ଗୟା ଅଶ୍ୱତ୍ଥ

ଗୟା ଅଶ୍ୱତ୍ଥ ବା ଗୟା ଓସ୍ତ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ର ଗୋସାଇଁଳି ପତ୍ର ପରି ଦିଶେ । ବହୁ ଶାଖା ପ୍ରଶାଖାଯୁକ୍ତ ଏହି ଗଛ ମୁଖ୍ୟତଃ ଗଡ଼ଜାତ ଅଞ୍ଚଳର ଜଙ୍ଗଲରେ ଦେଖିବାକୁ ମିଳିଥାଏ ।

ଗୟା ଅଶ୍ୱତ୍ଥ
ଛୋଟ ଗୟା ଅଶ୍ୱତ୍ଥ ଗଛ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Rosids
ଗଣ:Sapindales
କୁଳ:Meliaceae
ପ୍ରଜାତି:Toona
ଜାତି:T. ciliata
ବାଇନୋମିଆଲ ନାମ
Toona ciliata
M. Roem.
Synonyms
  • T. australis (Kuntze) Harms
  • Cedrela australis F.Muell.
  • Cedrela toona Roxb. ex Willd. var. australis (F.Muell.) C.DC.
  • Cedrela velutina DC.
ଅଧାରୁ ଚିରାଯାଇଥିବା ଗୟା ଅଶ୍ୱତ୍ଥ ଗଣ୍ଡି

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷାନାମ
ଓଡ଼ିଆଗୟା ଅଶ୍ୱତ୍ଥ, ଗୟା ଓସ୍ତ
ସଂସ୍କୃତକ୍ଷୀରୀ, ଗଜପାଦପ, ନନ୍ଦୀବୃକ୍ଷ, ପ୍ରରୋହୀ, କ୍ଷୟତରୁ, ଅଶ୍ୱତ୍ଥ ଭେଦ, ସ୍ଥାଳି ବୃକ୍ଷ, ନନ୍ଦିକ, ତୁଳ, ତୁଣୀ, କୁବେରକ, କଚ୍ଛ, କାନ୍ତଳକ ଓ ଶିବପ୍ରିୟ
ହିନ୍ଦୀବେଲିଆ ପିପ୍ପଲ, बेलिया पिपल
ତେଲୁଗୁଗଙ୍ଗା ରାବି, ବଟିଚେଟ୍ଟୁ గఙ్గారాబి, బటిచేట్టు
ବଙ୍ଗଳାଗୋପିପଲ୍ଲ, ଗୟା ପିପ୍ପଲ গোপিপল্ল, গয়া পিপল

ଶାସ୍ତ୍ରୋକ୍ତ ଗୁଣ

ମଧୁର କଷାୟ ମିଶ୍ରିତ ତିକ୍ତରସ, ଲଘୁ, ଶୀତବୀର୍ଯ୍ୟ, ଶୁକ୍ର ବର୍ଦ୍ଧକ, ପୁଷ୍ଟିକର, କଟୁ ବିପାକ, ମଳ ରୋଧକର ଓ ଗ୍ରାହୀ ଏବଂ ବ୍ରଣ, ମେହ, କୁଷ୍ଠ, ରକ୍ତଦୋଷ, କଫ, ପିତ୍ତ, ଦାହ, ଶିରପୀଡ଼ା ଓ ବାୟୁଦୋଷ ନିବାରକ ଅଟେ। ମାତ୍ରା ଦୁଇ ଅଣାରୁ ଆଠ ଅଣା

ବ୍ୟବହାର

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

ମଣିଷ ଚିକିତ୍ସା

  • ମେହ ଓ ପ୍ରମେହରେ ଏହାର କୋମଳ ପତ୍ରକୁ ମହୁ ସହିତ ବାଟି ସେବନ କରାଯାଏ।
  • ବ୍ରଣ, ବିଚର୍ଚ୍ଚିକା, କଣ୍ଡୁ, ଦଦ୍ରୁ, ପ୍ରମେହ, ଉପଦଂଶ, ବାତରକ୍ତ ଓ କୁଷ୍ଠରୋଗ ଆଦିରେ ଏହାର ଛେଲିକୁ ଜଳରେ ସିଝାଇ କ୍ୱାଥ ପ୍ରସ୍ତୁତ କରି ସେହି କ୍ୱାଥ ସହିତ, କିମ୍ବା ଏହାର ଛେଲିକୁ ଛେଚି ଚିପୁଡି ମହୁ ବା ମିଶ୍ରିଗୁଣ୍ଡ ମିଶାଇ ସେବନ କରାଯାଏ।
  • ଅତିସାର ଝାଡ଼ାରେ ଏହାର ଫଳକୁ ଜଳରେ ବାଟି ସେଥିରେ ଅଳ୍ପ ମିଶ୍ରିଗୁଣ୍ଡା ମିଶାଇ ସେବନ କରାଯାଏ।
  • ମୁଣ୍ଡବ୍ୟଥାରେ ଏହାର ଫୁଲର ରସ ସହିତ ମିଶ୍ରି ଗୁଣ୍ଡ ମିଶାଇ ସେବନ କରାଯାଏ ଓ ପତ୍ରର ରସକୁ ମସ୍ତିସ୍କରେ ମର୍ଦ୍ଦନ କରାଯାଏ।

ପଶୁ ଚିକିତ୍ସା

  • ଅଗସ୍ତିପତ୍ର ସହିତ ଏହାର ଛେଲିକୁ ବାଟି ଗୋରୁମାନଙ୍କ ଦେହଲେ ଲେପିଲେ ସେମାନଙ୍କର ଚର୍ମରୋଗ ଦୂରହୁଏ।
  • ଏହାର କୋମଳ ପତ୍ର ଗୋରୁଙ୍କୁ ଖୁଆଇଲେ ସେମାନେ ନୀରୋଗ ହୁଅନ୍ତି।

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  • ପୂର୍ଣ୍ଣଚନ୍ଦ୍ର ଭାଷାକୋଷ – ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ।
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ