ମେରୁଦଣ୍ଡ ଆଘାତ

ଏଥିରେ ମେରୁଦଣ୍ଡର ଅସ୍ଥାୟୀ କିମ୍ବା ସ୍ଥାୟୀ ସମସ୍ୟା ସୃଷ୍ଟିକାରୀ ଆଘାତ ଅନ୍ତର୍ଭୁକ୍ତ ହୁଏ ।

ମେରୁଦଣ୍ଡ ଆଘାତ ( SCI ) ହେଉଛି ମେରୁଦଣ୍ଡର ଅସ୍ଥାୟୀ କିମ୍ବା ସ୍ଥାୟୀ ସମସ୍ୟା ସୃଷ୍ଟିକାରୀ ଆଘାତ ।[୧] ଏହାର ଲକ୍ଷଣ ମଧ୍ୟରେ ମାଂସପେଶୀ ଶକ୍ତି ହ୍ରାସ, ସେନ୍ସରି କିମ୍ବା ସ୍ୱୟଂକ୍ରିୟ ସ୍ନାୟୁ ଦୁଷ୍କ୍ରିୟାହୋଇପାରେ ।[୧] ସ୍ୱୟଂ ଚାଳିତ ଅନ୍ତନଳୀ କିମ୍ବା ମୂତ୍ରାଶ‌ୟ କ୍ରିୟା, ଯୌନ କ୍ରିୟା ଅସୁବିଧା ଏବଂ ଯନ୍ତ୍ରଣା ମଧ୍ୟ ହୋଇପାରେ ।[୧] ଆଘାତ ସଂପୂର୍ଣ୍ଣ ହୋଇଥିଲେ ନିମ୍ନ ସ୍ତରରେ କାର୍ଯ୍ୟର ସମ୍ପୂର୍ଣ୍ଣ କ୍ଷତି, ଅସମ୍ପୂର୍ଣ୍ଣ ହୋଇଥିଲେ କିଛି ସ୍ନାୟୁ ସଂକେତ ଆହତ ସ୍ଥାନକୁ ଅତିକ୍ରମ କରିବାରେ ସକ୍ଷମ ହୁଏ ।[୧] ଜଟିଳତା ମଧ୍ୟରେ ଚାପ ଘାଆ, ସଂକ୍ରମଣ, ଗଭୀର ଶିରା ଥ୍ରୋମ୍ବୋସିସ୍, ଅଟୋନୋମିକ ଡିସରିଫ୍ଲେକ୍ସିଆ ଏବଂ ଶ୍ୱାସକ୍ରିୟା ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ।[୨]

Spinal cord injury
Spinal trauma
MRI of fractured and dislocated neck vertebra that is compressing the spinal cord
ବିଭାଗNeurosurgery
ଲକ୍ଷଣWeakness, numbness, autonomic dysfunction, pain[୧]
କାରଣPhysical trauma, infection, insufficient blood flow, toxins, tumors[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, medical imaging[୪]
ପ୍ରତିକାରImprovements to motor vehicles, gun control, violence prevention[୨]
ଚିକିତ୍ସାSpinal motion restriction, intravenous fluids, vasopressors[୪]
PrognosisDecreased life expectancy[୫]
ପୁନଃପୌନିକ250,000 and 500,000 per year[୨]

ଯୁକ୍ତରାଷ୍ଟ୍ରରେ ଅଧିକାଂଶ ମାମଲା ଶାରୀରିକ ଆଘାତରୁ ଘଟିଥାଏ ଯେପରିକି କାର ଦୁର୍ଘଟଣା (୩୮%), ପତନ (୩୦%), ଗୁଳିମାଡ଼ କ୍ଷତ (୧୩%) କିମ୍ବା କ୍ରୀଡ଼ା ଜନିତ ଆଘାତ (୯%); କିନ୍ତୁ ସଂକ୍ରମଣ, ସ୍ୱଳ୍ପ ରକ୍ତ ପ୍ରବାହ, ବିଷାକ୍ତ ପଦାର୍ଥ, ଅର୍ବୁଦ ପରି ଅଣ-ଆଘାତଜନିତ କାରଣରୁ ମଧ୍ୟ ଆଘାତ ହୋଇପାରେ ।[୨][୩] ଅର୍ଦ୍ଧେକରୁ ଅଧିକ ଆଘାତ କେବଳ ବେକକୁ ପ୍ରଭାବିତ କରିଥାଏ, ଯେତେବେଳେ କି ୧୫% ଥୋରାସିକ୍ ମେରୁଦଣ୍ଡ, ଥୋରାସିକ୍ ଏବଂ ଲମ୍ବର ମେରୁଦଣ୍ଡ ମଧ୍ୟବର୍ତ୍ତୀ ସୀମା ଏବଂ କେବଳ ଲମ୍ବର ମେରୁଦଣ୍ଡରେ ଦେଖାଯାଏ ।[୪] ଲକ୍ଷଣ ଏବଂ ଡାକ୍ତରୀ ଇମେଜିଙ୍ଗ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଏ ।[୪]

ଏହି ଆଘାତକୁ ରୋକିବା ପ୍ରୟାସରେ ମୋଟର ଯାନରେ ଉନ୍ନତି, ବନ୍ଧୁକ ନିୟନ୍ତ୍ରଣ ଏବଂ ହିଂସା ରୋକିବା ଆବଶ୍ୟକ ।[୨] ମେରୁଦଣ୍ଡର ଚଳନ ସୀମିତ ରଖିବା ଏବଂ ପର୍ଯ୍ୟାପ୍ତ ରକ୍ତଚାପ ବଜାୟ ରଖିବା ସହିତ ଚିକିତ୍ସା ଆରମ୍ଭ ହୁଏ ।[୪] କର୍ଟିକୋଷ୍ଟିରଏଡ ଉପଯୋଗୀ ବୋଲି ଜଣାପଡ଼ି ନାହିଁ ।[୪] ଆଘାତର ପରିମାଣ ଉପରେ ନିର୍ଭର କରି ଶଯ୍ୟା ବିଶ୍ରାମଠାରୁ ଆରମ୍ଭ କରି ଅସ୍ତ୍ରୋପଚାର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ହସ୍ତକ୍ଷେପ ହୋଇଥାଏ ।[୬] ଦୀର୍ଘକାଳୀନ ଶାରୀରିକ ଏବଂ ବୃତ୍ତିଗତ ଚିକିତ୍ସା ମଧ୍ୟ ସାହାଯ୍ୟକାରୀ ହୁଏ ।[୨] ଫଳାଫଳଗୁଡିକରେ ସମ୍ପୂର୍ଣ୍ଣ ପୁନରୁଦ୍ଧାରଠାରୁ ଆରମ୍ଭ କରି ଶରୀରର ସ୍ଥାୟୀ ପକ୍ଷାଘାତ ପର୍ଯ୍ୟନ୍ତ ହୋଇପାରେ ।[୧]

ବିଶ୍ୱ ସ୍ତରରେ ବର୍ଷକୁ ୨୫୦,୦୦୦ରୁ ୫୦୦,୦୦୦ ଲୋକ ପ୍ରଭାବିତ ହୁଅନ୍ତି ।[୨] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୧୭,୦୦୦ ଲୋକ ମେରୁଦଣ୍ଡରେ ଆଘାତ ପାଇ ବଞ୍ଚିଯାଆନ୍ତି ।[୫] ସାଧାରଣତଃ ପ୍ରଭାବିତ ହୋଇଥିବା ଲୋକମାନେ ଯୁବା ବୟସର ପୁରୁଷ ଅଟନ୍ତି ।[୫] ଏହା ଯୋଗୁ ସାଧାରଣତଃ ଆୟୁଷ କମ୍ ହୋଇଯାଏ ।[୫] ଷ୍ଟେମ୍ ସେଲ୍ ପ୍ରତିରୋପଣ, ମେରୁଦଣ୍ଡ ଉତ୍ତେଜନା ଏବଂ ପରିଧାନ ଯୋଗ୍ୟ ରୋବୋଟିକ୍ ଏକ୍ସୋସ୍କେଲିଟନ୍ ଉପରେ ସମ୍ଭାବ୍ୟ ଚିକିତ୍ସା ଗବେଷଣା ଚାଲିଛି ।[୭]

ଆଧାର