ଚାନ୍ଦୁଆ

ଚାନ୍ଦୁଆ ଓଡ଼ିଶାର ଏକ ପୁରାତନ ହସ୍ତକଳା । ଓଡ଼ିଶାର ପିପିଲି ଚାନ୍ଦୁଆ ତିଆରି ଓ ରପ୍ତାନୀ କ୍ଷେତ୍ରରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛି ।

ପ୍ରକାର

ଜଳପରି ପିପିଲି ଚାନ୍ଦୁଆ।

ପ୍ରସ୍ତୁତି

ଚାନ୍ଦୁଆରେ ଅଙ୍କା ଯାଉଥିବା ରାହୁମୁଣ୍ଡ, ଶୁଆ, କଦଳୀପତ୍ର, ନୀଳଚକ୍ର, ଗଦା, ତୁଳସୀପତ୍ର ଓ ବେଲପତ୍ର ପରି ଆଦି ସୂକ୍ଷ୍ମ କାମ ଛୁଞ୍ଚି ସୂତାରେ ମହିଳାମାନେ କରନ୍ତି । ଏହାପରେ ପୁରୁଷ ଲୋକମାନେ ମେସିନରେ ଏସବୁ ଯୋଡେଇ କରିଥାଆନ୍ତି। - [୧] [୨]

ଶ୍ରୀମନ୍ଦିରରେ ଚାନ୍ଦୁଆ

ହେରାପଞ୍ଚମୀ ଦିନ ମଠ ପରିସରରେ ଚାନ୍ଦୁଆ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ । ନିଳାଦ୍ରୀ ବିଜେ ଦିନ ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧାହୁଏ । [୩]

ଆଧାର