ରମଣୀ ରଞ୍ଜନ ଜେନା

ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ

ରମଣୀ ରଞ୍ଜନ ଜେନା (୧୫ ଅଗଷ୍ଟ ୧୯୪୧- ୨୬ ମାର୍ଚ୍ଚ ୨୦୧୬) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ । [୨]

ରମଣୀ ରଞ୍ଜନ ଜେନା
ଜନ୍ମ(1941-08-15)୧୫ ଅଗଷ୍ଟ ୧୯୪୧
ମୃତ୍ୟୁ୨୬ ମାର୍ଚ୍ଚ ୨୦୧୬(2016-03-26) (ବୟସ ୭୪)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ(କଥକ ନୃତ୍ୟ)
ବୃତ୍ତିଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଗୁରୁ
(s)କମଳା କଳାପୀଠ, ତ୍ରିବେଣୀ କଳା ସଙ୍ଗମ
ସନ୍ତାନବିଶ୍ୱରଞ୍ଜନ, ରଶ୍ମି ରଞ୍ଜନ (ପୁତ୍ର), ଇତିଶ୍ରୀ ଜେନା (ପୁତ୍ରବଧୂ)
ପିତାମାତା(s)ଘନଶ୍ୟାମ ଜେନା, ସାଧବାଣୀ ଜେନା[୧]
ସମ୍ପର୍କୀୟତରଣୀ ରଞ୍ଜନ (ଭାଇ)

ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ୱର ଜିଲ୍ଲାର, ରେମୁଣା ନିକଟସ୍ଥ ଉଡ଼ମ୍ବର ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ନୃତ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ନିଜେ ଗଢିଥିବା, ଯାତ୍ରାଦଳରେ ଅଭିନୟ ଆରମ୍ଭ କରି,ସେ କଟକର ଜନତା ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । ୧୧ ବର୍ଷ ବୟସରୁ, ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରମଣୀ ରଞ୍ଜନ, ଗୁରୁ ଗୟାଧର ପଣ୍ଡା, ରାମସ୍ୱାମୀ, ରାମଗୋପାଳ ମିଶ୍ର, ରଘୁନାଥ ଦତ୍ତ ଓ ମାୟାଧର ରାଉତଙ୍କଠାରୁ ବିଭିନ୍ନ ସମୟରେ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏହିଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡ଼ିଥିଲା । ଏହି କେନ୍ଦ୍ରରୁ ସେ କଥକ ନୃତ୍ୟରେ ମଧ୍ୟ ସ୍ନାତକତା ଲାଭକରିଥିଲେ ।

ଓଡ଼ିଶୀ ଅଭିନୟରେ ନିପୂଣ, ରମଣୀ ରଞ୍ଜନ ପରବର୍ତ୍ତୀ ସମୟରେ, ଦେଶବିଦେଶର ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିଳ୍ପୀର ମର୍ଯ୍ୟଦା ଲାଭକରିଥିଲେ । କଟକର କଳାବିକାଶ କେନ୍ଦ୍ରରେ, ସେ ୬ ବର୍ଷ କାଳ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ୧୯୭୩ ମସିହାରେ ସେ, ରୁକ୍ମିଣୀ ଦେବୀ ଅରୁନ୍ଦଲେ କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଯୋଗଦାନ କରିଥିଲେ ଓ ଏଠାରେ ୪ ବର୍ଷ ଶିକ୍ଷାଦାନକରିବା ପରେ, ପୁଣି କଟକ ଫେରିଆସିଥିଲେ । ୧୯୮୩ ମସିହାରେ, କଟକରେ ସେ ନିଜର ନୃତ୍ୟଶିକ୍ଷା ଅନୁଷ୍ଠାନ, କମଳା କଳାପୀଠ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ଶିକ୍ଷାଦାନ କରିଥିଲେ । ୧୯୮୯ ମସିହାରେ, ସେ ଦିଲ୍ଲୀଯାଇ, ପ୍ରଥମେ ସେଠାର ଜଗନ୍ନାଥ ମନ୍ଦିର ଓ ପରେ ତ୍ରିବେଣୀ କଳା ସଙ୍ଗମରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ସେ ବେଙ୍ଗାଳୁରୁସ୍ଥିତ ପ୍ରତିମା ବେଦୀଙ୍କ ନୃତ୍ୟଗ୍ରାମରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।

ନୃତ୍ୟ ନିର୍ଦ୍ଦେଶନା

ନୃତ୍ୟାଭିନୟ

  • ପ୍ରେମ ସୂଧାନିଧୀ
  • ଋତୁସମ୍ହାର
  • ଋତୁରାଜ
  • କଲୁରୀ ବେଣ୍ଟ

ଓଡ଼ିଆ କଥାଚିତ୍ର

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୮୫-୮୬[୩]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୮[୪]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୮[୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୨୦୦୯[୬]
  • ଗୁରୁ ରଘୁନାଥ ଦତ୍ତ ସମ୍ମାନ - ୨୦୧୪[୭]

୨୦୧୬ ମସିହା ମାର୍ଚ୍ଚ ୨୬ ତାରିଖରେ ରମଣୀ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା । [୮]

ଆଧାର

ଅଧିକ ତଥ୍ୟ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ