ପସାରୁଣୀ
ଏହା ଏକ ଲତାଜାତୀୟ ଉଦ୍ଭିଦ। ଦୁର୍ଗନ୍ଧଯୁକ୍ତ କିନ୍ତୁ ଅତି ଉପକାରୀ ଲତାଟିଏ। ପତ୍ରଗୁଡ଼ିକ ଧଳାଙ୍କୁ ପତ୍ରର ଅନୁରୂପ। ପତ୍ରର ଶିରାରେ ଅଳ୍ପ ରକ୍ତବର୍ଣ୍ଣର ତେଜ ଦେଖାଯାଏ। କେଉଁ କେଉଁ ଜାଗାରେ ଏହାର ପତ୍ର ପାଣ୍ଡୁରିଆ ଦିଶିଥାଏ।
ପସାରୁଣୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Gentianales |
କୁଳ: | Rubiaceae |
ପ୍ରଜାତି: | Paederia |
ଜାତି: | P. foetida |
ବାଇନୋମିଆଲ ନାମ | |
Paederia foetida | |
Synonyms | |
|
ବିବିଧ ଭାରତୀୟ ପ୍ରାଦେଶିକ ନାମ
ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ପସାରୁଣୀ |
ସଂସ୍କୃତ | ସରଣୀ, ସାରଣୀ, ପ୍ରସୁରଣୀ, ଭଦ୍ରପର୍ଣ୍ଣା, ରାଜବଳା, ପ୍ରତାପିନୀ, କଟମ୍ବରା, ବଳା ଓ ଭଦ୍ରା |
ହିନ୍ଦୀ | ପସରନ, ଗାନ୍ଧଲୀ, ଗାନ୍ଧାଲିନ, ଗନ୍ଧପ୍ରସାରିନ |
ତେଲୁଗୁ | ସେବିରେଲ ଚେଟ୍ଟୁ, ଗୋନ୍ତେମଗୋରୁ ଚେଟ୍ଟୁ |
ବଙ୍ଗଳା | ଗନ୍ଧଭାଦୁଲିଆ, ଗନ୍ଧଭାଦୁଲେ |
ଶାସ୍ତ୍ରୋକ୍ତ ଗୁଣ
ଏହା କଷାୟ ମିଶ୍ରିତ, ତିକ୍ତରସ, ଉଷ୍ଣବୀର୍ଯ୍ୟ, ସାରକ, ଗୁରୁପାକ, ବଳକାରୀ, କ୍ଷୀରଶୋଧକ, ଭଗ୍ନ ସଂଯୋଜକ, ଶୁକ୍ରବର୍ଧକ, କଫ, ବାତ, ଅର୍ଶ, ଶୋଥ, ପିତ୍ତ, ରିକ୍ତଦୃଷ୍ଟି, ବାତରକ୍ତ, ଅମ୍ଳପିତ୍ତ, କଣ୍ଡୁ, କୁଷ୍ଠ ଓ ବେଦନା ନାଶକ ଅଟେ।
ବ୍ୟବହାର
ଏହାର ସର୍ବାଙ୍ଗ, ବିଶେଷକରି ଏହାର ପତ୍ରକୁ ଔଷଧିରୂପେ ବ୍ୟବହାର କରାଯାଏ। ଏହାର ପତ୍ରକୁ ବାଟି ପିଆଇଦେଲେ ଗାଈ ଭଲ ଦୁଧ ଦିଏ ବୋଲି କୁହାଯାଏ। ଗ୍ରହଣୀ, ଅତିସାର ଓ ରକ୍ତାତିସାର ଆଦି ରୋଗରେ ଏହାର ପ୍ରୟୋଗ କରାଯାଏ। ଦେହର ଦୁର୍ବଳତା ବିନାଶ କରିବାପାଇଁ, ପିଲାଙ୍କ ପେଟରୁ କୃମି ଦୂର କରିବାପାଇଁ ତଥା ବୟସ୍କ ବ୍ୟକ୍ତିଙ୍କର ବାତ ଦୂର କରିବାପାଇଁ ଏହାର ପ୍ରୟୋଗ କରାଯାଇଥାଏ।
ଆଧାର
ବାହାର ଆଧାର
- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ