ମେକେଲଙ୍କ ଡାଇଭର୍ଟିକୁଲମ

ଏଥିରେ କ୍ଷୁଦ୍ର ଅନ୍ତନଳୀରେ ଥିବା ଏକ ଗୋଲାକାର ଫୁଲା ଥାଏ ।

ମେକେଲଙ୍କ ଡାଇଭର୍ଟିକୁଲମ ହେଉଛି ଏକ ଆଜନ୍ମ ତୃଟି ଯେଉଁଥିରେ କ୍ଷୁଦ୍ର ଅନ୍ତନଳୀରେ ଥିବା ଏକ ଗୋଲାକାର ଫୁଲା ।[୧] ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ବିକଶିତ ହୁଏ ନାହିଁ ।[୪] ଲକ୍ଷଣ ପ୍ରକାଶିତ ହେଲେ ଯନ୍ତ୍ରଣା ବିହୀନ ମଳଦ୍ୱାର ରକ୍ତସ୍ରାବ ହୁଏ ।[୩] ଏହି ରକ୍ତର ରଙ୍ଗ ସାଧାରଣତଃ ପିଲାମାନଙ୍କରେ ଏକ ପ୍ରକାର ଜେଲି ଭଳି ଲାଲ ରଙ୍ଗର ଓ ବୟସ୍କମାନଙ୍କଠାରେ କଳା ରଙ୍ଗର ହୋଇଥାଏ ।[୩] ଅନ୍ୟାନ୍ୟ ଉପସ୍ଥାପନାରେ ଭଲଭ୍ୟୁଲସ, ଇଣ୍ଟସସେପସନ, ପ୍ରଦାହ, ଅର୍ବୁଦ କିମ୍ବା ଜଠରାନ୍ତ୍ର ଛିଦ୍ର ଅନ୍ତର୍ଭୁକ୍ତ ହୋଇପାରେ ।[୧] [୨] ଲକ୍ଷଣ ବିକଶିତ ହେଉଥିବା ଲୋକଙ୍କର ଜୀବନର ପ୍ରଥମ କିଛି ବର୍ଷରେ ହେଉଥିବା ଦେଖାଯାଏ ।[୩]

ମେକେଲଙ୍କ ଡାଇଭର୍ଟିକୁଲମ
ମେକେଲ ଡାଇଭର୍ଟିକୁଲମ
Schematic drawing of a Meckel's diverticulum with a part of the small intestine.
ବିଭାଗଶିଶୁ ରୋଗ, ସାଧାରଣ ଅସ୍ତ୍ରୋପଚାର
ଲକ୍ଷଣNone, rectal bleeding, volvulus, intussusception, inflammation, tumors, intestinal perforation[୧][୨]
ଆକ୍ରାନ୍ତ ସମୟPresent at birth[୧]
କାରଣUnclear[୧]
ରୋଗ ନିର୍ଣ୍ଣୟ ପଦ୍ଧତିCT scan, radionuclide scan[୩]
ସଠିକ ରୋଗ ନିର୍ଣ୍ଣୟSwallowed maternal blood, milk protein allergy, intussusception, anal fissure, appendicitis[୩][୨]
ଚିକିତ୍ସାWatchful waiting, surgery[୩]
ପୁନଃପୌନିକ~2%[୪]

ଏହାର କାରଣ ଅସ୍ପଷ୍ଟ ରହିଛି ।[୧] ଏହା ଅନ୍ୟାନ୍ୟ ଜନ୍ମ ଦୋଷ ସହିତ ଜଡ଼ିତ ହୋଇପାରେ ।[୩] ଏହା ଏକ ପ୍ରକୃତ ଡାଇଭର୍ଟିକୁଲମ୍ ଯାହା ଓମ୍ଫାଲୋମେସେଣ୍ଟେରିକ୍ ନଳୀର (ଭିଟେଲାଇନ୍ ଡକ୍ଟ)ର ଅବଶିଷ୍ଟାଂଶ ।[୨] ଏହା କ୍ଷୁଦ୍ର ଅନ୍ତନଳୀରେ ଘଟିଥାଏ ଯାହା ଇଲିୟମ୍ ଭାବରେ ଜଣାଶୁଣା ।[୩] ଏଥିରେ ପାକସ୍ଥଳୀ କିମ୍ବା ଅଗ୍ନାଶୟ ତନ୍ତୁ ରହିପାରେ ।[୨] ସିଟି ସ୍କାନ୍ କିମ୍ବା ରେଡିଓନ୍ୟୁକ୍ଲାଇଡ ସ୍କାନ୍ଦ୍ୱାରା ରୋଗ ନିର୍ଣ୍ଣୟ ହୋଇପାରେ। [୩]

ଲକ୍ଷଣ ନଥିବା ଲୋକଙ୍କର ପରିଚାଳନା ଅସ୍ପଷ୍ଟ ଅଟେ ।[୩] ଲକ୍ଷଣ ବିକଶିତ ହୋଇଥିବା ଲୋକଙ୍କର ଅସ୍ତ୍ରୋପଚାର ହେଉଛି ଏକ ମାତ୍ର ଚିକିତ୍ସା ।[୩] ଏହି ଅସ୍ତ୍ରୋପଚାର ଖୋଲା କିମ୍ବା ଲାପାରୋସ୍କୋପିକ୍ ପଦ୍ଧତିରେ କରାଯାଇପାରେ ।[୩] ଯେଉଁମାନେ ବହୁ ପରିମାଣର ରକ୍ତ ହରାଇଛନ୍ତି, ସେମାନଙ୍କୁ ରକ୍ତଦାନ ଆବଶ୍ୟକ ହୋଇପାରେ ।[୩]

ମେକେଲଙ୍କ ଡାଇଭର୍ଟିକୁଲମ୍ ପ୍ରାୟ ୨% ଲୋକଙ୍କଠାରେ ଥାଏ, ଯାହାକୁ ପାକଅନ୍ତନଳୀର ସବୁଠାରୁ ସାଧାରଣ ବିକୃତି କୁହାଯାଏ ।[୪] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୩] ଏହା ପ୍ରଥମେ ୧୬୯୯ ମସିହାରେ ଲାଭାଟର ଏବଂ ପରେ ୧୮୦୯ ମସିହାରେ ଜୋହାନ ଫ୍ରିଡ୍ରିକ ମେକେଲଙ୍କଦ୍ୱାରା ଉଲ୍ଲେଖ କରାଯାଇଥିଲା ଯାହାଙ୍କ ନାମାନୁସାରେ ନାମକରଣ ହୋଇଥିଲା ।[୫] [୬]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ