ଜିଞ୍ଜା

ଜିଞ୍ଜା ବା ଶିଣ୍ଟୋଶାଳ (神社 - ଜିଞ୍ଜା - ଈଶ୍ବରଙ୍କ ଗୃହ)[୧] ଶିଣ୍ଟୋବାଦର କାମିମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ । ଏହାର ପ୍ରମୁଖ ସ୍ଥଳଟି ପବିତ୍ର ବସ୍ତୁ ରଖିବା ପାଇଁ ବ୍ଯବହୃତ ହୁଏ ।[୨] ଜାପାନୀ ଭାଷାରେ ଶିଣ୍ଟୋଶାଳର ଅନେକ ନାମ - ଗୋଙ୍ଗେନ, ଜିଞ୍ଜା, ଜିଙ୍ଗୁ, ମୋରୀ, ମ୍ଯୋଯୀନ, ତାଇଶା, ଉବୁସୁନା, ୟାଶୀରୋ ତଥା ପରପ୍ରତ୍ଯୟ - -ଗୁ, -ଶା, ଆଦି ବ୍ଯବହାର ହୁଏ ।ସାଧାରଣତଃ ଏକ ଶାଳରେ ହୋଦେନ ଥାଏ ଯେଉଁଥିରେ କାମିଙ୍କୁ (କାମିଙ୍କର ପ୍ରତିମା କିମ୍ବା ଏକ ଦର୍ପଣ) ପ୍ରତିଷ୍ଠା କରାଯାଇଥାଏ ।[୩] ଯଦି ଶାଳଟି ଏକ ପର୍ବତ ଉପରେ କରାଯାଇ ଯାହାକୁ ସମ୍ପୂର୍ଣ୍ଣ ଭାବରେ ଉକ୍ତ କାମିଙ୍କୁ ସମର୍ପିତ କରାଯାଇଥାଏ ତେବେ ହୋଦେନର ଉପସ୍ଥିତି ଆବଶ୍ୟକ ନଥାଏ ।[୪]

ଏକ ଶାଳ ଆଗରେ ଦୁଇଜଣ ସ୍ତ୍ରୀଲୋକ ପ୍ରାର୍ଥନା କରୁଛନ୍ତି

ଆଧାର