ବଡମ୍ବା ରାଜ୍ୟ

ବଡମ୍ବା ରାଜ୍ୟ, ଭାରତୀୟ ରାଜ୍ୟ ଓଡ଼ିଶାରେ ରହିଥିବା ଏକ ବ୍ରିଟିଶ ସମୟର ରାଜକୀୟ ରାଜ୍ୟ ।[୧][୨] ଏହା ୧୩୦୫ ମସିହାରେ ସ୍ଥାପିତ ହେଇଥିଲା ଓ ଏହାର ରାଜଧାନୀ ବଡମ୍ବା ସହର ଥିଲା । ଭାରତ ସ୍ୱାଧୀନ ହେଲାପରେ ଏହାର ଶେଷ ଶାସକ ଏହାକୁ ୧ ଜାନୁଆରୀ ୧୯୪୮ରେ ଭାରତୀୟ ରାଜ୍ୟ ସଂଘ ସହ ବିଲୀନ କରେଇଥିଲେ । ଏହା ବର୍ତ୍ତମାନ କଟକ ଜିଲ୍ଲାର ଏକ ଅଂଶ ଭାବରେ ରହିଛି । 

ଇତିହାସ 

୧୩୦୫ ମସିହାରେ ଓଡ଼ିଶାର ତତ୍କାଳୀନ ରାଜା କିଶୋର ନରସିଂହ ବଡମ୍ବା ରାଜ୍ୟ ସଂସ୍ଥାପକ ହଟକିଶୋର ରାୱତଙ୍କୁ ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ପୁରସ୍କାର ସ୍ୱରୂପ ତାଙ୍କୁ ଶଙ୍ଖ ଓ ମହୁରୀ ନାମକ ଦୁଇଟି ଗ୍ରାମ ପ୍ରଦାନ କରିଥିଲେ । ଏହି ଦୁଇ ଗ୍ରାମର ମିଶ୍ରଣ ଘଟି ତାହା ବର୍ତ୍ତମାନର ଶଙ୍ଖମାରୀ [୩]ସହର ଭାବରେ ରହିଛି ।

ଆଧାର