ମୁଚୁକୁନ୍ଦ

ମୁଚୁକୁନ୍ଦ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ରଗୁଡ଼ିକ ବଡ଼ ବଡ଼, ଫୁଲ ଲମ୍ବା ଲମ୍ବା ସୁଗନ୍ଧଯୁକ୍ତ । ଏହା ଏକ ବିରଳ ପୁଷ୍ପ, ଯାହା ସବୁଜାଗାରେ ଦେଖିବାକୁ ମିଳେନାହିଁ । ରାତିରେ ଏଇ ଫୁଲ ଫୁଟିଲେ ସୁଗନ୍ଧରେ ଚଉଦିଗ ମହକାଇ ଦିଏ ।

ମୁଚୁକୁନ୍ଦ
ମୁଚୁକୁନ୍ଦ ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Rosids
ଗଣ:Malvales
କୁଳ:Malvaceae
ପ୍ରଜାତି:Pterospermum
ଜାତି:P. acerifolium
ବାଇନୋମିଆଲ ନାମ
Pterospermum acerifolium
(L.) Willd.

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷାନାମ
ଓଡ଼ିଆମୁଚୁକୁନ୍ଦ
ସଂସ୍କୃତସୁପୁଷ୍ପ, ଲକ୍ଷଣକ, କ୍ଷତବୃକ୍ଷ, ସୁଦନ, ବହୁପୁତ୍ର, ପ୍ରତିବିଷ୍ଣୁକ ଓ ହରିବଲ୍ଲଭ
ହିନ୍ଦୀମୋଚକନ୍ଦ मोचकन्द
ତେଲୁଗୁଲୋଲଗୁ, లోలగు
ବଙ୍ଗଳାମୁଚୁକୁନ୍ଦ মুচুকুন্দ

ଶାସ୍ତ୍ରୋକ୍ତ ଗୁଣ

କଟୁ ମିଶ୍ରିତ ତିକ୍ତ ରସ। କଫ, କାଶ, ବ୍ରଣ, ଶୁଷ୍କକଣ୍ଡୁ, କଣ୍ଠଦୋଷ, ଜ୍ୱର, ଶୋଥ ଓ ଯାବତୀୟ ଚର୍ମରୋଗ ନିବାରକ। ଏହାର ଫୁଲ ଶିରବ୍ୟଥା, ରକ୍ତଦୋଷ, ବିଷଦୋଷ, ପିତ୍ତଜ, ପୀଡ଼ା ଓ ବାୟୁ ବିକୃତି ପ୍ରଭୃତିର ଉପଶମ କାରକ। ମାତ୍ରା ଦୁଇ ଅଣାରୁ ଆଠ ଅଣା।

ବ୍ୟବହାର

ଔଷଧୀୟ

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ମୁଣ୍ଡବ୍ୟଥାରେ ଏହାର ଫୁଲକୁ ସହିତ ବାଟି କପାଳର ଦୁଇ ପାଖରେ ଲଗାଇଲେ ଉପକାର ମିଳେ।
  • ଏହାର ଛେଲିକୁ ପାଣିରେ ସିଝାଇ, ସେହି ଜଳରେ ପ୍ରତ୍ୟହ ସ୍ନାନ କଲେ ଚର୍ମରୋଗ ନିବାରିତ ହୁଏ। ଚର୍ମରୋଗରେ ଏହାର ପତ୍ର ରସକୁ ବଟାହଳଦୀ ସହିତ ମଧ୍ୟ ବ୍ୟବହାର କରାଯାଏ। ଏହାର ଛେଲି କିମ୍ବା ପତ୍ରକୁ ଶୁଖାଇ ପୋଡ଼ି ପାଉଁଶ କରି ସେହି ପାଉଁଶକୁ ସୋରିଷତେଲରେ ରାନ୍ଧି ଲଗାଇଲେ କ୍ଷତ ଓ ଚର୍ମରୋଗ ଦୂର ହୋଇଥାଏ।
  • ଜୀର୍ଣ୍ଣଜ୍ୱର, ପାଣ୍ଡୁ, ଶୋଥ, ମୁଖକ୍ଷତ, ପିତ୍ତପ୍ରକୋପ ଆଦିରେ ଏହାର ପତ୍ର ରସ ସହିତ ମହୁ ମିଶାଇ ସେବନ କରାଯାଏ। ମୁଖ, କଣ୍ଠ, ଜିହ୍ୱାର କ୍ଷତରେ ଏହାର ଛେଲିର ଚୂର୍ଣ୍ଣକୁ ମହୁରେ ଖଲି ଲେପନ କରାଯାଏ। ମୁଚୁକୁନ୍ଦ ପତ୍ରର ରସକୁ ଯେ କୌଣସି କ୍ଷତ ଉପରେ ଲଗାଇଲେ ତାହା ଶୀଘ୍ର ଶୁଖିଯାଏ।
  • ଉଦରପୀଡ଼ା ଓ ବାୟୁ ବିକୃତିରେ ଏହାର ଫୁଲକୁ ଜଳରେ ସିଝାଇ ସେଥିରେ କିଞ୍ଚିତ ମହୁ ଓ ମିଶ୍ରିଗୁଣ୍ଡା ମିଶାଇ ଗ୍ରହଣ କଲେ ଉପକାର ମିଳେ।
  • ପେଟଫମ୍ପା ଓ ଶୂଳ ଆଦିରେ ଏହାର ଛେଲିକୁ ଜଳରେ ସିଝାଇ କ୍ୱାଥ କରି ସେହି କ୍ୱାଥରେ ଶୁଣ୍ଠୀଚୂର୍ଣ୍ଣ ମିଶାଇ ସେବନ କରାଯାଏ।

ବାହାର ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ