ନିରଞ୍ଜନ ରାଉତ

ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ

ନିରଞ୍ଜନ ରାଉତ, ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ ।[୧] ସେ, ୧୯୫୪ ମସିହା ଅଗଷ୍ଟ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଳକର ଚଅଁରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବଳରାମ ରାଉତ ଓ ମାତାଙ୍କ ନାମ ଲବଣୀ ରାଉତ ଅଟେ । ଗାଁରେ ହେଉଥିବା ରାମଲୀଳା ଦେଖି, ତାଙ୍କର ନୃତ୍ୟପ୍ରତି ଆଗ୍ରହ ବଢିଥିଲା । ଚାକିରି କରିବା ପାଇଁ ସେ ଭୁବନେଶ୍ୱର ଚାଲି ଆସି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ଓ ଛଉ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରୁଛନ୍ତି ।[୨] ନୂପୁରୁ ଡାନ୍ସ ଏକାଡେମୀ ନାମରେ, ଭୁବନେଶ୍ୱରଠାରେ, ସେ ନିଜର ଏକ ନୃତ୍ୟାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । [୩] ତାଙ୍କ ପତ୍ନୀ ଜ୍ୟୋତି ରାଉତ ମଧ୍ୟ ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟ ଗୁରୁ । [୪]

ନିରଞ୍ଜନ ରାଉତ
ଜନ୍ମ (1954-08-10) ୧୦ ଅଗଷ୍ଟ ୧୯୫୪ (ବୟସ ୬୯)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତି(ସମୂହ)ଓଡ଼ିଶୀ,ଛଉ ନୃତ୍ୟ ଗୁରୁ
ନୂପୁର
ବୈବାହିକ-ସାଥୀଜ୍ୟୋତି ରାଉତ
ପିତାମାତା(s)ବଳରାମ ରାଉତ, ଲବଣୀ ରାଉତ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୦[୫]
  • ବସନ୍ତ ସମ୍ମାନ - ୨୦୧୪[୬]
  • ଭାରତ ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ଫେଲୋସିପ - ୨୦୧୦[୭]
  • ଶଶିମଣୀ ଦେବଦାସୀ ସମ୍ମାନ - ୨୦୧୪[୮]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ