କ୍ଷେତ୍ରବାସୀ ନାଏକ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ
(କ୍ଷେତ୍ରବାସୀ ନାୟକରୁ ଲେଉଟି ଆସିଛି)

କ୍ଷେତ୍ରବାସୀ ନାୟକ (ଜନ୍ମ: ୧୦ ଜୁନ ୧୯୮୦), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ନିଜ ଗଳ୍ପ ପୁସ୍ତକ ଦାଦନ ପାଇଁ ସେ ୨୦୧୩ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ସେ ସମ୍ବାଦରେ କାର୍ଯ୍ୟ କରନ୍ତି ଓ କଥା ପତ୍ରିକାର ସହ-ସମ୍ପାଦକ ଭାବରେ କାର୍ଯ୍ୟରତ ।[୧]

କ୍ଷେତ୍ରବାସୀ ନାୟକ
ଜନ୍ମ (1980-06-10) ୧୦ ଜୁନ ୧୯୮୦ (ବୟସ ୪୪)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ବିଜ୍ଞାନ), ବିଏଡ଼
ବୃତ୍ତିସାମ୍ବାଦିକ
ଚାକିରିକ୍ଷେତ୍ରସମ୍ବାଦ
ପିତାମାତା(s)କାଳିଆ ନାୟକ, ଲଳିତା ନାୟକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୩

କ୍ଷେତ୍ରବାସୀ ୧୯୮୦ ମସିହାରେ ବଲାଙ୍ଗୀର ଜିଲ୍ଲାଲୋଇସିଂହା ଅନ୍ତର୍ଗତ ସାନଟିକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କାଳିଆ ନାୟକ ଓ ମାତାଙ୍କ ନାମ ଲଳିତା ।[୨] ସେ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରୁ ସ୍ନାତକ ଓ ରାଜେନ୍ଦ୍ର କଲେଜ, ବଲାଙ୍ଗୀରରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୨୦୦୮ରୁ ସେ "ସୃଜନ ସଳିତା ନବନୀତା" ନାମକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଆସୁଛନ୍ତି । ତାଙ୍କ ଗପ ଓ କବିତା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା ଓ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇସାରିଛି ।[୩] ସେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।

ରଚନାବଳୀ

  • ଦାଦନ - ୨୦୧୧[୪]

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୩[୫]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ