ଦେବୀ ନଦୀ

ଦେବୀ ନଦୀ କେଦ୍ର-ପୂର୍ବ ଭାରତୀୟ ରାଜ୍ୟ ସମୂହ ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟ ଦେଇ ପ୍ରବାହିତ ମୁଖ୍ୟ ନଦୀ ମହାନଦୀର ଏକ ମୁଖ୍ୟ ଉପନଦୀ । ଏହା ଓଡ଼ିଶାର ଜଗତସିଂହପୁରପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପତିତ ହୋଇଛି । 

ଦେବୀ ନଦୀ‌
ମହାନଦୀ ଓ କୁଆଖାଇ ନଦୀର ପ୍ରବାହ ଓ ଚିଲିକା ଏବଂ ବଙ୍ଗୋପସାଗରରେ ବିଲିନ ହେବାର ରେଖାଚିତ୍ର
ଦେଶଭାରତ
ରାଜ୍ୟଓଡ଼ିଶା, ଛତିଶଗଡ଼
ଜିଲ୍ଲାଜଗତସିଂହପୁର, ପୁରୀ

ଗତିପଥ 

ଏହି ନଦୀ ମହାନଦୀର ଉପନଦୀ ଜଳ ସମୂହର ଚୁଡାନ୍ତ ପର୍ଯ୍ୟାୟରେ ରହିଛି । [୧]ପ୍ରଥମେ କାଠଯୋଡ଼ି କୁହା ଯାଉଥିବା ଏହି ନଦୀ କଟକଠାରେ ମହାନଦୀରୁ ବିଚ୍ଛିନ୍ନ ହେଇ ଆଳିପିଙ୍ଗଳ, ମାଛଗାଁ ଓ ନୂଆଗାଁ ଦେଇ ପୁରୀ ଜିଲ୍ଲାର ଅସ୍ତରଙ୍ଗ କଣାସ ବ୍ଲକ ଦେଇ ପ୍ରବାହିତ ହୁଏ ।[୨] ଏହା ବଙ୍ଗୋପସାଗରରେ କଟକ ଓ ପୁରୀ ଜିଲ୍ଲାର ସୀମା ନିକଟରେ ମହାନଦୀର ମୁହାଁ ନିକଟରେ ୭୦ କିଲୋମିଟର ଦୂରରେ ପତିତ ହୁଏ । [୩] ନଦୀର ମୁହାଣ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଓ ଜନବସତି ଶୂନ୍ୟ ।[୪]

ନୌଚାଳନ 

ଏହି ନଦୀ ମାଛଗାଁ ଯାଏଁ ସୁନବ୍ୟା । ଜୁଆର ଜଳ ଏଥିରେ ପ୍ରବେଶ କରେ, ମାତ୍ର ବହୁ ପରିମାଣରେ ବାଲୁକା ଯୋଗୁଁ ଏହା ମଧ୍ୟକୁ ବଡ଼ ଜାହାଜ ଆସି ପାରେ ନାହିଁ । ୧୯୮୮ରେ ଏଠାରେ ନୌକା ଦୁର୍ଘଟଣାରେ ଦୁଇଜଣ ନାବିକ ପ୍ରାଣ ହରେଇଥିଲେ ।[୫]

କଚ୍ଛପ ଜନ୍ମସ୍ଥାନ 

ଏହି ନଦୀ ମୁହାଣ ନିକଟରେ ଉପଯୁକ୍ତ ସ୍ଥାନ ପାଉଥିବାରୁ ପ୍ରତିବର୍ଷ ଅନେକ ସଂଖ୍ୟାରେ ଅଲିଭ ରିଡ଼ଲେ ପ୍ରଜାତିର କଚ୍ଛପ ସମୁଦ୍ରରୁ ଆସି ନଦୀ ଶଯ୍ୟାରେ ବାଲୁକାରେ ଅଣ୍ଡା ଦେଇଥାନ୍ତି ।[୬] ପ୍ରାୟ ବର୍ଷକୁ ଶୀତ କାଳରେ ୮ ଲକ୍ଷ କଚ୍ଛପ ଆସୁଥିବାର ଗଣନା କରାଯାଇଛି । କିନ୍ତୁ ବର୍ତ୍ତମାନ ବହୁଳ ମୋଟର ବୋଟଦ୍ୱାରା ମୁହାଣ ଅଞ୍ଚଳରେ ମାଛ ଧରା ପାଇଁ ଏମାନଙ୍କ ସଂଖ୍ୟା କମି ଯାଉଥିବାର ଲକ୍ଷ୍ୟ କରାଯାଉଛି ।[୭][୮] ଏହାକୁ କଚ୍ଛପ ଅଭୟାରଣ୍ୟ ଘୋଷଣା କରାଯିବାକୁ ସ୍ଥାନୀୟ ଲୋକ ବିରୋଧ କରନ୍ତି । [୯]

ଆଧାର 

ବାହାର ଲିଙ୍କ