ଭିତରକନିକା ଜାତୀୟ ଉଦ୍ୟାନ

ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗୋଟିଏ ଜାତୀୟ ଉଦ୍ୟାନ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ (୬୭୨ବର୍ଗ କି,ମି ) ଓ ୧୯୯୮ରେ ଜାତୀୟ ଉଦ୍ୟାନ (୧୪୫ ବର୍ଗ କି.ମି) ଘୋଷିତ ହେଲା । ୨୦୦୨ ମାସିହାରେରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୁମି ଘୋଷଣା ହୋଇଥିଲା ।[୧]

ଭିତରକନିକା ଜାତୀୟ ଉଦ୍ୟାନ
IUCN Category II (National Park)
Map showing the location of ଭିତରକନିକା ଜାତୀୟ ଉଦ୍ୟାନ.
Map showing the location of ଭିତରକନିକା ଜାତୀୟ ଉଦ୍ୟାନ.
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରକେନ୍ଦ୍ରାପଡ଼ା
ଦିଗବାରେଣି20°45′N 87°0′E / 20.750°N 87.000°E / 20.750; 87.000
କ୍ଷେତ୍ରଫଳ୬୭୨ ବର୍ଗ କି.ମି.
ସ୍ଥାପିତ୧୯୭୫
ପରିଚାଳନାପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର

ଅବସ୍ଥିତି

କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ବିଧାନ ସଭା ମଣ୍ଡଳୀରେ ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ଭିତର କନିକା ଓ ଗହିରମଥା ଅବସ୍ଥିତ । ୬୭୨ ବର୍ଗ କି.ମି.ର [୨] ଏହି ଜାତୀୟ ଉଦ୍ୟାନ ଭିତରକନିକା ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀମାନଙ୍କ ତ୍ରିକୋଣ ଭୂମିରେ ଅଛି । ଏହି ଜାତୀୟ ଉଦ୍ୟାନଟି ଭିତରକନିକା ପଶୁ ଅଭୟାରଣ୍ୟଦ୍ୱାରା ପରିବେଷ୍ଟିତ । ଏହାର ପୂର୍ବରେ ଗହୀରମଥା ବେଳାଭୂମି ଅଛି ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ ।

ଜୈବ ବିବିଧତା

ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରକାର ପକ୍ଷୀ (ମାଛରଙ୍କା, ଗେନ୍ଦାଖିଆ,ବଣୀ, ବଗ, କାଠହଣା) ସରୀସୃପ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭିର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଈଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଚୁର ମିଳେ । ଏହା ବ୍ୟତିତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଦେଖିବାକୁ ମିଳେ । ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ବୀର (Crocodylus porosus), ଭାରତୀୟ ଅଜଗର Indian python, କଳା ଆଇବିସ (Black ibis) ଓ ଡାର୍ଟର (Darters)ମାନଙ୍କ ବାସସ୍ଥଳୀ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ବେଳେବେଳେ ଏଠାରେ ଇରୱାଡ଼ୀ ଡଲଫିନ ମଧ୍ୟ ଦେଖିବାକୁ ମିଳନ୍ତି ।

ଗମନାଗମନ

ଗାଡି ଓ ନୌକାରେ ରାଜନଗରଠାରୁ ଭିତରକନିକା ଯାଇହୁଏ ।

ଆଖପାଖ ଦର୍ଶନୀୟ ସ୍ଥାନ

ନିକଟରେ ଧାମରା ବନ୍ଦର ଓ ତାଳଚ୍ଚୁଆ ମାଛ ଜେଟି, ହୁଇଲର ଦ୍ୱୀପ ଓ କାଳୀଭଞ୍ଜଡ଼ିଆ ଅବସ୍ଥିତ । ରିଘାଗଡା ଗ୍ରାମରେ ଜଗନ୍ନାଥ ମନ୍ଦିର ଅଛି । ଏହା ଆଗରୁ କନିକା ରାଜା ଜମିଦାରିରେ ଥିଲା ।

ଚିତ୍ରପଟ୍ଟ

ଆଧାର