ଡାହୁକ ବୋଲି

ଡାହୁକ ବୋଲି ଜଗନ୍ନାଥଙ୍କ ରଥ ଯାତ୍ରା ବେଳେ ରଥ ଉପରେ ବୋଲାଯାଉଥିବା ଗୀତ । ଏହି ଗୀତିଗୁଡିକ ଡାହୁକମାନଙ୍କ ଦେଇ ବୋଲାଯାଉଥିବାରୁ ଏହାକୁ "ଡାହୁକ ଗୀତ" ମଧ୍ୟ କୁହାଯାଏ । [୧][୨] ଡାହୁକ ବୋଲି ବିନା ରଥ ଗଡେ ନାହିଁ ବୋଲି ପ୍ରବାଦ ଅଛି ଏବଂ ଏହି ଡାହୁକଗୀତ "ରଥଟଣା"ରେ ଏକ ମୂଖ୍ୟ ଭୂମିକା ନିର୍ବାହ କରି ଆସୁଅଛି ।[୩][୪] ଏହା ବୌଦ୍ଧ ଧର୍ମ ଅନ୍ତର୍ଗତ ବଜ୍ରଯାନୀ ପରମ୍ପରାର ଅବଶେଷ ତଥା ଏହାର ପଦଗୁଡ଼ିକ ବୌଦ୍ଧ ଚର୍ଯା ସାହିତ୍ୟର ସନ୍ତକ ହୋଇଥିବାବେଳେ ଡାହୁକମାନଙ୍କୁ ଚର୍ଯାପଦର ସିଦ୍ଧମାନଙ୍କର ବଂଶଧର ବୋଲି ବିଶ୍ୱାସ କରାଯାଏ । [୫]

ବେଙ୍ଗାଳୁରୁଠାରେ ରଥ ଯାତ୍ରା ସମୟରେ ଡାହୁକ ବୋଲି ବୋଲୁଥିବା ଡାହୁକ ।

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକାଲେଖକଗଣ -ଔପନ୍ୟାସିକ
ନାଟ୍ୟକାର -କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ -ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ଗୀତ

ଡାହୁକ ବୋଲିରେ ଚଉଷଠି ମହାସିଦ୍ଧମାନଙ୍କ ସହଜଯାନ ଧାରାର ଛାପ ରହିଛି । ଏପରିକି ପୁରୀରେ ବୋଲାଯାଉଥିବା ଡାହୁକ ବୋଲିରେ ମୂଳ ଚର୍ଯ୍ୟାପଦରୁ ଉଦ୍ଧୃତିମାନ ବ୍ୟବହାର ହେଉଥିଲା । ଚର୍ଯ୍ୟାପଦର ପଦଗୁଡ଼ିକ ସନ୍ଧ୍ୟାଭାଷାରେ ରଚିତ ଓ ଏଗୁଡ଼ିକ ଦ୍ୱିଅର୍ଥବୋଧକ ଅଟେ । ଗୋଟିଏ ବାହ୍ୟ ଅର୍ଥ ଥାଏ ଓ ଗୋଟିଏ ଗୁହ୍ୟ ଅର୍ଥ ଥାଏ । ବାହ୍ୟ ଅର୍ଥକୁ ଠିକ ମନେ କରି ଲୋକ ଗୀତଗୁଡ଼ିକୁ ଭୁଲବଶତଃ ଅତ୍ୟନ୍ତ ଅସାମାଜିକ ବା ଅଶ୍ଳୀଳ ମନେ କରନ୍ତି ।

ତଳେ ପୁରୀର ଡାହୁକ ବୋଲିରୁ କେତୋଟି ଉଦାହରଣ ଦିଆଯାଇଛି ।[୬]

ରଥେ ଭଣ୍ଡ ଡାକ ଡାକନ୍ତେ ଡାହୁକ
ବକ ସିଆଣିଆ ଲୋକ ।
ଅରକ୍ଷିତମାନେ ଶୁଣିବାକୁ ରଙ୍କ
ନ ମାନନ୍ତି ଶୋଷଭୋକ ।

ମାରି ସାସୁ ନଣନ୍ଦ ଘରେ ଶାଳୀ
ମାଆ ମାରିଆ କାହ୍ନ ଭଇଲ କବାଳୀ ।
ହୋ ଭଗତେ ହୋ!

ବାହ୍ୟାର୍ଥ : ଶାଶୁକୁ ମାରିବା ପରେ ନଣନ୍ଦକୁ ଶାଳୀ ଘରେ ରଖି ଓ ଶେଷରେ ନିଜ ମାଆଙ୍କ ହତ୍ୟା କରି କାହ୍ନୁ କାପାଳିକ ହେଲେ ।

ଗୁହ୍ୟାର୍ଥ : କାହ୍ନୁ ଶ୍ୱାସରୁଦ୍ଧ କରି ଆନନ୍ଦପ୍ରଦ ଇନ୍ଦ୍ରିୟମାନଙ୍କୁ ମାରି ସୁଖ ଭୋଗ ଓ ମାୟା ମମତାକୁ ମାରି କାପାଳିକ ସାଜିଛନ୍ତି ।

— ଚର୍ଯ୍ୟା ୧୧, କୃଷ୍ଣାଚାର୍ଯ୍ୟପାଦାନମ୍, ରାଗ-ପଟମଞ୍ଜରୀ, (ଏହା ଚର୍ଯ୍ୟାପଦର 'ନାଡ଼ିଶକ୍ତି ଦିଢ଼ ଧରିଅ ଖାଟେ' ଗୀତର ଗୋଟିଏ ଅଂଶ)

ମହାସିଦ୍ଧମାନଙ୍କ ନାମରେ ଭଣିତ କେତେକ ଓଡ଼ିଆ ବୋଲି ମଧ୍ୟ ରହିଛି ।

ହୋ ଭଗତେ !
ହାଡ଼ୁପା କହିଲେ ବାଇ ଏଠାର
ଯୋନି ଦରଶନ ସୁଖ ଅପାର ।
ଭଗରେ ବାଜିଲେ ଲିଙ୍ଗର ମୁଣ୍ଡି
ତିନିଧାର ନାଳ ନିଅଇ ତେଣ୍ଡି ।
ଛ ଗଣ୍ଠି ଭେଦଇ ସେ ନାଳ ଯେବେ
ରମଣ କରିବୁ ଭକତ ତେବେ ।

— ମହାସିଦ୍ଧ ହାଡ଼ିପା ବା ହାଡ଼ୁପାଙ୍କ ନାମରେ ଭଣିତ
ବୌଦ୍ଧବାଦ


ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା ·ଧର୍ମଗ୍ରନ୍ଥ
ଥେରବାଦ ·ପାଳି
ମହାଜାନ ·ଚାଇନିଜ
ବଜଜାନ ·ତିବବତୀୟ


ହୋ ଭଗତେ ହୋ !
କାଳୀ ଗୋରୀ ଦିହେଁ ଗାଧୋଇ ଗଲେ
ଗଛରୁ ଖସିଲା ଡାଳ ।
କାଳୀ କହୁଛି ଗୋରୀ ଲୋ
ତୋ ବିଆରେ ନାହିଁ ବାଳ ।

ହୋ ଭଗତେ !
ରଥ ଚାଲେ ଘୁଁ, ଚକ ଚାଲେ ଘୁଁ
ଯାହାର ମୁଣ୍ଡରେ ସିନ୍ଦୁର ଟୋପା
ତା ଘଇତା ମୁଁ ।

ଜୀବଟି ଘରର ଘରଣୀ । ସ୍କନ୍ଧରେ ବସିଅଛି ପୁଣି ।।
ଏହାକୁ ଘେନି ରତି କର । ତେବେ ପାଇବୁ ଏ ଶରୀର ।।

ଡାହୁକ ବୋଲିକୁ ବାସନ୍ଦ

୧୯୯୫ ମସିହାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କିଛି ଅଧିକାରୀ ଡାହୁକ ବୋଲି ଉପରେ ବାସନ୍ଦାଦେଶ ଦେଇଥିଲେ । କିନ୍ତୁ, ୧୯୯୭ ମସିହା ପରଠାରୁ କିଛି କଟକଣା ଜାରି ହେବା ଫଳରେ ଡାହୁକମାନେ ଗୀତ ଗାଇବା ପ୍ରାୟ ବନ୍ଦ କରିସାରିଛନ୍ତି । [୬]

ଆଧାର

ବାହାର ଆଧାର