ବାସାଲ ସେଲ କାର୍ସିନୋମା

ବାସାଲ ସେଲ କାର୍ସିନୋମା ବା ବିସିସି (ଇଂରାଜୀ ଭାଷାରେ Basal-cell carcinoma or BCC or basal-cell cancer) ଏକ ଚର୍ମ କର୍କଟ ରୋଗ (skin cancer) ।[୧] ବାସାଲ ସେଲ କାର୍ସିନୋମା ବହୁତ ଧୀର ଗତିରେ ବୃଦ୍ଧି ପ୍ରାପ୍ତ ହୋଇ ସ୍ଥାନୀୟ ତନ୍ତୁଗୁଡ଼ିକୁ ନଷ୍ଟ କରିଦେଇପାରେ କିନ୍ତୁ ଦୂର ସ୍ଥାନ‌କୁ ବିସ୍ଥାପିତ ହୋଇପାରେନାହିଁ । [୭]

ବାସାଲ ସେଲ କାର୍ସିନୋମା (Basal cell carcinoma)
ବାସାଲ ସେଲ ସ୍କିନ କ୍ୟାନସର (Basal cell skin cancer), ବାସାଲିଓମା (basalioma)
ଜଣେ ବୟସ୍କ ଲୋକର ନାକରେ ଘାଆ ଯୁକ୍ତ ବାସାଲ ସେଲ କାର୍ସିନୋମା ରୋଗ ଦେଖାଯାଉଛି ।
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology), କର୍କଟ ରୋଗ ବିଜ୍ଞାନ (oncology)
ଲକ୍ଷଣଯନ୍ତ୍ରଣାମୁକ୍ତ ଚିକ ଚିକ କରୁଥିବା ଚର୍ମ ଫୁଲା ଯାହା ଉପରେ କ୍ଷୁଦ୍ର କ୍ଷୁଦ୍ର ରକ୍ତନଳୀ (small blood vessel running over it) ସ‌ହିତ ଘାଆ (ulceration) ଦେଖାଯାଏ । । [୧]
ବିପଦ କାରକଫିକା ଚର୍ମ (Light skin), ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light), ରାଡିଏସନ ଥେରାପି (radiation therapy), ଆର୍ସେନିକ (arsenic), ଅଳ୍ପ ଇମ୍ମ୍ୟୁନିଟି କ୍ରିୟା (poor immune function)[୨]
ରୋଗ ନିର୍ଣ୍ଣୟ ପଦ୍ଧତିପରୀକ୍ଷା, ଚର୍ମ ବାୟୋପ୍ସି [୩]
ସଠିକ ରୋଗ ନିର୍ଣ୍ଣୟମିଲିଆ (Milia), ସେବୋରିକ କେରାଟୋସିସ (seborrheic keratosis), ମେଲାନୋମା, ସୋରିଆସିସ[୪]
ଚିକିତ୍ସାଅପରେଶନ କରି ନିଷ୍କାସନ[୨]
Prognosisଉତ୍ତମ[୫]
ପୁନଃପୌନିକ~ ୩୦% ଶ୍ୱେତାଙ୍ଗଙ୍କର ହୁଏ (ଯୁକ୍ତରାଷ୍ଟ୍ର ଆମେରିକା) [୨]
ମୃତ୍ୟୁ ସାନ୍ଦ୍ରତାକ୍ୱଚିତ[୬]

ଫିକା ଚର୍ମ (Light skin), ଅଲଟ୍ରାଭାୟୋଲେଟ ରଶ୍ମୀ (ultraviolet light), ରାଡିଏସନ ଥେରାପି (radiation therapy), ଆର୍ସେନିକ (arsenic), ଅଳ୍ପ ଇମ୍ମ୍ୟୁନିଟି କ୍ରିୟା (poor immune function) ଥିଲେ ଏହି ରୋଗ ସଙ୍କଟ ଅଧିକ ରହେ ।[୨] ଶୈଶବ କାଳରେ ଅଲଟ୍ରାଭାୟୋଲେଟ ରଶ୍ମୀ ପଡ଼ିବା ବିପଦଜନ‌କ ଅଟେ ।[୫] ଟାନିଙ୍ଗ ବିଛଣା (Tanning beds) ଅଲଟ୍ରାଭାୟୋଲେଟ ରଶ୍ମୀର ଅନ୍ୟ ଏକ ଉତ୍ସ । [୮] ରୋଗୀର ପରୀକ୍ଷା ଓ ଚର୍ମ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[୨][୩]

ସନସ୍କ୍ରିନ ଯୋଗୁ ବାସାଲ ସେଲ କାର୍ସିନୋମାର ସଙ୍କଟ ପ୍ରାଭାବିତ ହୁଏ କି ନାହିଁ ତାହା ଅଜ୍ଞାତ ଅଛି ।[୯] ଅପରେଶନ କରି ଏହା ବାହାର କରିଦିଆଯାଏ ।[୨] ଆକାର ଛୋଟ ଥିଲେ ଏକସିସନ କରାଯାଏ, ନ‌ଚେତ ସାଧାରଣତଃ ମୋହ ଅପରେଶନ (Mohs surgery) କରାଯାଏ ।[୨] ଅନ୍ୟାନ୍ୟ ଚିକିତ୍ସା ମଧ୍ୟରେ କ୍ରାୟୋସର୍ଜରି (application of cold), ଟପିକାଲ କେମୋଥେରାପି (topical chemotherapy), ଲେଜର ଅପରେଶନ (laser surgery) ବା ଇମିକୁଇମୋଡ (imiquimod) ବ୍ୟବ‌ହାର କରାଯାଏ ।[୧୦] ବିରଳ ଦୂରବର୍ତ୍ତୀ ବିସ୍ଥାପିତ କେଶ୍‌ରେ କେମୋଥେରାପି (chemotherapy) ବା ଟାରଗେଟେଡ ଥେରାପି (targeted therapy) ଦିଆଯାଏ ।[୧୦]

ପୃଥିବୀରେ ହେଉଥିବା ସମସ୍ତ କର୍କଟ ରୋଗର ୩୨% କେବଳ ବାସାଲ ସେଲ କାର୍ସିନୋମା ଅଟେ ।[୭][୧୧] ମେଲାନୋମା (melanoma) ବ୍ୟତୀତ ଅନ୍ୟ ସମସ୍ତ ଚର୍ମ କର୍କଟ ରୋଗମାନଙ୍କ ମଧ୍ୟରୁ ୮୦% କେବଳ ବାସାଲ ସେଲ କାର୍ସିନୋମା ହୁଏ । [୨] ଯୁକ୍ତରାଷ୍ଟ୍ର ଆମେରିକାରେ ବାସାଲ ସେଲ କାର୍ସିନୋମା ରୋଗରେ ୩୫୫ ଶ୍ୱେତାଙ୍ଗ ଓ ୨୫% ଶ୍ୱେତାଙ୍ଗୀ ଜୀବନର କୌଣସି ନା କୌଣସି ସମୟରେ ପୀଡ଼ିତ ହୋଇଥାଆନ୍ତି ।[୨]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ