ବସନ୍ତ କୁମାରୀ ପଟ୍ଟନାୟକ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବସନ୍ତ କୁମାରୀ ପଟ୍ଟନାୟକ (୧୫ ଡିସେମ୍ବର ୧୯୨୩ - ୨୯ ମାର୍ଚ୍ଚ ୨୦୧୩) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକା ।[୪] ଅମଡ଼ାବାଟ[୫], ଚୋରାବାଲି, ଅଲିଭାଚିତା, ପାଲଟା ଢେଉ ଆଦି ତାଙ୍କର ଜଣାଶୁଣା ରଚନା ।[୬]

ବସନ୍ତ କୁମାରୀ ପଟ୍ଟନାୟକ
ଜନ୍ମ
ବସନ୍ତ କୁମାରୀ ପଟ୍ଟନାୟକ

(1923-12-15)୧୫ ଡିସେମ୍ବର ୧୯୨୩
ତେଲେଙ୍ଗାବଜାର, କଟକ
ମୃତ୍ୟୁ୨୯ ମାର୍ଚ୍ଚ ୨୦୧୩(2013-03-29) (ବୟସ ୮୯)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିକବି, ଗାଳ୍ପିକା ଓ ଔପନ୍ୟାସିକା[୧] [୨][୩]
ପିତାମାତା(s)ଶ୍ରୀବତ୍ସ ପଟ୍ଟନାୟକ, ସୁନ୍ଦରମଣୀ ପଟ୍ଟନାୟକ
ସମ୍ପର୍କୀୟରାଜକିଶୋର ପଟ୍ଟନାୟକ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଦସ୍ତଖତ

ବସନ୍ତ କୁମାରୀ ୧୯୨୩ ମସିହା ଡିସେମ୍ବର ୧୫ ତାରିଖରେ କଟକର ତେଲେଙ୍ଗାବଜାରଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀବତ୍ସ ପଟ୍ଟନାୟକ ଓ ସୁନ୍ଦରମଣୀ ପଟ୍ଟନାୟକ ଥିଲେ ତାଙ୍କର ପିତା ଓ ମାତା । ସେ ଅର୍ଥନୀତିରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ, ସାହିତ୍ୟକୁ ସମୟ ନଦେଇପାରିବାର ଆଶଙ୍କା ଯୋଗୁଁ ଚାକିରି କରିନଥିଲେ ।

ସାହିତ୍ୟ ସର୍ଜନା

ଗଳ୍ପଲିଖନରୁ, ବସନ୍ତଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ, ସେ କବିତା, ଉପନ୍ୟାସ, ଏକାଙ୍କିକା ଓ ଅନୁବାଦ ସାହିତ୍ୟରେ ମଧ୍ୟ ପ୍ରବେଶ କରିଥିଲେ । ଜେ. କୃଷ୍ଣମୂର୍ତ୍ତୀଙ୍କଦ୍ୱାରା ପ୍ରଭାବିତ ବସନ୍ତ କୁମାରୀ, ତାଙ୍କର ବହୁ ପୁସ୍ତକ ଓଡ଼ିଆରେ ଅନୁବାଦ କରିଛନ୍ତି ।

ରଚନାବଳୀ

  • ଅମଡ଼ାବାଟ (ଉପନ୍ୟାସ)
  • ଚୋରାବାଲି (ଉପନ୍ୟାସ, ଅମଡ଼ାବାଟର ଦ୍ୱିତୀୟ ଭାଗ)
  • ଅଲିଭାଚିତା (ଉପନ୍ୟାସ)
  • ସଭ୍ୟତାର ସଜ (ଗଳ୍ପ ସଂକଳନ)
  • ପାଲଟା ଢେଉ(ଗଳ୍ପ ସଂକଳନ)
  • ଜୀବନ ଚିହ୍ନ (ଗଳ୍ପ ସଂକଳନ)[୭]
  • ଚିତାନଳ (କବିତା ସଂକଳନ)
  • ଜୁଆର ଭଟ୍ଟା (ଏକାଙ୍କିକା)
  • ପରିଚିତିରୁ ମୁକ୍ତି (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • କୃଷ୍ଣମୂର୍ତ୍ତୀଙ୍କ ଟିପାଖାତା (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • ଅସମ୍ଭବ ପ୍ରଶ୍ନ(ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • ପରିବର୍ତ୍ତନ ଏକାନ୍ତ ଜରୁରୀ (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)[୮]

ପୁରସ୍କାର ଓ ସମ୍ମାନ

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୧[୯]
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୬

ଆଧାର