ଭୂଇଁ ଅଅଁଳା

ଭୂଇଁ ଅଅଁଳା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହି ଗଛର ଉଚ୍ଚତା ଅତି ବେଶିରେ ଦୁଇଫୁଟ ହେଇଥାଏ। ପତ୍ର ଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ମଧ୍ୟ ଆକାରରେ ସାନ ହୋଇଥାନ୍ତି। ପତ୍ରର ତଳେ ଥିବା ଡେମ୍ଫରେ ଫଳ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ଲାଖିଥାଏ, ଉପରକୁ ଦିଶୁ ନ ଥାଏ। ଶ୍ୱେତ ଓ ପୀତ ଭେଦରେ ଏହା ଦୁଇ ପ୍ରକାରର। ପୀତ ଅପେକ୍ଷା ଶ୍ୱେତ ବାଡ଼ି ଅଁଳାର ଔଷଧୀୟ ଗୁଣ ଅଧିକ।

ଭୂଇଁ ଅଅଁଳା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Rosids
ଗଣ:Malpighiales
କୁଳ:Phyllanthaceae
ପ୍ରଜାତି:Phyllanthus
ଜାତି:P. niruri
ବାଇନୋମିଆଲ ନାମ
Phyllanthus niruri
Synonyms

Phyllanthus amarus

ବିବିଧ ଭାରତୀୟ ପ୍ରାଦେଶିକ ନାମ

ଭୂଇଁ ଅଅଁଳା
ପ୍ରାଦେଶିକ ଭାଷାନାମ
ଓଡ଼ିଆଭୂଇଁ ଅଅଁଳା
ସଂସ୍କୃତବଲା, ବଟ୍ୟାଲ, ବାଝ୍ୟାଳିକା, ବାଟ୍ୟା, କଲ୍ୟାଣିନୀ, ଭଦ୍ର ଭଦ୍ରାଦନୀ ଓ ହିଳୟା
ହିନ୍ଦୀବରିଆରା, କ୍ଷୀରୈଟୀ ଓ କ୍ଷୀରହଣ୍ଟି
ତେଲୁଗୁମୁପିଡ଼ି
ବଙ୍ଗଳାବେଡେଲା

ଶାସ୍ତ୍ରୋକ୍ତ ଗୁଣ

ସ୍ନିଗ୍ଧ, ଶୀତବୀର୍ଯ୍ୟ, ମଧୁର ରସ

ବ୍ୟବହାର

ଭୂଇଁ ଅଅଁଳା

ଭୂଇଁ ଅଁଳା ଭାରତୀୟ ଆୟୁର୍ବେଦ ପଦ୍ଧତିରେ ପାକସ୍ଥଳୀ, ରେଚନ-ଜନନ ସଂସ୍ଥାନ, ଯକୃତ ଓ ବୃକ୍କ ଆଦିର ଚିକିତ୍ସାରେ କାମରେ ଲାଗିଥାଏ। [୧][୨] ମଳ ରୋଧକ, ବଳ କାରକ, କାନ୍ତି ପ୍ରଦ, ଗ୍ରହ ଦୋଷ, ଶିଶୁ ରୋଗ, ଭୁତାବେଶ, ପିହୁଳା, ଜ୍ୱର, ଅପସ୍ମାର, ବାୟୁ, ଉନ୍ମାଦ, କ୍ଷତ ଓ ବହୁମୂତ୍ର ଆଦି ରୋଗ ନିବାରକ। ଜଡା ତେଲ ସହିତ ଏହାର ରସକୁ ମାଲିସ କଲେ କଣ୍ଡୁ, ଦଦ୍ରୁ, କ୍ଷତ ଓ ମସ୍ତକ ରୋଗ ଦୂର ହୁଏ। ବାଗୀ, ବାଳିଆ ଦାଢୀ, କଟାଘାଆରେ ଏହାର ଲେପ, ମୁଣ୍ଡବିନ୍ଧା, ମସ୍ତିସ୍କ ଭ୍ରମରେ ରାଶି ତେଲ କିମ୍ବା ଜଡ଼ା ତେଲ ସହିତ, କ୍ଷତ, ଗରମ ଘାଆରେ ସୋରିଷ ତେଲ ସହିତ, ପିଲାଙ୍କ ଚର୍ମ ରୋଗରେ ହଳଦୀ ସହିତ, ସ୍ତ୍ରୀମାନଙ୍କ ରଜରୋଧରେ ବଚ ସହିତ, ଯମଜ ଜ୍ୱରରେ ମହୁ ସହିତ, ବାୟୁ ଶୂଳରେ ଶୁଣ୍ଠୀ ଓ ଗୋଲ ମରିଚ ସହିତ ଏହାର ପ୍ରୟୋଗ କରାଯାଇଥାଏ।

ଆଧାର

ବାହାର ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ