ଜୀବାଣୁ ଭାଜିନୋସିସ

ଗନ୍ଧ‌ଯୁକ୍ତ ଯୋନୀ ଜୀବାଣୁ

ଜୀବାଣୁ ଭାଜିନୋସିସ (ସଂକ୍ଷେପରେ ବିଭି) ବା ଯୋନିପଥ ଜୀବାଣୁ ରୋଗ ବା ଗାର୍ଡନେରେଲା ଯୋନିପଥ ପ୍ରଦାହ (ଇଂରାଜୀରେ ଯଥାକ୍ରମେ bacterial vaginosis (BV), also known as vaginal bacteriosis or Gardnerella vaginitis),[୧] ଏକ ଯୋନିପଥ ରୋଗ ଯାହା ଅତ୍ୟଧିକ ଜୀବାଣୁ ବୃଦ୍ଧିଦ୍ୱାରା ହୁଏ । [୨][୩] ଏହି ରୋଗରେ ଯୋନୀପଥରୁ ଅଧିକାଂଶ ସମୟରେ ମାଛ ଭଳି ଗନ୍ଧ ହେଉଥିବା ତରଳ ସ୍ରାବ ବାହାରେ । ଏହି ତରଳ ସ୍ରାବର ରଙ୍ଗ ଧଳା ବା ପାଉଶିଆ ଦେଖାଯାଏ । ପରିସ୍ରା କଲାବେଳେ ଜ୍ୱାଳା ହୁଏ । [୪] କ୍ୱଚିତ ଗଲୁ ହୁଏ । [୨][୪] ବେଳେ ବେଳେ କୌଣସି ଲକ୍ଷଣ ନ ଥାଏ । [୪] ବିଭି ରୋଗ ଥିଲେ ଅନ୍ୟ ଅନେକ ଯୌନସଙ୍ଗମ ସଞ୍ଚାରିତ ସଂକ୍ରମଣ ରୋଗ ହେବା ସଙ୍କଟ ରହେ ଯେପରିକି ଏଚଆଇଭି/ଏଡସ[୫] ଗର୍ଭାବସ୍ଥାରେ ଏହି ରୋଗ ହେଲେ ସଠିକ ସମୟ ପୂର୍ବରୁ ପ୍ରସବ ହେବା ସଙ୍କଟ ରହେ । [୬][୭]

ଜୀବାଣୁ ଭାଜିନୋସିସ
Micrograph of bacterial vaginosis — cells of the cervix covered with rod-shaped bacteria, Gardnerella vaginalis (arrows).
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology, Infectious disease
ଆଇସିଡ଼ି-୧୦B96., N76.
ଆଇସିଡ଼ି-୯-ସିଏମ୍616.1
Patient UKଜୀବାଣୁ ଭାଜିନୋସିସ
MeSHD016585

ଯୋନୀପଥରେ ସ୍ୱାଭାବିକ ଭାବରେ ରହୁଥିବା ଜୀବାଣୁମାନଙ୍କର ସନ୍ତୁଳନ ଠିକ ନ ରହିଲେ ଏହି ରୋଗ ହୁଏ । [୮] ସାଧାରଣତଃ ସେଠାରେ ଥିବା ଜୀବାଣୁରେ ପରିବର୍ତ୍ତନ ଘଟି ସେମାନଙ୍କ ସଂଖ୍ୟା ୧୦୦ରୁ ୧୦୦୦ ଗୁଣ ଅଧିକ ହୋଇଯାଏ । [୨] ଏହି ରୋଗର ସଙ୍କଟଦାୟକ ଅବସ୍ଥାମାନ ଯଥାକ୍ରମେ ଡୁସ୍ ଦେବା, ନୂଆ ବା ଏକାଧିକ ଯୌନ ସାଥୀ ରଖିବା, ଆଣ୍ଟିବାୟୋଟିକ ବ୍ୟବ‌ହାର କରିବା ଓ ଇଣ୍ଟ୍ରାୟୁଟେରାଇନ ଡିଭାଇସ ବ୍ୟବ‌ହାର କରିବା ଇତ୍ୟାଦି ଅଟେ । [୮] ଯାହାହେଲେବି ଏହି ରୋଗକୁ ଯୌନ‌କ୍ରିୟା ସଞ୍ଚାରିତ ରୋଗ କୁହାଯାଏ ନାହିଁ । [୯] ରୋଗୀର ଲକ୍ଷଣ ଦେଖି ଓ ଯୋନୀପଥର ସ୍ରାବର ପି.ଏଚ ଅଧିକ ରହିଲେ ଓ ଜୀବାଣୁ ସଂଖ୍ୟା ମାତ୍ରାଧିକ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୨] ଯୋନୀପଥ ଇଷ୍ଟ ସଂକ୍ରମଣ କିମ୍ବା ଟ୍ରାଇକୋମୋନାସ ସଂକ୍ରମଣ ସ‌ହିତ ବିଭି ରୋଗ ନିର୍ଣ୍ଣୟ ଅନେକ ସମୟରେ ଦ୍ୱନ୍ଦ ସୃଷ୍ଟି କରେ । [୧୦]

ସାଧାରଣତଃ କ୍ଲିଣ୍ଡାମାଇସିନ ଆଣ୍ଟିବାୟୋଟିକ କିମ୍ବା ମେଟ୍ରୋନିଡାଜୋଲ ଦେଇ ଏହି ରୋଗ ଚିକିତ୍ସା କରାଯାଏ । ଦ୍ୱିତୀୟ ବା ତୃତୀୟ ତ୍ରୈମାସିକ ଗର୍ଭାବସ୍ଥାରେ ଏହି ଔଷଧ ଦେଇହେବ । କିନ୍ତୁ ଚିକିତ୍ସା ସତ୍ତ୍ୱେ ଏହି ରୋଗ ଆଉ ଥରେ ହୋଇପାରେ । ପ୍ରୋବାୟୋଟିକ ଦେଲେ ଏହାର ପୁନରୁତ୍ଥାନ ରୋକିପାରେ । [୨] ପ୍ରୋବାୟୋଟିକ ବା ଆଣ୍ଟିବାୟୋଟିକ ଦେବାଦ୍ୱାରା ଗର୍ଭାବସ୍ଥାର ଫଳାଫଳ ବିଷୟରେ ସଠିକତା ଜଣାପଡ଼ିନାହିଁ । [୨][୧୧]

ପ୍ରଜନନ ବୟସର ମହିଳାମାନଙ୍କଠାରେ ଏହି ବିଭି ସଂକ୍ରମଣ ଏକ ସାଧାରଣ ଯୋନୀପଥ ରୋଗ । [୮] ଯେ କୌଣସି ସମୟରେ ୫ %ରୁ ୭୦ % ମହିଳାଙ୍କର ଏହି ରୋଗ ଥାଏ । [୫] ଆଫ୍ରିକାର କେତେକ ସ୍ଥାନରେ ଏହି ରୋଗ ଅଧିକ ଦେଖାଯାଏ। ଏସିଆ ଓ ୟୁରୋପରେ ଏହ ଅତି କମ ଦେଖାଯାଏ । [୫] ଅମେରିକାରେ ୧୪ରୁ ୪୯ ବର୍ଷିୟ ମହିଳାଙ୍କ ମଧ୍ୟରୁ ୩୦ % ଏହି ରୋଗ ଭୋଗ କରନ୍ତି । [୧୨] ଦେଶର ବିଭିନ୍ନ ଜାତିରେ ଏହି ରୋଗର ହାର ଭିନ୍ନ ଭିନ୍ନ ଥାଏ । [୫] ବିଭି ରୋଗ ସ‌ହିତ ସାମଞ୍ଜସ୍ୟ ଥିବା ଅନେକ ରୋଗର ବର୍ଣ୍ଣନା ଅତୀତରେ ଥିଲେ ମଧ୍ୟ ୧୮୯୪ ମସିହାରେ ଏହି ରୋଗ ବିଷୟରେ ସର୍ବପ୍ରଥମେ ଲିପିବଦ୍ଧ ହୋଇଥିଲା । [୧]

ଆଧାର