ଦୁର୍ଲଭ ସିଂ

ମଞ୍ଚ ଓ କଥାଚିତ୍ର ଅଭିନେତା

ଦୁର୍ଲଭ ସିଂ ( ୧୨ ମାର୍ଚ୍ଚ ୧୯୧୭ - ୪ ମଇ ୨୦୧୦), ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।[୧] ଅଭିନୟ ଓ ନୃତ୍ୟ ପାଇଁ ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଆଦି ପୁରସ୍କାର ପାଇଥିଲେ ।

ଦୁର୍ଲଭ ଚନ୍ଦ୍ର ସିଂ
ଜନ୍ମ(1917-03-12)୧୨ ମାର୍ଚ୍ଚ ୧୯୧୭
ନିମାପଡ଼ା, ପୁରୀ
ମୃତ୍ୟୁ୪ ମଇ ୨୦୧୦(2010-05-04) (ବୟସ ୯୩)
ପ୍ରସିଦ୍ଧିମଞ୍ଚ ଅଭିନେତା
ବୈବାହିକ-ସାଥୀଲକ୍ଷ୍ମୀ ଦେବୀ
ପିତାମାତାଆନନ୍ଦ ଚନ୍ଦ୍ର ସିଂ

ବ୍ୟକ୍ତିଗତ ଜୀବନ

ଦୁର୍ଲଭ ୧୯୧୭ମସିହା ମାର୍ଚ୍ଚ ୧୨ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଆନନ୍ଦ ଚନ୍ଦ୍ର ସିଂ ଯାତ୍ରାଦଳରେ ଅଭିନୟ ଶିଖାଉଥିଲେ, ନୃତ୍ୟ ନିର୍ଦ୍ଦେଶନା ଦେଉଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ ବଜାଉଥିଲେ । 'ଓସ୍ତାତ' ଭାବରେ ସେ ପରିଚିତ ଥିଲେ । ବାପାଙ୍କ ପ୍ରଭାବରୁ, ଦୁର୍ଲଭ ଦଶ ବର୍ଷ ବୟସରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ସ୍କୁଲ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ନଥିଲା । ପିତା ତାଙ୍କୁ ଅଭିନୟରେ ତାଲିମ ଦେଇଥିଲେ । ଅଭିନେତ୍ରୀ ଲକ୍ଷ୍ମୀ ଦେବୀଙ୍କୁ ସେ ବିବାହ କରିଥିଲେ । ତାଙ୍କର ୨ପୁଅ ଓ ୭ଝିଅ ।[୨] ୨୦୧୦ମସିହା ମେ ୪ତାରିଖରେ, ଦୁର୍ଲଭ ସିଂଙ୍କର ପୁରୀଠାରେ ପରଲୋକ ଘଟିଥିଲା । [୩]

ଅଭିନୟ ଜୀବନ

୧୯୨୯ରେ, ଦୁର୍ଲଭ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରାସଦଳରେ ଯୋଗ ଦେଇଥିଲେ । ଏହି ରାସଦଳ, ପରବର୍ତ୍ତୀ ସମୟରେ "ଓଡ଼ିଶା ଥିଏଟର୍ସ" ନାମରେ ପରିଚିତ ହୋଇଥିଲା । ଏଠାରେ ତାଙ୍କର ଦକ୍ଷତାର ବିକାଶ ହୋଇଥିଲା । ଲକ୍ଷ୍ମୀ ଦେବୀଙ୍କୁ ବିବାହ କରିବା ପରେ, ସେ ଓଡ଼ିଶା ଥିଏଟର୍ସ ଛାଡି "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ସେ ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ଅନ୍ନପୂର୍ଣ୍ଣା ଛାଡିବା ପରେ, ସେ ବେତାର ଓ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ନିଜର ଅଭିନୟ ଜୀବନର ଅନୁଭୁତିକୁ ପାଥେୟ କରି ସେ "ପଚାଶ ବର୍ଷର ଓଡ଼ିଶା ରଙ୍ଗମଞ୍ଚ" ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ ।[୪]

ଅଭିନୀତ ଚଳଚ୍ଚିତ୍ର

ସମ୍ମାନ ଓ ପୁରସ୍କାର

ଆଧାର