ଉଇକିପିଡ଼ିଆ:ଭିଡିଓୱିକି/ମିଳିମିଳା

ଭିଡିଓୱିକି/ମିଳିମିଳା (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା

ମିଳିମିଳା ଏକ ସଂସର୍ଗ ସଂକ୍ରାମକ ରୋଗ ଯାହା ମିଳିମିଳା ଭୂତାଣୁ ଯୋଗୁ ହୁଏ ।[୧][୨] ଏହାକୁ ଇଂରାଜୀରେ ମିଜଲ୍ସ ବା ରୁବେଓଲା ନାମ ଦିଆଯାଇଥାଏ ।

ବନାମ ରୁବେଲା ଓ ରୋଜେଓଲା

ଏହା ଇଂରାଜୀ ନାମର ରୋଜେଓଲା ଓ ଜର୍ମାନ ମିଳିମିଳା ବା ରୁବେଲା ରୋଗମାନଙ୍କଠାରୁ ଏକ ପୃଥକ୍ ଓ ଅସଂମ୍ବନ୍ଧିତ ରୋଗ ।[୩]

ରୋଗର ଆରମ୍ଭ

ସଂକ୍ରମିତ ଲୋକର ସଂସ୍ପର୍ଷରେ ଆସିବାର ୧୦-୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭-୧୦ ଦିନ ପର୍ଯ୍ୟନ୍ତ ରୋଗ ରହେ ।[୪][୫]

ପ୍ରାରମ୍ଭିକ ଲକ୍ଷଣ

ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ୪୦ସେ. ବା ୧୦୪ ଫା. ଜ୍ୱର, କାଶ, ଶର୍ଦ୍ଦି ଓ ଆଖି ଧରା ବା କଞ୍ଜନ୍ଟିଭାଇଟିସ ହେବା ଦେଖାଯାଏ ।[୧][୬]

କପ୍‌ଲିକ ଦାଗ

ଲକ୍ଷଣ ଆରମ୍ଭ ହେବାର ୨ ବା ୩ ଦିନ ପରେ ପାଟି ଭିତରେ ଛୋଟ ଛୋଟ ଦଳା ଦାଗ ବା କପ୍‌ଲିକ ଦାଗ ତିଆରି ହୁଏ ।[୬]

ରାସ୍

ଲକ୍ଷଣ ଆରମ୍ଭ ହେବାର ୩ରୁ ୫ଦିନ ପରେ ଲାଲ ଚେପ୍‌ଟା ଦାଗ ବାହାରି ସାରା ଦେହରେ ମାଡ଼ିଯାଏ ।[୬]

ସାଧାରଣ ଜଟିଳ ଅବସ୍ଥା

ପ୍ରାୟ ୭% ରୋଗୀଙ୍କର ଅବସ୍ଥା ଜଟିଳ ହୋଇ ତରଳ ଝାଡ଼ା, ମଧ୍ୟ କର୍ଣ୍ଣ ପ୍ରଦାହ ଓ ନିମୋନିଆ ହୋଇପାରେ ।[୭]

ସ୍ୱଳ୍ପ ଜଟିଳ ସମ୍ଭାବନା

ଅପସ୍ମାର ବାତ, ଅନ୍ଧତ୍ୱ ବା ମସ୍ତିଷ୍କ ପ୍ରଦାହ ଭଳି ଜଟିଳତା ବେଳେବେଳେ ଦେଖାଯାଏ । [୪][୭]

କାରଣ

ମିଳିମିଳା ଏକ ବାୟୁ ପ୍ରବାହିତ ରୋଗ ଯାହା ସଂକ୍ରମିତ ଲୋକର କାଶ ଓ ଛିଙ୍କ ମାଧ୍ୟମରେ ଅତି ସ‌ହଜରେ ବ୍ୟାପିଥାଏ ।[୪]

ରୋଗ ବିସ୍ତାରର ଅନ୍ୟ ପଥ

ଏହା ରୋଗୀର ଲାଳ ବା ନାକରୁ ବାହାରୁଥିବା ମ୍ୟୁକସ ଯୋଗେ ବିସ୍ତାର ଲାଭ କରିପାରେ ।[୪]

ସଂସ୍ପର୍ଶ ଜନିତ

ଏହା ଏତେ ସ୍ପର୍ଶ ସଂକ୍ରାମକ ରୋଗ ଯେ, ଜଣେ ରୋଗୀ ସାଥୀରେ ବାସ କରୁଥିବା ୧୦ ଜଣ ଇମ୍ମ୍ୟୁନିଟି ବିହୀନ ଲୋକ ମଧ୍ୟରୁ ୯ ଜଣକୁ ସଂକ୍ରମିତ କରିପାରେ ।[୭]

ସଂକ୍ରମଣର ସମୟ

ଏହା ରାସ ହେବାର ୪ ଦିନ ପୁର୍ବରୁ ଆରମ୍ଭ କରି ରାସ ହେବାର ୪ ଦିନ ପର ପର୍ଯ୍ୟନ୍ତ ସଂକ୍ରମଣ କରିପାରେ ।[୭]

ଇମ୍ମୁନିଟି

ଆଶ୍ୱାସନାର ବିଷୟ ଏହିକି ଯେ ଅଧିକାଂଶ ଲୋକଙ୍କୁ ଏହି ରୋଗ ଗୋଟିଏ ଥରରୁ ଅଧିକ ଆକ୍ରମଣ କରେ ନାହିଁ ।[୪]

ରୋଗ ନିର୍ଣ୍ଣୟ

ସନ୍ତୁଳିତ ଜନସ୍ୱାସ୍ଥ୍ୟ ନିମନ୍ତେ ମିଳିମିଳା ସନ୍ଦେହ ଜନ‌କ ଲୋକର ଭୂତାଣୁ ପରୀକ୍ଷା କରିବା ଆବଶ୍ୟକ ।[୭]

ପ୍ରତିଷେଧ

ରୋଗ ପ୍ରତିଷେଧ ନିମନ୍ତେ ଫଳପ୍ରଦ ମିଳିମିଳା ଟିକା ଅନ୍ୟାନ୍ୟ ଟିକା ସ‌ହିତ ମିଶ୍ରିତ ଭାବରେ ଏମଏମଆର ଟିକା ନାମରେ ଦିଆଯାଏ ।[୪]

ଟିକାର ପ୍ରଭାବ

ସନ ୨୦୦୦ରୁ ୨୦୧୩ ମଧ୍ୟର ଟିକା ଦେବା ଯୋଗୁ ମିଳିମିଳା ରୋଗୀ ମୃତ୍ୟୁ ସଂଖ୍ୟା ୭୫% କମିଛି ଓ ଅଧୁନା ସାରା ପୃଥିବୀରେ ପ୍ରାୟ ୮୫% ପିଲାଙ୍କୁ ଟିକା ଦିଆଯାଇପାରୁଛି । [୪]

ଚିକିତ୍ସା

ଥରେ ରୋଗ ସଂକ୍ରମଣ ହେବା ପରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ମିଳିପାରେନି,[୪] କିନ୍ତୁ ସାହାଯ୍ୟକାରୀ ଯତ୍ନରେ ଫଳାଫଳ ଉନ୍ନତ ହୋଇପାରେ ।[୪]

ସାହାଯ୍ୟକାରୀ ଯତ୍ନ

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଜ୍ୱର ନିୟନ୍ତ୍ରଣ ପାଇଁ ଔଷଧ ଏବଂ ମିଠା ଓ ଲବଣ ଥିବା ଓଆରଏସ ସଲ୍ୟୁସନ ପାଟିରେ ଦିଆଯାଏ । [୪][୫]

ଆଣ୍ଟିବାୟୋଟିକ

ନିମୋନିଆ ଭଳି ପାରିପାର୍ଶିକ ଜୀବାଣୁ ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ବ୍ୟବ‌ହାର କରାଯାଇପାରେ ।[୪]

ଭିଟାମିନ କ

ବିକାଶଶୀଳ ଦେଶମାନଙ୍କରେ ଭିଟାମିନ କ ପରିପୂରକ ଦେବାକୁ ସୁପାରିସ କରାଯାଏ ।[୪]

ରୋଗାନୁଶୀଳନ

ବର୍ଷକୁ ପ୍ରତି ବୟସର ପ୍ରାୟ ୨୦ ନିୟୁତ ଲୋକଙ୍କୁ ମିଳିମିଳା ଆକ୍ରମଣ କରେ,[୧] ଓ ଅନ୍ୟ ଦେଶ ଅପେକ୍ଷା ଆଫ୍ରିକା ଓ ଏସିଆ ମହାଦେଶରେ ଅଧିକ ହୁଏ । [୪][୮]

ମୃତ୍ୟୁ ନିବାରକ

ମିଳିମିଳା ମୃତ୍ୟୁରୁ ରକ୍ଷା ନିମନ୍ତେ ଏହା ଏକ ଅଗ୍ରଣୀ ଟିକା-ନିବାରକ ରୋଗ । [୯][୧୦]

ମୃତ୍ୟୁ ହ୍ରାସ

ସନ ୧୯୮୦ରେ ମିଳିମିଳା ଯୋଗୁ ୨.୬ ନିୟୁତ ମୃତ୍ୟୁ ହୋଇଥିଲା,[୪] କିନ୍ତୁ ସନ ୨୦୧୪ ସୁଦ୍ଧା ଜାଗତିକ ଟିକାକରଣ ଯୋଗୁ ଏହି ସଂଖ୍ୟା କମିଯାଇ ୭୩,୦୦୦ ହୋଇଗଲା ।[୧୧][୧୨]

ସନ ୨୦୧୭ରେ ବୃଦ୍ଧି

ସନ ୨୦୧୭ରେ କମ୍ ଟିକାକରଣ ଯୋଗୁ ଏହି ରୋଗ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିଲା ଓ ଅଧିକତର ୧୦% ରୋଗ କେବଳ ଅପ‌ପୁଷ୍ଟି ଥିବା ଯୋଗୁ ହୋଇଥିଲା ।[୪]

ସର୍ବାଧିକ ସଙ୍କଟ

ଅଧିକାଂଶ ମିଳିମିଳା ମୃତ୍ୟୁ ୫ ବର୍ଷ ବୟସରୁ କମ୍ ପିଲାଙ୍କର ହୁଏ । [୪][୧୩] ସଂକ୍ରମିତ ଲୋକଙ୍କ ମଧ୍ୟରୁ ମୋଟାମୋଟି ୦.୨% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ । [୭]

ଆଧାର