ପ୍ରଫୁଲ୍ଲ କୁମାର ରଥ

ଓଡ଼ିଆ ନାଟ୍ୟକାର
(ପ୍ରଫୁଲ୍ଲ ରଥରୁ ଲେଉଟି ଆସିଛି)

ପ୍ରଫୁଲ୍ଲ କୁମାର ରଥ ( ଜନ୍ମ : ୧୭ ଫେବୃଆରୀ ୧୯୩୫) ଜଣେ ଓଡ଼ିଆ ନାଟ୍ୟକାର ।[୧][୨][୩][୪][୫] ୧୯୮୪ ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଓ ୧୯୯୭ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ । କିଛି ଓଡ଼ିଆ ଚଳଚ୍ଚିତ୍ରରେ ସେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ପ୍ରଫୁଲ୍ଲ କୁମାର ରଥ
ଜନ୍ମ (1935-02-17) ୧୭ ଫେବୃଆରୀ ୧୯୩୫ (ବୟସ ୮୯)
ଖୁଟୁଲୁଗୁଡା, ଧର୍ମଗଡ, କଳାହାଣ୍ଡି
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପିତାମାତା(s)ଗଙ୍ଗାଧର ରଥ, ଚଞ୍ଚଳା ଦେବୀ

ପ୍ରାରମ୍ଭିକ ଜୀବନ

ପ୍ରଫୁଲ୍ଲ ୧୯୩୫ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସବଡିଭିଜନ ଅନ୍ତର୍ଗତ ଖୁଟୁଲୁଗୁଡାରେ ଜନ୍ମଗ୍ରହଣ କରିଥିଲେ ।[୬] ତାଙ୍କ ପିତାଙ୍କ ନାମ ଗଙ୍ଗାଧର ରଥ ଓ ମାତାଙ୍କ ନାମ ଚଞ୍ଚଳା ଦେବୀ ଥିଲା । ବାଲ୍ୟ ଜୀବନରୁ ପ୍ରଫୁଲ୍ଲ ନିଜ ଗାଁ ମାଟି, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ରାମନବମୀ ଓ ଚଇତି ପର୍ବର ଲାଳିକା, ନବରଙ୍ଗ ସହିତ ଗାଁ ସୁଆଙ୍ଗ ଆଉ ରାମଲୀଳା ଦେଖ୍ ଦେଖ୍ ଏବଂ ୧୯୪୪ ବେଳକୁ ମହାରାଜ ପ୍ରତାପ କେଶରୀ ଦେଓଙ୍କ ପୃଷ୍ଠପୋଷକତାରେ ଉଦୟ ନାଟ୍ୟସଂଘର ମଞ୍ଚସ୍ଥ ଅନେକ ନାଟକ ଓ ୧୯୫୫ରେ ଭବାନୀପାଟଣା ଗସ୍ତରେ ଆସିଥିବା ଅନ୍ନପୂର୍ଣ୍ଣା ‘ଏ’ ଗୁପର ନାଟକ ସମୂହ ଦେଖି ପ୍ରଭାବିତ ହୋଇଥିଲେ ।

ନାଟ୍ୟକାର ଜୀବନ

ପ୍ରଫୁଲ୍ଲ ରଥ ପ୍ରାୟ ୭୦ଟି ନାଟକ ରଚନା କରିଛନ୍ତି । ଦୁଃଖିନୀ ନାଟକ ତାଙ୍କର ପ୍ରଥମ ଲିଖିତ ନାଟକ କିନ୍ତୁ ପ୍ରଥମ ମଞ୍ଚସ୍ଥ ନାଟକ ଥିଲା ରାଜମାଳା, ଯାହା ୧୯୫୬ରେ ଭବାନୀପାଟଣାର ବିଜୟ କୁବଦ୍ୱାରା ମଞ୍ଚସ୍ଥ ହୋଇଥିଲା ।

ରଚିତ ନାଟକ

  • ଦୁଃଖିନୀ
  • ରାଜମାଳା
  • ସ୍ୱର୍ଣ୍ଣ୍ଣଚମ୍ପା
  • ଆଜି ଓ କାଲି
  • କାହାର ଛାଇ[୭]
  • ଦେବଯାନୀ
  • ଶୂନ୍ୟ ଆକାଶ ଅମର ଆଖି
  • ଶବ ପଡ଼ିଛି
  • ପି.ଡବ୍ଲ୍ୟୁ.ଡ଼ି
  • ସହରରେ ଅଜଗର
  • ସ୍ୱର୍ଣ୍ଣ ମୟୁରୀ
  • ସ୍ୱର୍ଗକୁ ଯାଅ ହେ ପାପୀମାନେ
  • ମୁଁ ବାହା ହେବି
  • ପଳାତକ
  • ଯାହା କହିବି
  • ସ୍ୱର୍ଗର କ୍ଷମତା ଲଢେଇ
  • ସାତ ତାଳ ପାଣି[୮]

କଥାଚିତ୍ର ଜୀବନ

ସେ ଓଡ଼ିଆ ଚଳଚ୍ଚିତ୍ରରେ କାହାଣୀ, ଚିତ୍ରନାଟ୍ୟ ,ସଂଳାପ ଲେଖକ ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ପ୍ରଫୁଲ୍ଲଙ୍କ ନିର୍ଦ୍ଦେଶିତ କିଛି ଓଡ଼ିଆ ଚଳଚ୍ଚିତ୍ର :

ସମ୍ମାନ ଓ ପୁରସ୍କାର

୧୯୯୧ ମସିହାରେ ଶ୍ରୀଯୁକ୍ତ ରଥଙ୍କ ରଚିତ ବେତାର ହାସ୍ୟ ରସାତ୍ମକ ନାଟକ ‘ସ୍ୱର୍ଗର କ୍ଷମତା ଲଢେଇ’ ଜାତୀୟ ସ୍ତରରେ ପୁରସ୍କୃତ ହେବା ସହିତ ଶବ ପଡ଼ିଛି', ଶୂନ୍ୟ ଆକାଶ ଅମର ଆଖି ଓ ଦି ପଟ ଚୁଡ଼ି ସର୍ବ ଭାରତୀୟ ପ୍ରତିଯୋଗିତରେ ପୁରସ୍କୃତ ଓ ସମ୍ମାନୀତ ହୋଇଥିଲା ।

  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର - ୧୯୯୬ (ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରଦତ୍ତ)[୯]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୩
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୨୦୦୩
  • ନାଟ୍ୟରଶ୍ମୀ - ୧୯୭୨ (ବ୍ରଜ ମୋହନ ସାହିତ୍ୟ ସମିତି)

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ