ଓଡ଼ିଶା ଉଚ୍ଚ ନ୍ୟାୟାଳୟ

ଓଡ଼ିଶା ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ।

ଓଡ଼ିଶାର ଉଚ୍ଚ ନ୍ୟାୟାଳୟ
ସ୍ଥାପିତ୧୯୪୮[୧]
ବିସ୍ତାରଭାରତ
ସ୍ଥାନକଟକ, ଓଡ଼ିଶା
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତଭାରତୀୟ ସମ୍ବିଧାନ
Decisions are appealed t oଭାରତର ଉଚ୍ଚତମ ନ୍ୟାୟାଳୟ
ବିଚାରପତି କାର୍ଯ୍ୟକାଳ୬୨ବର୍ଷ ବୟସ ପର୍ଯ୍ୟନ୍ତ
ସଦସ୍ଯତା ସଂଖ୍ଯା୨୨ [୨]
Websitehttp://www.orissahighcourt.nic.in
ମୁଖ୍ୟ ବିଚାରପତି
ବର୍ତ୍ତମାନଧୀରେନ୍ଦ୍ର ହୀରାଲାଲ ବାଘେଲା [୩]
ନିଯୁକ୍ତି ଦିନ୧୩ ଅପ୍ରେଲ ୨୦୧୫

ଓଡ଼ିଶା ରାଜ୍ୟ ପୂର୍ବରୁ ବଙ୍ଗଳା ପ୍ରେସିଡେନ୍ସିର ଅନ୍ତର୍ଭୁକ୍ତ ଥିଲା । ମାର୍ଚ୍ଚ ୨୨, ୧୯୧୨ରେ ବିହାର ଓ ଓଡ଼ିଶା ପ୍ରୋଭିନ୍ସ ଗଠନ ହେବାପରେ ଓଡ଼ିଶା, କଲିକତା ଉଚ୍ଚ ନ୍ୟାୟାଳୟର ଅଧୀନରେ ରହିଲା । ଫେବୃଆରୀ ୦୯, ୧୯୧୬ରେ ପାଟଣା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପରେ ଓଡ଼ିଶା, ବିଚାର ବ୍ୟବସ୍ଥା ଦୃଷ୍ଟିରୁ, ପାଟନା ଉଚ୍ଚ ନ୍ୟାୟାଳୟ ଅଧୀନକୁ ଚାଲିଗଲା । ଏପ୍ରିଲ ୦୧, ୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବା ସତ୍ତ୍ୱେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ନ ଥିଲା ।

ବିଭିନ୍ନ ମହଲରୁ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କ ଦାବୀକ୍ରମେ, ଭାରତ ସରକାରଙ୍କ ଆଇନ ବିଭାଗ (ରିଜୋଲ୍ୟୁସନ୍ ତା:୧୯.୦୮.୧୯୪୨ ଦ୍ୱାରା) ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ଆବଶ୍ୟକତା ଅନୁଧ୍ୟାନ କରିବାପାଈଁ ଶ୍ରୀ ବୀର କିଶୋର ରାୟଙ୍କୁ ଅଧ୍ୟକ୍ଷ, ଶ୍ରୀ ସି.ଏମ୍.ଆଚାର୍ଯ୍ୟ, ଶ୍ରୀ ବିଚିତ୍ରାନନ୍ଦ ଦାଶ ଓ ଶ୍ରୀ ନରସିଂହ ରାଓଙ୍କୁ ସଭ୍ୟ ଭାବେ ନେଇ ଏକ କମିଟି ସ୍ଥାପନ କଲେ । ଉକ୍ତ କମିଟି ତାଙ୍କ ରିପୋର୍ଟରେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ସୁପାରିସ କଲେ । ଫଳରେ ଭାରତ ସରକାରଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ୧୯୪୮(Orissa High Court Order, 1948) ବଳରେ ଜୁଲାଇ ୨୬, ୧୯୪୮ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେଲା ।[୪] ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଲେ ମାନ୍ୟବର ଜଷ୍ଟିସ୍‌ ବୀର କିଶୋର ରାୟ[୫]

ଏହି ଅନୁଷ୍ଠାନଟି ଓଡ଼ିଶାର କଟକଠାରେ ଅବସ୍ଥିତ । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ।

ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୨ ଜଣ ବିଚାରପତି କର୍ତ୍ତବ୍ୟରତ ଅଛନ୍ତି ।

ଅଧିକାର କ୍ଷେତ୍ର

ସାମ୍ବିଧାନିକ ବ୍ୟବସ୍ଥାରେ ଓଡ଼ିଶା ଉଚ୍ଚ ନ୍ୟାୟାଲୟର ମୌଳିକ ଅଧିକାର କ୍ଷେତ୍ର (Jurisdiction)ସବୁ ହେଉଛି ଏହିଭଳି:[୬]

  • ମୂଳ ଅଧିକାର କ୍ଷେତ୍ର (original jurisdiction)
ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମଧ୍ୟରେ ରିଟ (writ)ମାଧମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରୀ କରିପାରିବେ ।
  • ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର (Appellate jurisdiction)
ରାଜ୍ୟର ଯେ କୌଣସି ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ(RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ ।
ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।
  • ପ୍ରଶାସନିକ ଅଧିକାର କ୍ଷେତ୍ର (Administrative jurisdiction)

ରାଜ୍ୟ ଉଚ୍ଚ ନ୍ୟାୟାଳୟ ଏହା ଅଧିନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।

ମୁଖ୍ୟ ବିଚାରପତି

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ କୋଠା

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଉଛନ୍ତି ମାନ୍ୟବର ଜଷ୍ଟିସ୍ ବୀର କିଶୋର ରାୟ

ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୯ତମ ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍ ଧୀରେନ୍ଦ୍ର ହୀରାଲାଲ ୱ।ଘେଲା ।

ରାଜକୋଟରେ ଜନ୍ମିତ ଜଷ୍ଟିସ୍ ୱ।ଘେଲା ଶ୍ରମ ଏବଂ ସାମ୍ବିଧାନିକ ଆଇନରେ ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ସେ ମାର୍ଚ୍ଚ ୨୦୧୩ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦକୁ ଉନ୍ନିତ ହୋଇଥିଲେ । ତତ୍ପରେ ୪ ଜୁନ, ୨୦୧୫ ତାରିଖରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୯ତମ ମୁଖ୍ୟ ବିଚାରପତି ପଦ ଭାର ଗ୍ରହଣ କରିଛନ୍ତି ।

ପୂର୍ବତନ ମୂଖ୍ୟ ବିଚାରପତିଙ୍କ ତାଲିକା

ଓଡ଼ିଶା ଉଚ୍ଚନ୍ୟାୟାଳୟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ତାଲିକା ହେଉଛି ଏହିଭଳି ।[୭]

#ମୂଖ୍ୟ ବିଚାରପତିଙ୍କ ନାମକାର୍ଯ୍ୟକାଳ
ବୀର କିଶୋର ରାୟ୨୬ ଜୁଲାଇ ୧୯୪୮ – ୩୦ ଅକ୍ଟୋବର ୧୯୫୧
ବି. ଜଗନ୍ନାଥ ଦାସ୩୧ ଅକ୍ଟୋବର ୧୯୫୧ – ୩ ମାର୍ଚ୍ଚ ୧୯୫୩
ଲିଙ୍ଗରାଜ ପାଣିଗ୍ରାହୀ୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬
ଆର୍. ଲକ୍ଷଣ ନରସିଂହାମ22 ମାର୍ଚ୍ଚ 1956 – 27 ଡିସେମ୍ବର 1964
ଖଲୀଲ ଅହମଦ18 ଜାନୁଆରୀ 1965 – 5 ଅପ୍ରେଲ 1967
ସତ୍ୟ ଭୂଷଣ ବର୍ମନ୍6 ଅପ୍ରେଲ 1967 – 30 ଅପ୍ରେଲ 1969
ଗତିକୃଷ୍ଣ ମିଶ୍ର1 ମଇ 1969 – 30 ଅକ୍ଟୋବର 1975
ଶିବ ନାରାୟଣ ଶଙ୍କର1 ନଭେମ୍ବର 1975–12 ଅକ୍ଟୋବର 1977
ସୁକାନ୍ତ କିଶୋର ରାୟ13 ଅକ୍ଟୋବର 1977–4 ନଭେମ୍ବର 1980
୧୦ରଙ୍ଗନାଥ ମିଶ୍ର16 ଜାନୁଆରୀ 1981 – 14 ମାର୍ଚ୍ଚ 1983
୧୧ଡମ୍ବରୁଧର ପାଠକ11 ଅଗଷ୍ଟ 1983 – 28 ଫେବୃଆରୀ 1986
୧୨ହରିଲାଲ ଅଗ୍ରୱାଲା1 ମଇ 1986 – 31 ଜୁଲାଇ 1989
୧୩ବନୱାରୀଲାଲ ହଂସାରିଆ22 ଫେବୃଆରୀ 1990 – 13 ଡିସେମ୍ବର 1993
୧୪ଗିରୀଶ ଠାକୁରଲାଲ ନାନାବତୀ31 ଜାନୁଆରୀ 1994 – 27 ସେପ୍ଟେମ୍ବର 1994
୧୫ବଲ୍ଲଭଦାସ ଐଦାନ ମୋହଟା28 ସେପ୍ଟେମ୍ବର 1994 – 25 ଅପ୍ରେଲ 1995
୧୬ଶୈଳେନ୍ଦୁନାଥ ଫୁକନ୍2 ଅଗଷ୍ଟ 1996 – 27 ଜାନୁଆରୀ 1999
୧୭ବିଶ୍ୱନାଥ ଅଗ୍ରୱାଲା18 ନଭେମ୍ବର 1999–18 ଅକ୍ଟୋବର 2000
୧୮ଏନ୍. ୱ।ଇ. ହନୁମନ୍ଥାପ୍ପା17 ଫେବୃଆରୀ 2001 – 24 ସେପ୍ଟେମ୍ବର 2001
୧୯ପି. କେ. ବାଲସୁବ୍ରମନ୍ୟମ5 ଡିସେମ୍ବର 2001 – 10 ମାର୍ଚ୍ଚ 2003
୨୦ସୁଜିତ ବର୍ମନ ରୟ9 ଅପ୍ରେଲ 2003 – 27 ଜାନୁଆରୀ 2007
୨୧ଅଶୋକ କୁମାର ଗାଙ୍ଗୁଲୀ2 ମାର୍ଚ୍ଚ 2007 – 18 ମଇ 2008
୨୨ବଲବୀର ସିଂ ଚୌହାନ16 ଜୁଲାଇ 2008 – 10 ମଇ 2009
୨୩ଆଇ. ଏମ୍. କୁଦୁସୀ11 ମଇ 2009 – 13 ନଭେମ୍ବର 2009
୨୪ବିଲାଲ ନା଼ଜକୀ14 ନଭେମ୍ବର 2009 – 17 ନଭେମ୍ବର 2009
୨୫ଭି. ଗୋପାଲ ଗୌଡା25 ମାର୍ଚ୍ଚ 2010 - 26 ଫେବୃଆରୀ 2013
୨୬ସି. ନାଗପ୍ପାନ27 ଫେବୃଆରୀ 2013 - 16 ସେପ୍ଟେମ୍ବର 2013
୨୭ଆଦର୍ଶ କୁମାର ଗୋଏଲ୧୦ ଅକ୍ଟୋବର ୨୦୧୩ - ଜୁଲାଇ ୨୦୧୪
୨୮ଅମିତାଭ ରୟ୫ ଅଗଷ୍ଟ ୨୦୧୪ - ୨୫ ଫେବୃଆରୀ ୨୦୧୫
୨୯ଧୀରେନ୍ଦ୍ର ହୀରାଲାଲ ୱାଘେଲା୧୩ ଅପ୍ରେଲ ୨୦୧୫ - ୧୪ ଫେବୃଆରୀ ୨୦୧୬
କାର୍ଯ୍ୟକାରୀପ୍ରଦୀପ କୁମାର ମହାନ୍ତି୧୪ ଫେବୃଆରୀ ୨୦୧୬ - ୨୬ ଫେବୃଆରୀ ୨୦୧୬
୩୦ବିନୀତ ଶରଣ୨୬ ଫେବୃଆରୀ ୨୦୧୬[୮] - ୦୬ ଅଗଷ୍ଟ ୨୦୧୮
୩୧କେ ଏସ୍ ଜାଭେରି୧୨ ଅଗଷ୍ଟ ୨୦୧୮ - ୦୪ ଜାନୁଆରୀ ୨୦୨୦
୩୨ସଞ୍ଜୁ ପଣ୍ଡା୦୫ ଜାନୁଆରୀ ୨୦୨୦- ୨୬ ଏପ୍ରିଲ ୨୦୨୦
୩୩ମହମ୍ମଦ ରଫିକ୍୨୭ ଅପ୍ରେଲ ୨୦୨୦- ୦୩ ଜାନୁଆରୀ ୨୦୨୧
୩୪ଏସ୍. ମୁରଲୀଧର୦୪ ଜାନୁଆରୀ ୨୦୨୧ - କାର୍ଯ୍ୟରତ

ଆଧାର

ଅଧିକ ତଥ୍ୟ