ବଡ଼ଛତା ମଠ

ଶ୍ରୀକ୍ଷେତ୍ରର ଏକ ମଠ

ବଡ଼଼ଛତା ମଠ ଓଡ଼ିଶାର ପୁରୀରେ ସିଂହଦ୍ୱାର ନିକଟରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । [୧]

ବଡ଼ ଛତା ମଠ

ରିତିନୀତି

ଶ୍ରୀକ୍ଷେତ୍ରରେ ଥିବା ମଠଗୁଡିକ ଜଗନ୍ନାଥ ସଂସ୍କୃତି ତଥା ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବଡ଼଼ଛତା ମଠ ରାମାନନ୍ଦୀ ସଂପ୍ରଦାୟ ସହ ଜଡ଼ିତ ।[୨] ପରମ୍ପରା ଅନୁସାରେ ବଡ଼଼ଛତା ମଠର ବାବାଜୀମାନେ ପ୍ରତିଦିନ ସକାଳେ ସିଂହଦ୍ୱାର ଖୋଲାଯିବା ବେଳେ ଜୟ ବିଜୟ ଦ୍ୱାରରେ, ମଙ୍ଗଳ ଆରତୀ, ବାଳଧୂପ ଏବଂ ବଡ଼ସିଂହାର ପହୁଡ଼ ବେଳେ ସଙ୍କୀର୍ତ୍ତନ କରନ୍ତି । ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଏହିଭଳି ସଙ୍କୀର୍ତ୍ତନ ସେବା କରନ୍ତି । ଏତଦ୍‌ବ୍ୟତୀତ ମଠ ତରଫରୁ ଚନ୍ଦନ ଯାତ୍ରା ଓ ଦୋଳ ଯାତ୍ରା ବେଳେ ମଧ୍ୟ ସଙ୍କୀର୍ତ୍ତନ ସେବା ସହ ଠାକୁରଙ୍କ ପଦ୍ମ ବେଶ ବେଳେ ଆବଶ୍ୟକୀୟ ସାମଗ୍ରୀ ମଠ ତରଫରୁ ଯୋଗାଇଦିଆଯାଇଥାଏ ।[୩][୪]ତଥ୍ୟ ଅନୁଯାୟୀ ୧୮୦୫ ଖ୍ରୀଷ୍ଟାବ୍ଦ ବେଳକୁ ବଡ଼଼ଛତା ମଠର ଅସ୍ତିତ୍ୱ ନ ଥିଲା ।

ଏହି ମଠର ଅବସ୍ଥିତି ସିଂହଦ୍ୱାର ପ୍ରତି ବିପଦପୂର୍ଣ୍ଣ ମନେକରି ସ୍ଥାନୀୟ ପ୍ରଶାସନ ଏହାର ଉଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲେ । ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଫଳରେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।[୫][୬]

ଆଧାର

ଅଧିକ ପଠନ