ପାଇଲୋକାର୍ପିନ
ପାଇଲୋକାର୍ପିନ (ଇଂରାଜୀ ଭାଷାରେ Pilocarpine) ଏକ ଔଷଧ ଯାହା ଚକ୍ଷୁର ଅଧିକ ଚାପ (pressure inside the eye) ଓ ଶୁଖିଲା ପାଟି (dry mouth) ଚିକିତ୍ସାରେ ବ୍ୟବହୃତ ହୁଏ ।[୨] ଓକୁଲାର ହାଇପରଟେନସିନ (ocular hypertension), ଓପନ ଆଙ୍ଗଲ ଗ୍ଲକୋମା, (open angle glaucoma), ଆଙ୍ଗଲ କ୍ଲୋଜର ଗ୍ଲକୋମାରେ (angle closure glaucoma) ଅପରେଶନ ହେବା ପର୍ଯ୍ୟନ୍ତ ଆଖି ଡ୍ରପ ଭାବରେ ଓ ଆବଶ୍ୟକ ସ୍ଥଳେ ମାୟୋସିସ (constriction of the pupil) କରିବା ନିମନ୍ତେ ଏହା ଦିଆଯାଏ ।[୩][୪] ଏକ ଘଣ୍ଟାରେ ଏହାର ପ୍ରଭାବ ଆରମ୍ଭ ହୋଇ ଏକ ଦିନ ପର୍ଯ୍ୟନ୍ତ ରହେ ।[୩] ଜୋଗ୍ରେନ ସିଣ୍ଡ୍ରୋମରେ (Sjogren's syndrome) ହେଉଥିବା ଶୁଖିଲା ପାଟି ନିମନ୍ତେ ଓ ରାଡିଏସନ ଥେରାପିରେ (radiation therapy) ଏହା ଦିଆଯାଏ । [୨]
Clinical data | |
---|---|
Trade names | Isopto Carpine, Salagen, others |
AHFS/Drugs.com | monograph |
MedlinePlus | a608039 |
Pregnancy category |
|
Routes of administration | topical (eye drops), by mouth |
ATC code | |
Legal status | |
Legal status |
|
Pharmacokinetic data | |
Elimination half-life | 0.76 hours (5 mg), 1.35 hours (10 mg)[୧] |
Excretion | urine |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.001.936 |
Chemical and physical data | |
Formula | C11H16N2O2 |
Molar mass | 208.257 g/mol |
3D model (JSmol) | |
SMILES
| |
InChI
| |
(verify) |
ପାଇଲୋକାର୍ପିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିରେ ଜ୍ୱାଳା, ଅଧିକ ଲୁହ ସ୍ରାବ, ମୁଣ୍ଡବଥା ଓ ଝାପସା ଦୃଷ୍ଟି । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଆଲର୍ଜି ଓ ରେଟିନାଲ ଡିଟାଚମେଣ୍ଟ (retinal detachment) ହୋଇପାରେ ।[୩] ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[୫] ଏହା ଏକ ମାଇଟୋଟିକ (miotics) ଶ୍ରେଣୀର ଔଷଧ ।[୬] ଏହା ମସ୍କାରିନିକ ଟାଇପର (muscarinic type) କୋଲିନର୍ଜିକ ରିସେପ୍ଟରକୁ (cholinergic receptors) ମୁକ୍ତ କରି ଆକୁଇଅସ ହ୍ୟୁମରକୁ (aqueous humor) ଆଖିରୁ ବୋହିଯିବାରେ ସାହାଯ୍ୟ କରେ ।[୩]
ସନ ୧୮୭୪ରେ ପାଇଲୋକାର୍ପିନ ପୃଥକ କରାଯାଇଥିଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୦ ମି:ଲି: ବୋତଲର କ୍ରୟ ମୂଲ୍ୟ ୪.୮୮ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଡ୍ରପର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୨] ଦକ୍ଷିଣ ଆମେରିକାର (South American) ପାଇଲୋକାର୍ପସ (Pilocarpus) ଗଛରୁ ଏହା ପ୍ରଥମେ ପ୍ରସ୍ତୁତ କରାଯାଉଥିଲା । [୭]