ତାରକସି କାମ

ତାରକସି କାମ ଏକ ଭାରତୀୟ ଧାତୁକଳା । ଏହା ଓଡ଼ିଶାର କଟକରୁ ଆରମ୍ଭ ହୋଇଥିଲା ।[୧] ବଣିଆମାନେ ମୁଖ୍ୟତଃ ରୂପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ଅନ୍ୟାନ୍ୟ ସାଜସଜ୍ଜା ସରଞ୍ଜାମ ତିଆରି କରିଥାନ୍ତି ।[୨]

କଟକର ରୂପା ତିଆରି ତରକାଶୀ କାନଫୁଲ
ନାରୀମାନେ ଜୁଡ଼ାରେ ଖୋସୁଥିବା ରୂପା ତାରକସି ବେଲକଣ୍ଟା

ଆରମ୍ଭ

୧୮୭୩ ମସିହାରେ କଟକର ବଣିଆମାନଙ୍କର ତାରକସି କାମ

ଏହା ୫୦୦ ବର୍ଷରୁ ଅଧିକ ପୁରୁଣା ଏକ ପାରମ୍ପରିକ କଳା ଯାହା କଟକ ଓ ଆଖ ପାଖର ସ୍ଥାନୀୟ କାରିଗରମାନେ ଅନେକ ପିଢ଼ି ଧରି କରିଆସୁଛନ୍ତି । [୩] ଅଧୁନା, ଅଧିକାଂଶ ରୂପା କାରିଗର କଟକର । ଅତୀତରେ ଓଡ଼ିଶାର ବିଦେଶ ବଣିଜ କାଳରେ ସାଧବମାନେ ଇଣ୍ଡୋନେସିଆ ଆହୁରି ଅନେକ ଦକ୍ଷିଣ ଏସିଆର ଦେଶସବୁକୁ ଏସବୁ ନେବା ବେଳରେ ଏହି କଳା ସମୃଦ୍ଧି ଲାଭ କରିଥିଲା । [୪][୫]

କାରିଗରୀ

ପାରମ୍ପାରିକ ଭାବେ ତାରକସି କାମରେ ବ୍ୟବହାର ହେଉଥିବା ରୂପା ତାର ପାଇଁ ରୂପାକୁ ଅତି ପତଳା କଣା ଭିତରେ ପଶାଇ ଟାଣି ସରୁ ତାର ତିଆରି କରାଯାଇଥାଏ । ପରେ ବଣିଆମାନେ ଏହି ତାରକୁ ବ୍ୟବହାର କରି ଅଳଙ୍କାର ଆଦି ତିଆରି କରନ୍ତି ।[୨]

ଆଧାର

ବାହାର ଲିଙ୍କ