ଯୋନୀପଥ ରକ୍ତସ୍ରାବ

ଯୋନୀପଥ ରକ୍ତସ୍ରାବ କୁହାଯାଏ ଯେତେବେଳେ ଯୋନୀପଥରୁ ଯେ କୌଣସି ରକ୍ତସ୍ରାବ ହୁଏ । ଏହା ସାଧାରଣ କିମ୍ବା ଅସ୍ୱାଭାବିକ ଏହି ଦୁଇ ଭାଗରେ ବର୍ଗୀକୃତ ହୋଇଛି । [୩] ସନ୍ତାନ ପ୍ରସବକ୍ଷମ ମହିଳାମାନଙ୍କଠାରେ ସାଧାରଣଃ ପ୍ରତ୍ୟେକ ୨୪ରୁ ୩୮ ଦିନରେ ଯୋନୀ ରକ୍ତସ୍ରାବ ହୁଏ ଓ ପ୍ରତ୍ୟେକ ଥର ଏହା ୪.୫ରୁ ୮ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଫଳସ୍ୱରୂପ ୫ ମିଲି ୮୦ ମିଲି ରକ୍ତ ନଷ୍ଟ ହୋଇଯାଏ ।[୪] [୫] ସନ୍ତାନ ପ୍ରସବକ୍ଷମ ମହିଳାମାନଙ୍କର ଅତ୍ୟଧିକ ରକ୍ତସ୍ରାବ ହେଲେ, ଦୁଇ ଅବଧି ମଧ୍ୟରେ ହେଲେ, ବାରମ୍ବାର ହେଲେ, ଦୀର୍ଘ ସମୟ ଧରି ହେଲେ ବା ଯୌନ ସଙ୍ଗମ ସମୟରେ ରକ୍ତସ୍ରାବ ହେଲେ ତାହାକୁ ଅସ୍ୱାଭାବିକ ରକ୍ତସ୍ରାବ କୁହାଯାଏ । [୪] [୬]

Vaginal bleeding
Uterine bleeding[୧]
Location of vaginal bleeding may include the uterus, vaginal wall, or cervix
ବିଭାଗGynecology, obstetrics
କାରଣBefore puberty: Trauma, tumors, foreign objects[୨]
Early pregnancy: Implantation, miscarriage, ectopic pregnancy, subchorionic bleeding
Later pregnancy: Placenta previa, placenta accreta, placental abruption[୨]
After menopause: Atrophic vaginitis, thyroid problems, cancer of the female reproductive tract[୨]

ଯୌବନ ପୂର୍ବରୁ, ଗର୍ଭାବସ୍ଥାରେ ଏବଂ ଋତୁବନ୍ଦ ପରେ ରକ୍ତସ୍ରାବକୁ ସାଧାରଣତଃ ଅସ୍ୱାଭାବିକ କୁହାଯାଏ | [୭] ଆଘାତ, ଅର୍ବୁଦ ବା ଯୋନୀପଥରେ କୌଣସି ପଦାର୍ଥ ଥିଲେ ଯୌବନ ପୂର୍ବରୁ ରକ୍ତସ୍ରାବ ହୋଇପାରେ | [୨] ପ୍ରତିରୋପଣ, ସ୍ୱତଃ ଗର୍ଭପାତ, ଅଥାନ ଗର୍ଭଧାରଣ କିମ୍ବା ସବକୋରିଓନିକ ରକ୍ତସ୍ରାବ ଯୋଗୁ ପ୍ରାରମ୍ଭିକ ଗର୍ଭଧାରଣ ସମୟରେ ରକ୍ତସ୍ରାବ ହୋଇପାରେ; ପରବର୍ତ୍ତୀ ଗର୍ଭାଧନ ସମୟରେ ପ୍ଲେସେଣ୍ଟା ପ୍ରିଭିଆ, ପ୍ଲେସେଣ୍ଟା ଆକ୍ରେଟା କିମ୍ବା ପ୍ଲାସେଣ୍ଟାଲ ଆବରପସନ ହେତୁ ରକ୍ତସ୍ରାବ ହୋଇପାରେ । [୨] ଋତୁବନ୍ଦ ପରେ ରକ୍ତସ୍ରାବ ଆଟ୍ରୋଫିକ୍ ଭାଜିନାଇଟିସ, ଥାଇରଏଡ୍ ସମସ୍ୟା କିମ୍ବା ପରଜନନ ଅଙ୍ଗରେ କର୍କଟ ରୋଗ କାରଣରୁ ରକ୍ତସ୍ରାବ ହୋଇପାରେ। [୨]

ରକ୍ତସ୍ରାବ ସମ୍ପର୍କୀୟ ରୋଗ କିମ୍ବା ଯକୃତ ରୋଗ କାରଣରୁ ମଧ୍ୟ ଯୋନୀ ରକ୍ତସ୍ରାବ ହୋଇପାରେ | [୮] ମୂତ୍ରାଶୟ କିମ୍ବା ମଳାଶୟର ରକ୍ତସ୍ରାବ ହେଲେ ଭୂଲରେ ଯୋନୀ ରକ୍ତସ୍ରାବ କୁହାଯାଇପାରେ | [୯]

ଯୋନୀ ରକ୍ତସ୍ରାବ ଥିବା ବ୍ୟକ୍ତିଙ୍କ ବୟସ ଉପରେ କାର୍ଯ୍ୟକ୍ରମ ନିର୍ଭର କରେ | [୭] ପ୍ରସବକ୍ଷମ ବୟସର ସମସ୍ତ ମହିଳାଙ୍କଠାରେ ଏକ ଗର୍ଭାଧାନ ପରୀକ୍ଷା କରାଯାଏ | [୨] ଉଲ୍ଲେଖନୀୟ ରକ୍ତସ୍ରାବର ରୋକିବା ପାଇଁ ଯୋନୀ ପ୍ୟାକିଂ ଏବଂ ରକ୍ତଦାନ ଆବଶ୍ୟକ ହୁଏ | [୨] ଅନ୍ୟଥା ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ। [୨] ଅସ୍ୱାଭାବିକ ଗର୍ଭାଶୟ ରକ୍ତସ୍ରାବ ସନ୍ତାନ ପ୍ରସବ ବୟସର ପ୍ରାୟ ୨୦% ମହିଳାଙ୍କୁ ପ୍ରଭାବିତ କରିଥାଏ | [୩]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ