ଭାଲପ୍ରୋଏଟ

ଭାଲପ୍ରୋଏଟ (ଭିପିଏ), ଅନ୍ୟ ନାମ ଭାଲପ୍ରୋଇକ ଏସିଡ, ସୋଡ଼ିଅମ ଭାଲପ୍ରୋଏଟ, ଓ ଡାଇଭାଲପ୍ରୋକ୍ସ, ଏକ ଔଷଧ ଯାହା ପ୍ରାଥମିକ ଭାବରେ ଏପିଲେପ୍‌ସି/ଅପସ୍ମାର ଓ ବାଇପୋଲାର ଡିଜଅର୍ଡ଼ର ରୋଗ ନିମନ୍ତେ ଦିଆଯାଏ ଓ ଅଧକପାଳି ମୁଣ୍ଡବଥା ପ୍ରତିଷେଧ ନିମନ୍ତେ ଦିଆଯାଏ ।[୨] ଅପସ୍ମାର ବିହୀନ, ଆଂଶିକ ଅପସ୍ମାର ଓ ସର୍ବ ସାଧାରଣ ଅପସ୍ମାର ରୋଗମାନଙ୍କ ପ୍ରତିଷେଧ ନିମନ୍ତେ ଦିଆଯାଏ । ଏହା ଶିରାଭ୍ୟନ୍ତ ଇଞ୍ଜେକସନ ବା ପାଟିରେ ଦିଆଯାଏ । ଦୀର୍ଘକାଳୀନ କାର୍ଯ୍ୟକ୍ଷମ ଔଷଧ ମଧ୍ୟ ମିଳେ । [୨]

ଭାଲପ୍ରୋଏଟ
Clinical data
Trade namesConvulex, Depakote, Epilim, Stavzor, Vilapro
Synonyms2-Propylvaleric acid
AHFS/Drugs.commonograph
MedlinePlusa682412
data
Pregnancy
category
  • AU: D
  • US: X (Contraindicated) - for control of conditions other than severe epilepsy not amenable to other drugs
Routes of
administration
Oral, intravenous
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
Pharmacokinetic data
BioavailabilityRapid absorption
Protein binding80-90%[୧]
MetabolismHepatic—glucuronide conjugation 30–50%, mitochondrial β-oxidation over 40%
Elimination half-life9–16 hours[୧]
ExcretionUrine (30-50%)[୧]
Identifiers
IUPAC name
  • 2-propylpentanoic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.002.525 Edit this at Wikidata
Chemical and physical data
FormulaC8H16O2
Molar mass144.211 g/mol
3D model (JSmol)
SMILES
  • O=C(O)C(CCC)CCC
InChI
  • InChI=1S/C8H16O2/c1-3-5-7(6-4-2)8(9)10/h7H,3-6H2,1-2H3,(H,9,10) checkY
  • Key:NIJJYAXOARWZEE-UHFFFAOYSA-N checkY
  (verify)

ଅଇ, ବାନ୍ତି, ନିଦ୍ରାଳୁଭାବ ଓ ଶୁଷ୍କ୍କ ପାଟି ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଯକୃତ ସମସ୍ୟା ଭଳି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ, ତେଣୁ ନିୟମିତ ଯକୃତ କାର୍ଯ୍ୟ ପରୀକ୍ଷା (liver fuction test) କରି ପର୍ଯ୍ୟବେକ୍ଷଣ କରାଯାଏ । ଅନ୍ୟ ସାଂଘାତିକ ସଙ୍କଟ ଅଗ୍ନାଶୟ ପ୍ରଦାହ ଓ ଆତ୍ମହତ୍ୟା ପ୍ରବଣତା ମଧ୍ୟ ଦେଖାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ଶିଶୁର ସାଂଘାତିକ ସମସ୍ୟା ଦେଖାଯାଏ । ଏଥିଯୋଗୁ ଗର୍ଭଧାନ ବୟସରେ ଅଧକପାଳି ଥିଲେ ମଧ୍ୟ ଏହି ଔଷଧ ଦିଆଯାଏ ନାହିଁ । ଭାଲପ୍ରୋଏଟର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ହୋଇନାହିଁ । [୨]

ସନ ୧୮୮୧ରେ ପ୍ରଥମେ ଭାଲପ୍ରୋଏଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସନ ୧୯୬୨ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୨] ଏହାର ଦୈନିକ ହୋଲସେଲ ଖର୍ଚ୍ଚ ୦.୧୪ରୁ ୦.୫୨ ଆମେରିକୀୟ ଡଲାର ।[୫] ଆମେରିକାରେ ଏହାର ଦୈନନ୍ଦିନ ଖର୍ଚ୍ଚ ୦.୯୦ ଡଲାର । ଏହାର ଏକ ବ୍ୟବସାୟିକ ନାମ ଡାପାକୋଟ ।[୨]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ