ମହୁଲ

ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l [୧] ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳଗୁଜରାଟ ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ ।[୨]ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ l ମହୁଲ ଗଛଟିଏ ପ୍ରାୟ ୧୦୦ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜିଗୁଡ଼ିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l

ମହୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Asterids
ଗଣ:Ericales
କୁଳ:Sapotaceae
ପ୍ରଜାତି:Madhuca
ଜାତି:M. longifolia
ବାଇନୋମିଆଲ ନାମ
Madhuca longifolia
(J.Konig) J.F.Macbr.
ଓଡ଼ିଶା ଜଙ୍ଗଲର ମହୁଲ ଫୁଲ

ଅନ୍ୟନାମ

  • ଉଦ୍ଭିଦ ବିଜ୍ଞାନରେ ଅନ୍ୟ ନାମ: Bassia longifolia L., B. latifolia Roxb., Madhuca indica J. F. Gmel., M. latifolia (Roxb.) J.F.Macbr., Illipe latifolia (Roxb.) F.Muell., Illipe malabrorum (Engl.)
  • କିସମ :
    • M. longifolia var. latifolia (Roxb.) A.Chev. (=B. latifolia (Roxb))
    • M. longifolia var. longifolia
  • ଅନ୍ୟାନ୍ୟ ବିଦେଶୀ ଭାଷାରେ ନାମ :
    • ଇଁରାଜୀ: honey tree, butter tree
    • ଫ୍ରେଞ୍ଚ: illipe, arbre à beurre, bassie, madhuca
    • ଭାରତ: ମୋହା, ମୋହୁଆ, ମଧୁକା, ଇଲୁପ୍ପାଇ, କୁଲିଙ୍ଗମ, ମଡୁରଗମ, ମାଭାଗାମ, ନଟ୍ଟିଲୁପାଇ, ଟିଟିନାମ, ମହୱା, ମହୁଆ, ମୋଆ, ମୋଆରା
    • ଶ୍ରୀଲଙ୍କା: mi, illuppai, kulilgam, maduragam, mavagam, nattiluppai, tittinam

ବ୍ୟବହାର

ମହୁଲରୁ ବିଭିନ୍ନ ଉପାୟରେ ମହୁଲି ପ୍ରସ୍ତୁତି କରାଯାଏ l [୩] କେତେକ ଅଞ୍ଚଳରେ ମହୁଲକୁ ରାନ୍ଧିଖିଆ ଯାଏ l ମହୁଲ ଫଳର ମଞ୍ଜିରୁ ତେଲ ବାହାର କରାଯାଇ ବ୍ୟବହାର କରାଯାଇଥାଏ l

ଆହୁରି ଦେଖନ୍ତୁ

ଔଷଧୀୟ ଗଛଲତାମାନଙ୍କର ତାଲିକା

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ