କବିସୂର୍ଯ୍ୟ ବଳଦେବ ରଥ

ରୀତିଯୁଗୀୟ କବି ଓ ଓଡ଼ିଶୀ ସଙ୍ଗୀତଜ୍ଞ
(ବଳଦେବ ରଥରୁ ଲେଉଟି ଆସିଛି)

କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୮୯ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ[୧] ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ ।

କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର

ବଳଦେବ ରଥ
ଊନବିଂଶ ଶତାବ୍ଦୀର ସୁପ୍ରସିଦ୍ଧ ଚିତ୍ରକାର ରଘୁନାଥ ପୃଷ୍ଟିଙ୍କ (ମୁଣ୍ଡମରାଇ, ଧରାକୋଟ) ଅଙ୍କିତ କବିସୂର୍ଯ୍ୟ ବଳଦେବ ରଥଙ୍କ ପୋଥିଚିତ୍ର
ଜନ୍ମ୧୭୮୯
ବଡ଼ଖେମୁଣ୍ଡି ଗଡ଼, ଗଞ୍ଜାମ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୮୪୫
ମୃତ୍ୟୁର କାରଣବସନ୍ତ ରୋଗ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କବି, ସଙ୍ଗୀତକାର
ଉଲ୍ଲେଖନୀୟ କୃତି
ଶୈଳୀରୀତି ସାହିତ୍ୟ
ବୈବାହିକ-ସାଥୀରତ୍ନମଣି ଦେବୀ
ପିତାମାତାକବିରାଜ ବ୍ରହ୍ମା ଉଜ୍ଜ୍ୱଳ ରଥ
ସମ୍ପର୍କୀୟତ୍ରିପୁରାରୀ ଓତା
ଜଣେ ବ୍ୟକ୍ତିଙ୍କଦ୍ୱାରା କବିସୂର୍ଯ୍ୟ ବଳଦେବ ରଥଙ୍କ "କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି" ଜଣାଣ ଗାନ

ଜୀବନୀ

ପ୍ରାରମ୍ଭିକ ଜୀବନ

ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମ ନେଇଥିଲେ ।[୨][୩] ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରୁଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା ତ୍ରୀପୁରାରି ହୋତା (ଓତା) ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ ।

ବଂଶାବଳୀ

ଶ୍ରୀନିବାସ ରଥ
ଉଜ୍ଜ୍ୱଳ ରଥ
ସୁଲକ୍ଷଣାହରିହରବଳଦେବ ରଥରତ୍ନମଣି ଦେବୀ
ବିଶ୍ୱନାଥ
ଲୋକନାଥ
ଗଣେଶ୍ୱର

କବିସୂର୍ଯ୍ୟ ଉପାଧି

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇଥିବା ବେଳେ ପୁରୀର ଗଜପତି ରାଜା ମୁକୁନ୍ଦଦେବ ତାଙ୍କ କବିପ୍ରତିଭା ଲାଗି ତାଙ୍କୁ "କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର" ଉପାଧି ଦେଇଥିଲେ । [୪]

                      ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟ ବଳଦେବ ରଥଙ୍କ ଅସାଧାରଣ ପାଣ୍ଡିତ୍ୟ ଓ ଶକ୍ତିମତାରେ ମୁଗ୍ଧ ହୋଇ ତାଙ୍କୁ ' କବିସୂର୍ଯ୍ୟ ' ଉପାଧି ପ୍ରଦାନ କରିଥଲେ। ( ଓଡ଼ିଆ ସାହତ୍ୟର ଇତିହାସ. ସୁରେନ୍ଦ୍ର କୁମାର ମହାରଣା ) ପୃଷ୍ଠା-୩୨୩ 

କିମ୍ବଦନ୍ତୀ

ସେ ଠାକୁରାଣୀ ଭୂବନେଶ୍ୱରୀଙ୍କ କ୍ଷୀର ପାନ କରିବା ବିଷୟରେ ଏକ କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଅନୁସାରେ ସେ ଭୂବନେଶ୍ୱରୀଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟ ପାଇଥିଲେ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସେ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।[୫]

ରଚନାର ଭାଷା

ତାଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ପ୍ରୟୋଗ ଦେଖାଯାଏ ।[୬] ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ତାଙ୍କ ରଚନାରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ଓ ଯାବନିକ ଶବ୍ଦ ମଧ୍ୟ ରହିଛି ।

ରଚନାବଳୀ

ଗଞ୍ଜାମ ଆଠଗଡ଼ପାଟଣାରେସ୍ଥିତ କବିସୂର୍ଯ୍ୟଙ୍କ ଆଧୁନିକ ପ୍ରତିମା

ଜଣାଣ ଓ କ୍ଷୁଦ୍ରଗୀତି

  • କାହାକୁ କହିବା
  • ଗୋ ରସନାଟି
  • ସର୍ପ ଜଣାଣ (ବାଧିଲା ଜାଣି କ୍ଷମା)
  • କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ
  • ଜଗନ୍ନାଥ ଜଣାଣ

କାବ୍ୟ

  • ଚନ୍ଦ୍ରକଳା (ଅସମ୍ପୂର୍ଣ୍ଣ)
  • ଜଗତେ କେବଳ

ଚମ୍ପୂ

ଗଦ୍ୟ ରଚନା

  • ହାସ୍ୟକଲ୍ଲୋଳ

ଆଧାର