ବିଚିତ୍ର ରାମାୟଣ

ବିଚିତ୍ର ରାମାୟଣ ଏକ ଓଡ଼ିଆ କାବ୍ୟଗ୍ରନ୍ଥବିଶ୍ୱନାଥ ଖୁଣ୍ଟିଆ ଏହି ଗ୍ରନ୍ଥର ରଚୟିତା । ଏହାର ଲିଖନ ୧୭୦୮ରେ ଆରମ୍ଭ ହୋଇ ୧୭୦୯ରେ ସମ୍ପୂର୍ଣ୍ଣ ହୋଇଥିଲା । ପ୍ରଥମ ଭାଗରେ ଏହାର ଦୁଇଟି ଛପା ସଂସ୍କରଣ ତିଆରି ହୋଇଥିଲା; ଗୋଟିଏ କଟକର ରାଧାରମଣ ପୁସ୍ତକାଳୟଦ୍ୱାରା ଓ ଅନ୍ୟଟି ସେଠାର ଜଗନ୍ନାଥ ସିଂହଙ୍କଦ୍ୱାରା । ଏଥିରେ ୨୨୫ଗୋଟି ଚଉପଦୀ ରହିଛି ଓ ତହିଁରେ ଆଦିରେ ୨୮, ଅଯୋଧ୍ୟାରେ ୧୫, ଅରଣ୍ୟରେ ୨୪, କିସ୍କିନ୍ଧ୍ୟାରେ ୨୬, ସୁନ୍ଦରରେ ୧୮, ଲଙ୍କାରେ ୬୯ ଓ ଉତ୍ତରାରେ ୪୫ ରହିଛି । ଏହି ଗ୍ରନ୍ଥର ଲିଖନ ପ୍ରଥମ ଦିବ୍ୟସିଂହ ଦେବଙ୍କ ୨୫ତମ ଅଙ୍କରେ ସମ୍ପୂର୍ଣ୍ଣ ହୋଇଥିଲା । ଏହାର ଭାଷା ସରଳ ଓ ଗ୍ରନ୍ଥଟି ଅପେକ୍ଷାକୃତ ଛୋଟ ହୋଇଥିବାରୁ ରାବଣଛାୟା[୧] ଓ ଗୀତିନାଟ୍ୟ ଆଦିରେ ଅଭିନୟ ପାଇଁ ଆଦୃତ ହୋଇଥିଲା ।[୨] କାବ୍ୟରେ ରଚୟିତା ନିଜକୁ "ବିଶି" ବୋଲି ଦର୍ଶାଇ ଥିବାରୁ ଗ୍ରନ୍ଥଟି "ବିଶି ରାମାୟଣ" ନାମରେ ମଧ୍ୟ ପରିଚିତ ।[୩]

ବିଚିତ୍ର ରାମାୟଣ  
ଲେଖକବିଶ୍ୱନାଥ ଖୁଣ୍ଟିଆ
ଭାଷାଓଡ଼ିଆ
ବିଭାଗକାବ୍ୟଗ୍ରନ୍ଥ
ପ୍ରକାଶ ତାରିଖ୧୭୦୮-୧୭୦୯
ମାଧ୍ୟମ ପ୍ରକାରଛାପାବହି

ଆଧାର

ଅଧିକ ପଠନ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ