂଶିକ ଲିଙ୍କ ଥିଲେ ଚାପଗ୍ରସ୍ତ ଜୀବନ ଯୋଗୁ ସକ୍ରିୟ ହୋଇଯାଏ ଓ ଏହାକୁ ଡାଏଥେସିସ-ସ୍ଟ୍ରେସ ମଡେଲ ଥିଓରୀ କୁହାଯାଏ । [୬]

ସଙ୍କଟ କାରକ

ପାରିବାରିକ ରୋଗ ଇତିହାସ, ମୁଖ୍ୟ ଜୀବନ‌ଧାରାର ପରିବର୍ତ୍ତନ, କେତେକ ଔଷଧ, ସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ଓ ଡ୍ରଗ ଅପବ୍ୟବ‌ହାର ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ । [୧][୨]

ଜେନେଟିକ

ପ୍ରାୟ ୪୦% ରୋଗ ସଙ୍କଟ ଜେନେଟିକ କାରଣରୁ ହୋଇଥାଏ । [୨]

ରୋଗ ନିର୍ଣ୍ଣୟ

ଲୋକର ବ୍ୟକ୍ତିଗତ ଅନୁଭୁତି ରିପୋର୍ଟ ଓ ମାନସିକ ସ୍ଥିତି ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୭]

ପରୀକ୍ଷା

ଏହି ରୋଗ ପାଇଁ କୌଣସି ଲାବୋରେଟୋରୀ ପରୀକ୍ଷା ନାହିଁ । [୨] ଏକା ଭଳି ଲକ୍ଷଣ ଥିବା ଅନ୍ୟ ରୋଗମାନଙ୍କର ସମ୍ଭାବନା ନିମନ୍ତେ ପରୀକ୍ଷା କରିବାକୁ ହୁଏ । [୭] ସାଧାରଣ ଜୀବନରେ ହେଉଥିବା ନିରାଶା ଅପେକ୍ଷା ଏହି ରୋଗ ଅତ୍ୟନ୍ତ ସାଂଘାତିକ । [୨]

ସ୍କ୍ରୀନିଙ୍ଗ

ବାର ବର୍ଷ ବୟସରୁ ଅଧିକ ଲୋକର ସ୍କ୍ରୀନିଙ୍ଗ କରିବାକୁ କେତେକ ଲୋକ ଉପଦେଶ ଦିଅନ୍ତି । [୮][୯] କିନ୍ତୁ ରୋଗ ଚିହ୍ନଟ ବା ଚିକିତ୍ସାରେ ନିୟମିତ ସ୍କ୍ରୀନିଙ୍ଗ ପ୍ରଶ୍ନାବଳୀର କିଛି ପ୍ରଭାବ ଥିବା କ‌କ୍ରେନ ଅନୁଶୀଳନରେ ମିଳୁନି । [୧୦]

ଚିକିତ୍ସା

ଅବସାଦ ଚିହ୍ନଟ ହେଲେ ଚିକିତ୍ସା ସାଧ୍ୟ ହୋଇପାରେ । ସାଧାରଣତଃ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଫିଜିଓଥେରାପି, ସାଇକୋଥେରାପି ଓ ଇଲେକ୍ଟ୍ରୋକନଭଲସିଭ ଥେରାପି ଦିଆଯାଏ । ଅଠର ବର୍ଷ ବୟସ ତଳକୁ ସାଇକୋଥେରାପି ଏକ ପସନ୍ଦ ଯୋଗ୍ୟ ଚିକିତ୍ସା । [୧୧].

ସାମାନ୍ୟ ଅବସାଦ

ଅଠର ବର୍ଷ ବୟସରୁ ଅଧିକ ସାମାନ୍ୟ ଅବସାଦରେ ମଧ୍ୟ ଉପକାର ଅପେକ୍ଷା ସଙ୍କଟ ଅଧିକ ଥିବାରୁ ଆରମ୍ଭରୁ ଆଣ୍ଟିଡିପ୍ରେସାଣ୍ଟ ଦେବା ଉଚିତ ନୁହେଁ । [୧୨].

ବ୍ୟାୟାମ ଓ କାଉନସେଲିଙ୍ଗ

ଅଧିକ ବ୍ୟାୟାମ,[୧୩], ଧୂମ‌ପାନ ବନ୍ଦ,[୧୪] କଗନିଟିଭ ବିହେଭିଅରାଲ ଥେରାପି ଓ ଇଣ୍ଟରପରସନାଲ ଥେରାପି ଭଳି ସାଇକୋଥେରାପି ଦେବାକୁ ଉପଦେଶ ଦିଆଯାଏ । [୧][୧୫].

ଔଷଧ

ଆଣ୍ଟିଡିପ୍ରେସାଣ୍ଟ ଓ ସାଇକୋସୋସିଆଲ କାଉନସେଲିଙ୍ଗ ଚିକିତ୍ସା ନିମ୍ନ ଲିଖିତ ସ୍ଥଳରେ ଦିଆଯାଏ

ଔଷଧ ୧

ମଧ୍ୟମ ଧରଣର ଇତିହାସ ବା ସାଂଘାତିକ ଅବସାଦ ଥିଲେ,

ଔଷଧ ୨

ଦୀର୍ଘ କାଳ ଧରି ସାମାନ୍ୟ ଅବସାଦ ଥଲେ,

ଔଷଧ ୩

ଚିକିତ୍ସା ସତ୍ୱେ ସାମାନ୍ୟ ଅବସାଦ ଲାଗିରହିଲେ,

ଔଷଧ ୪

ବା ମଧ୍ୟମ ଓ ସାଂଘାତିକ ରୋଗରେ ପ୍ରଥମ ଧାଡ଼ିର ଚିକିତ୍ସା ଭାବରେ ଦିଆଯାଏ ।

ଔଷଧ ସୀମା

ଅତି ସାଂଘାତିକ ଅବସାଦ ରୋଗରେ ଔଷଧ ପ୍ରଭାବଶାଳୀ ହୋଇପାରେ । [୧୬][୧୭] କିନ୍ତୁ ଆତ୍ମହତ୍ୟା ସଙ୍କଟ ନିମନ୍ତେ ଏହାର ପ୍ରଭାବ ଅସ୍ପଷ୍ଟ ଅଛି । [୧୮]

ଇସିଟି ଓ ଡାକ୍ତରଖାନା ଆଡମିଶନ

ଅନ୍ୟାନ୍ୟ ଚିକିତ୍ସା ଫଳପ୍ରଦ ନହେଲେ ଇଲେକ୍ଟ୍ରୋକନଭଲସିଭ ଥେରାପି ବା ଇସିଟି ଦିଆଯାଏ । [୧] ରୋଗୀର ଅନିଚ୍ଛା ସତ୍ୱେ ନିଜକୁ ନିଜେ ଆଘାତ ଦେବା ସଙ୍କଟ ଯୋଗୁ ଡାକ୍ତରଖାନାରେ ଆଡମିଶନ କରାଯାଏ । [୧୯]

ରୋଗାନୁଶୀଳନ

ସନ ୨୦୧୫ରେ ପୃଥିବୀର ୩% ଲୋକ ପ୍ରମୁଖ ଅବସାଦ ବେମାରୀ‌ର ଶିକାର ହୋଇଥିଲେ । [୨୦] ୨୧% ଲୋକ ଜୀବନର ଯେ କୌଣସି ସମୟରେ ଆକ୍ରାନ୍ତ ହୋଇଥିଲେ । [୨୧]

ବୟସ ଓ ଲିଙ୍ଗ

କୋଡ଼ିଏ ଓ ତିରିଶ ଦଶକରେ ସାଧାରଣତଃ ରୋଗ ଆରମ୍ଭ ହୁଏ । [୨][୨୧] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଦୁଇ ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । [୨][୨୧]

ଇତିହାସ

ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେଣ୍ଟ ଆବ୍ରାହମ ଲିଙ୍କନ ଆକ୍ରାନ୍ତ ହୋଇଥିବା ମେଲାଙ୍କୋଲିଆ ରୋଗ ବର୍ତ୍ତମାନର ଅବସାଦ ରୋଗ ହୋଇପାରେ । [୨୨]

ଆଧାର