ଗୋପାଳକୃଷ୍ଣ ପଟ୍ଟନାୟକ

ଅଷ୍ଟାଦଶ ଶତକର ଓଡ଼ିଶୀ ସଙ୍ଗୀତ ରଚୟିତା

କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୪ - ୧୮୬୨)[୨] ଅଷ୍ଟାଦଶ ଶତାବ୍ଦୀର ଜଣେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତକାର କବି । ସେ ପ୍ରାଚୀନ ଉତ୍କଳୀୟ ସଙ୍ଗୀତ ଅନୁସରଣରେ ବହୁସଂଖ୍ୟକ ଓଡ଼ିଶୀ ପ୍ରବନ୍ଧ, ଛାନ୍ଦ, ଚଉତିଶା, ଭଜନ ଓ ଜଣାଣ, କୋଇଲି, ଚଉତିଶା ଆଦି ରଚନା କରିଛନ୍ତି । 'ଉଠିଲୁ ଏଡ଼େ ବେଗି କାହିଁକି ରେ', 'ଅନୁସରିତ ପ୍ରଭୋ କାଳଯାକ ଗଲା ସରିତ', 'ସଙ୍ଗିନୀରେ ରାସ ରଙ୍ଗିନୀରେ' ଇତ୍ୟାଦି ଗୋପାଳକୃଷ୍ଣଙ୍କ ଅସଂଖ୍ୟ ଗୀତଗୁଡ଼ିକ ଅଦ୍ୟାବଧି ଓଡ଼ିଶାର ଗ୍ରାମେ ଗ୍ରାମେ ଲୋକମୁଖରେ ଶୁଣାଯାଏ । ତାଙ୍କ କବିତାଗୁଡ଼ିକ ସଂଗୃହିତ ହୋଇ ରଚନାବଳୀ ବା ଗ୍ରନ୍ଥାବଳୀ ଭାବେ ଅନେକବାର ପ୍ରକାଶିତ ହୋଇଛି ।[୧]

କବିକଳହଂସ

ଗୋପାଳକୃଷ୍ଣ ପଟ୍ଟନାୟକ
ପାରଳାଖେମୁଣ୍ଡିସ୍ଥ କବିଙ୍କ ବାସଭବନରେ ଥିବା ତାଙ୍କ ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତି ଗୋପାଳକୃଷ୍ଣଙ୍କୁ ନିଜେ ଦେଖିଥିବା ଶିଳ୍ପୀ ବୃନ୍ଦାବନ ପଟ୍ଟନାୟକ ୧୯୨୧ରେ ଗଢ଼ିଥିଲେ ।
ଜନ୍ମ୧୭୮୪ (ଆଷାଢ଼ ଶୁକ୍ଳ ପ୍ରତିପଦ- ୧୧ ଦିନ, ଶାଳିବାହନ ଅବ୍ଦ ୧୭୦୭)
ମୃତ୍ୟୁ୧୮୬୨ (୧୭୭୮ ଶାଳିବାହନ ଅବ୍ଦ)
ଜାତୀୟତାଭାରତୀୟ
ଅନ୍ୟ ନାମବସନ୍ତ କୋକିଳ,ପାରଳା ଭକ୍ତକବି
ବୃତ୍ତିକବି
ଉଲ୍ଲେଖନୀୟ କୃତି
  • ଶ୍ୟାମକୁ ଜୁହାର
  • ସଙ୍ଗିନୀରେ ରାସ ରଙ୍ଗିନୀରେ
  • ଉଠିଲୁ ଏଡ଼େ ବେଗି
  • ଅନୁସରିତ ପ୍ରଭୋ! କାଳଯାକ ଗଲା ସରିତ
ବୈବାହିକ-ସାଥୀହୀରା ଦେଈ[୧] (ଅନ୍ୟମତେ ସୁଲକ୍ଷଣା)
ସନ୍ତାନଗୌରଚନ୍ଦ୍ର ପଟ୍ଟନାୟକ, ହରିବନ୍ଧୁ ପଟ୍ଟନାୟକ, କରୁଣାନିଧି ପଟ୍ଟନାୟକ
ପିତାମାତା(s)ବନବାସୀ ପଟ୍ଟନାୟକ
ଲଳିତାଦେଈ

ଜୀବନୀ

ଗୋପାଳକୃଷ୍ଣ ପଟ୍ଟନାୟକ ୧୭୮୪ ମସିହାରେ ଦକ୍ଷିଣ ଓଡ଼ିଶାର ପ୍ରଧାନ ସଂସ୍କୃତି କେନ୍ଦ୍ର ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ବନବାସୀ ପଟ୍ଟନାୟକ ଓ ମାତାଙ୍କ ନାମ ଲଳିତା ଦେଈ । ସେ ପ୍ରାୟ କୋଡ଼ିଏ ବର୍ଷ ବୟସରେ ହୀରା ଦେଈଙ୍କ ସହିତ ବିବାହ କରିଥିଲେ । ଗୋପାଳକୃଷ୍ଣ ପ୍ରଥମେ ପାରଳା ମହାରାଜାଙ୍କ ପାଖରେ ପାଞ୍ଜିଆ କରଣ ହିସାବରେ କାମ କରୁଥିଲେ । ପରେ ତାଙ୍କର କବି ପ୍ରତିଭାର ପରିଚୟ ପାଇ ମହାରାଜା ତାଙ୍କୁ ନିଜ ଦରବାରରେ ଏକ ସମ୍ମାନଜନକ ପଦବୀ ପ୍ରଦାନ କରିଥିଲେ ।

ବଂଶାବଳୀ

ଗୋପାକୃଷ୍ଣଙ୍କ ବଂଶାବଳୀ[୧][୩][୪]

ମାନ୍ଧାତା ପଟ୍ଟନାୟକ
ନନ୍ଦକିଶୋର (କିଶୋର)
ଭାସ୍କର
ବଂଶୀଧାରୀ
ଲଳିତାବନବାସୀବ୍ରଜବାସୀ
ହୀରାମଣିଗୋପାଳକୃଷ୍ଣଜୟକୃଷ୍ଣକହ୍ନେଇଚାନ୍ଦରାଧାକୃଷ୍ଣ
ସୁନାମାଗୌରଚନ୍ଦ୍ରହରିବନ୍ଧୁ (କବି)କରୁଣାନିଧି (ବାଲ୍ୟମୃତ)ଲଳିତା ମାବିଶାଖାସୁଦେବୀନିତ୍ୟାନନ୍ଦମାଗତାଚୈତନ୍ୟଗୋରାଚାନ୍ଦବାଙ୍କବିହାରୀ
ଗୋପୀନାଥବୈଷ୍ଣବ
ରାମକୃଷ୍ଣସୂର୍ଯ୍ୟନାରାୟଣନୀଳମଣିବନବାସୀଗୋବିନ୍ଦ ଚନ୍ଦ୍ରଚକ୍ରପାଣି

ରଚନାବଳୀ

କବିକଳହଂସ ଗୋପାଳକୃଷ୍ଣଙ୍କ ହସ୍ତଲିଖିତ ଗୀତଗୋବିନ୍ଦ ତାଳପତ୍ର ପୋଥି

ମୁଦ୍ରଣ

ଗୋପାଳକୃଷ୍ଣ ଓଡ଼ିଶାର ପ୍ରସିଦ୍ଧ କବିମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ତାଙ୍କର ରଚନାବଳୀ ବହୁ ଗବେଷକଙ୍କଦ୍ୱାରା ସଙ୍ଗୃହୀତ ହୋଇ ଅନେକ ଥର ତାଙ୍କ ରଚନାବଳୀ ବା ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି । ତଳେ ତାହାର ତାଲିକା ଦିଆହୋଇଛି ।[୫]

କ୍ରମନାମସଂକଳନକାରୀଜୀବନ କାଳପ୍ରକାଶନ ବର୍ଷପ୍ରକାଶକଅଧିକ
ସଙ୍ଗୀତ ସାଗରଦାମୋଦର ପଟ୍ଟନାୟକ୧୮୬୫-୧୯୧୫୧୮୮୯ରୁ ୧୯୦୩ଏହାର ଛଅଟି ତରଙ୍ଗ ୧୮୮୯ରୁ ୧୯୦୩ ମସିହା ମଧ୍ୟରେ ପ୍ରକାଶିର ହୋଇଥିଲା । ପ୍ରଥମ ତରଙ୍ଗ ଭୂମିକାରେ ସଂକଳନକାରୀ ଢେଙ୍କାନାଳର ଦାମୋଦର ପଟ୍ଟନାୟକ ଲେଖିଛନ୍ତି- "ଆମ୍ଭେ ଅନେକ ଯତ୍ନ ଓ ପରିଶ୍ରମ ସହକାରେ ସେମାନଙ୍କ (କବିସୂର୍ଯ୍ୟ, ଉପେନ୍ଦ୍ର ଭଞ୍ଜ, ବନମାଳୀ, ରାମକୃଷ୍ଣ ଓ ଗୋପାଳକୃଷ୍ଣ) ଯେଉଂ ସବୁ ଉତ୍କୃଷ୍ଟ ଗୀତ ସଂଗ୍ରହ କରିଅଛୁଁ, ତହିଁ ମଧ୍ୟରୁ ଏକଶତ ଗୀତ ପ୍ରଥମ ତରଙ୍ଗରେ ପ୍ରକାଶିତ ହେଲା ।"
ଚଉପଦୀ ଚନ୍ଦ୍ରୋଦୟପଣ୍ଡିତ ଗୋବିନ୍ଦ ରଥ୧୮୪୮-୧୯୧୮୧୮୯୫କଟକ ପ୍ରିଣ୍ଟିଂ କମ୍ପାନୀ, କଟକଏଥିରେ ଅନ୍ୟାନ୍ୟ କବିଙ୍କ ଚଉପଦୀ ସହ ଗୋପାଳକୃଷ୍ଣଙ୍କ ଚଉପଦୀ ସ୍ଥାନ ପାଇଛି ।
ଗୋପାଳକୃଷ୍ଣ କୋଇଲି୧୮୯୫ଗଜପତି ପ୍ରେସ, ପାରଳାଖେମୁଣ୍ଡିଏହା କବିଙ୍କ ଏକ ପ୍ରାଥମିକ ପ୍ରକାଶିତ ରଚନା । ପଦ୍ମନାଭ ନାରାୟଣ ଦେବଙ୍କଦ୍ୱାରା ସଂଶୋଧିତ ହୋଇଥିଲା ।
ଗୋପାଳକୃଷ୍ଣ ସଙ୍ଗୀତଶ୍ୟାମସୁନ୍ଦର ରାଜଗୁରୁ, ରଘୁନାଥ ପରିଚ୍ଛା୧୯୧୩କଟକ ପ୍ରିଣ୍ଟିଂ କମ୍ପାନୀ, କଟକ
ଗୋପାଳକୃଷ୍ଣ ପଦାବଳୀରାମକୃଷ୍ଣ ପଟ୍ଟନାୟକ (ଗୋପାଳକୃଷ୍ଣଙ୍କ ଅଣନାତି)୧୯୧୯୩୦୭ ଗୋଟି ଗୀତ ସଂକଳିତ ହୋଇ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ହୋଇଥିଲା ।
ଗୋପାଳକୃଷ୍ଣ ପଦ୍ୟାବଳୀ୧୯୪୯କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କଦ୍ୱାରା ସମ୍ପାଦିତ ଓ ବ୍ରହ୍ମପୁରର ସୀମାଦ୍ରି ପଣ୍ଡାଙ୍କଦ୍ୱାରା ପ୍ରକାଶିତ ।
ଗୋପାଳକୃଷ୍ଣ ଗ୍ରନ୍ଥାବଳୀ ଓ ଗୋପାଳକୃଷ୍ଣ ପଦାବଳୀବାବାଜୀ ବୈଷ୍ଣବ ଚରଣ ଦାସ୧୮୯୦-୧୯୬୨ଦୁଇ ଖଣ୍ଡରେ, ୧୯୫୯-୬୦ଏଥିରେ ୬୧୯ ଗୋଟି ସଙ୍ଗୀତ ସଂକଳିତ ହୋଇଛି । ପାରଳାଖେମୁଣ୍ଡିର ଖାରଡ଼ା ଗ୍ରାମରେ ଥିବା ରାଧାକାନ୍ତ ମଠର ମହନ୍ତ ବାବାଜୀ ଗୋପାଳ ଦାସଙ୍କଠାରୁ ପ୍ରାୟ ୩୦୦ କବିତା ସଂଗ୍ରହ କରି ବୈଷ୍ଣବ ଚରଣ ଏଥିରେ ସନ୍ନିବେଶିର କରିଥିଲେ ।
ଗୋପାଳକୃଷ୍ଣ ପଦାବଳୀକବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ୧୮୯୭-୧୯୭୮୧୯୫୯
ଗୋପାଳକୃଷ୍ଣ ଗ୍ରନ୍ଥାବଳୀସରୋଜକୁମାର ପାଣିଗ୍ରାହୀ୧୯୬୯ଓଡ଼ିଶା କୋହେନୂର ପ୍ରେସ, କଟକ
୧୦ଗୋପାଳକୃଷ୍ଣ ରଚନାବଳୀଡଃ କୃଷ୍ଣଚରଣ ବେହେରା୨୦୦୨ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକ

ଆଧାର

୧୮୯୫ରେ ପାରଳାଖେମୁଣ୍ଡିର ଗଜପତି ପ୍ରେସରୁ ପ୍ରଥମବାର ପ୍ରକାଶିତ 'ଗୋପାଳକୃଷ୍ଣ କୋଇଲି' । ଏହା କବିଙ୍କ ଏକ ପ୍ରାଥମିକ ପ୍ରକାଶିତ ରଚନା ।