ରାଇଜୋବୀୟ

ରାଇଜୋବୀୟଗୁଡ଼ିକ ଦ୍ୱିଆଜୋଭୋଜୀ ବୀଜାଣୁ (ବ୍ୟାକ୍ଟେରିଆ) ଓ ସେଗୁଡ଼ିକ ଡାଲିଜାତୀୟ ଉଦ୍ଭିଦମାନଙ୍କ ଚେରରେ ବସତି ସ୍ଥାପନ କରି ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି । ବିବନ୍ଧନ ପାଇଁ ଆବଶ୍ୟକ ଜିନୀୟ ପରିପ୍ରକାଶ (ଜେନେଟିକ ଏକ୍ସପ୍ରେସନ) ପାଇଁ ଏଗୁଡ଼ିକ ଏକ ଉଦ୍ଭିଦ ପରପୋଷୀ ଆବଶ୍ୟକ କରିଥାନ୍ତିିି ।[୧] ଏଗୁଡ଼ିକ ସାଧାରଣତଃ ଗତିଶୀଳ, ଗ୍ରାମ୍-ବିରୋଧୀ ବ୍ୟାକ୍ଟେରିଆ ।

ମୂଳ-ଗଣ୍ଠି
ମୂଳଗଣ୍ଠି,ପ୍ରେତ୍ୟକ ଅସଂଖ୍ଯ ରାଇଜୋବିଆସି ବ୍ଯାକ୍ଟେରୀଆ ଧାରଣ କରିଛନ୍ତି ।


ରାଇଜୋବୀୟମାନେ ମାଟିରେ ଡାଲିଜାତୀୟ ଉଦ୍ଭିଦଗୁଡ଼ିକର ମୂଳକୁ ସଂକ୍ରମଣ କରି ମୂଳ-ଗଣ୍ଠି ଗଠନ କରନ୍ତି ।[୨] ଏଗୁଡ଼ିକ ଗଛର ମୂଳ-ଗଣ୍ଠିରେ ରହି ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି ଏବଂ ବାୟୁମଣ୍ଡଳସ୍ଥ ଯବକ୍ଷାରଜାନକୁ (N2) ବ୍ଯବହାର ଯୋଗ୍ୟ ଯବକ୍ଷାରଜାନ ଅଣୁରେ ପରିଣତ କରନ୍ତି । ସେହି ଗଣ୍ଠିରୁ ଗଛର ସବୁ ଅଂଶକୁ ଯବକ୍ଷାରଜାନ ଅଣୁ ପରିବାହିତ ହୋଇଥାଏ ଏବଂ ତାହା ଗଛ ବଢ଼ିବାରେ ସହାୟକ ହୁଏ । ଗଛଟି ମରିଗଲା ପରେ ରାଇଜୋବୀୟଗୁଡ଼ିକ ପୁଣି ମାଟିକୁ ଫେରିଯାଇ ଏକାକୀ ରହନ୍ତି କିମ୍ବା ଏକ ନୂଆ ଗଛକୁ ସଂକ୍ରମଣ କରନ୍ତି ।[୩]

ଇତିହାସ

ପ୍ରଥମ ରାଇଜୋବୀୟ ଜାତି, ରାଇଜୋବିୟମ୍ ଲେଗ୍ଯୁମିନୋସାରମ୍ ୧୮୮୯ ମସିହାରେ ଚିହ୍ନଟ ହୋଇଥିଲା ଏବଂ ପରବର୍ତ୍ତୀ ନୂଆ ଜାତିସବୁ ରାଇଜୋବିୟମ୍ ପ୍ରଜାତି ଭିତରେ ହିଁ ରଖାଯାଇଥିଲା ।

ବିଭାଗୀକରଣ

ରାଇଜୋବୀୟଗୁଡ଼ିକ ଏକ ନିକଟବଂଶୀୟ ଗୋଷ୍ଠୀ ଅନ୍ତର୍ଭୁକ୍ତ ଏବଂ ଏହାର ସଦସ୍ଯଗୁଡ଼ିଙ୍କୁ ବିଭିନ୍ନ ଶ୍ରେଣୀରେ (ଟାକ୍ସା) ରଖାଯାଇଛି । ଏଗୁଡ଼ିକ ପ୍ରୋଟିଓବ୍ଯାକ୍ଟେରିଆ ପର୍ବର ଦୁଇଟି ବର୍ଗରେ ବଣ୍ଟାଯାଇଛି ଯଥା ଆଲ୍ଫାପ୍ରୋଟିଓବ୍ଯାକ୍ଟେରିଆ ଏବଂ ବିଟାପ୍ରୋଟିଓବ୍ଯାକ୍ଟେରିଆ । ଅଧିକାଂଶ ରଇଜୋବିଏଲ ଗଣର ଅନ୍ତର୍ଭୁକ୍ତ । ପ୍ରୋଟିଓବ୍ଯାକ୍ଟେରିଆର ଅନ୍ଯାନ୍ଯ ଗଣଗୁଡ଼ିକରେ ମଧ୍ଯ ରାଇଜୋବୀୟ ଦେଖାଯାନ୍ତି। [୪][୫][୬] ନିମ୍ନରେ ବିଭାଗୀକରଣ ଦିଆଗଲା:

α-ପ୍ରୋଟିଓବ୍ଯାକ୍ଟେରିଆ

ରାଇଜୋବିଏଲ
ବ୍ରାଡିରାଇଜୋବିଆସି
ବୋସିଆ
ବୋ. ଲାଥିରୀ
ବୋ. ଲୁପିନୀ
ବୋ. ରୋବିନ୍ଯେ
ବ୍ରାଡିରାଇଜୋବିଅମ
ବ୍ରା. ଆରାକିଡିସ
ବ୍ରା. କାନାରିଏନ୍ସ
ବ୍ରା. ସିଟିଷି
ବ୍ରା. ଡାକିଞ୍ଜେନ୍ସ
ବ୍ରା. ଡିନାଇଟ୍ରିଫିକାନ୍ସ
ବ୍ରା. ଦ୍ୱିଆଜୋଏଫିସିଏନ୍ସ
ବ୍ରା. ଏଲ୍କାନୀ
ବ୍ରା. ହ୍ୱାଂହ୍ୱାଇହାୟେନ୍ସ
ବ୍ରା. ଇରୀଓମୋଟେନ୍ସ
ବ୍ରା. ଜାପୋନିକମ
ବ୍ରା. ଯିକାମାଏ
ବ୍ରା. ଲାବ୍ଲାବି
ବ୍ରା. ଲିଆଓନିଞ୍ଜେନ୍ସ
ବ୍ରା. ପାକିରିଜି
ବ୍ରା. ରିଫେନ୍ସ
ବ୍ରା. ୟୁଆନ୍ମିଞ୍ଜେନ୍ସ
ବୃସେଲାସି
ଓକ୍ରୋବାକ୍ଟ୍ରମ
ଓ. ସିଟିଷି
ଓ. ଲୁପିନୀ
ହାଇଫୋମାଇକ୍ରୋବିଆସି
ଡେଭୋସିଆ
ଡେ. ନେପ୍ଚ୍ଯୁନ୍ଯେ
ମେଥିଲୋବ୍ୟାକ୍ଟେରିଆସି
ମେଥିଲୋବ୍ୟାକ୍ଟେରିଅମ
ମେ. ନୋଡ୍ଯୁଲାନ୍ସ
ମାଇକ୍ରୋଭିର୍ଗା
ମା. ଲୋଟୋନୋଡିସ
ମା. ଲୁପିନୀ
ମା. ଜାମ୍ବିଏନ୍ସିସ
ଫାଇଲୋବ୍ଯାକ୍ଟେରୀଆସି
ଆମିନୋବ୍ଯାକ୍ଟର
ଆ. ଆନ୍ଥିଲ୍ଲିଡିସ
ମେଜୋରାଇଜୋବିୟମ
ମେ. ଆବିସିନିକ୍ଯେ
ମେ. ଆଲବିଜ୍ଯେ
ମେ. ଆଲାଃଗି
ମେ. ଆମୋର୍ଫେ
ମେ. ଅଷ୍ଟ୍ରାଲିକମ୍
ମେ. କ୍ଯାମେଲ୍ଥୋର୍ଣ୍ଣି
ମେ. କାରାଗାନେ
ମେ. ଚାକୋଏନ୍ସ
ମେ. ସିସେରୀ
ମେ. ଗୋବିଏନ୍ସ
ମେ. ହାୱାସେନ୍ସ
ମେ. ହୁଆକ୍ୱି
ମେ. ଲୋଟି
ମେ. ମେଡିଟେର୍ରାନିଅମ
ମେ. ମେଟାଲିଡୁରାନ୍ସ
ମେ. ମୁଲେୟେନ୍ସ
ମେ. ଅପର୍ଚ୍ଯୁନିଷ୍ଟମ
ମେ. ପ୍ଲୁରିଫାର୍ଯମ
ମେ. କ୍ୱିଂଶେଂଇ
ମେ. ରୋବିନ୍ଯେ
ମେ. ସାଙ୍ଗାଇ
ମେ. ସେପ୍ଟେଣ୍ଟ୍ରିଓନେଲ
ମେ. ଶାଂଗ୍ରୀଲେନ୍ସ
ମେ. ଶୋନେନ୍ସ
ମେ. ତାମାଡାୟେନ୍ସ
ମେ. ତାରିମେନ୍ସ
ମେ. ଟେମ୍ପରାଟମ
ମେ. ତିଆନ୍ସାନେନ୍ସ
ଫାଇଲୋବ୍ଯାକ୍ଟେରିଅମ
ଫା. ଇଫ୍ରିକ୍ୱେନ୍ସ
ଫା. ଲେଗୁମିନମ
ଫା. ସୋଫୋର୍ଯେ
ଫା. ତ୍ରିଫୋଲି
ରାଇଜୋବିଆସି
ରାଇଜୋବିୟମ
ରା. ଆଲାମୀ
ରା. କୌଏନ୍ସ
ରା. ସେଲ୍ଯୁଲୋସିଲିଟିକମ
ରା. ଡେଜ୍ଯୋନେନ୍ସ
ରା. ଏଟ୍ଲୀ
ରା. ଫାବେ
ରା. ଗାଲିକମ
ରା. ଗ୍ରାହମୀ
ରା. ହାଇନାନେନ୍ସ
ରା. ହାଲୋଫାଇଟୋକୋଲା
ରା. ଇଣ୍ଡିଗୋଫେରେ
ରା. ଲେଗ୍ଯୁମିନୋସାରମ୍
ରା. ଲ୍ଯୁକାଏନେ
ରା. ଲୋଏସେନ୍ସ
ରା. ଲୁପିନୀ
ରା. ଲୁସିଟାନମ
ରା. ମେଜୋଆମେରିକାନମ
ରା. ମେଜୋସିନିକମ
ରା. ମିଲୁଓନେନ୍ସ
ରା. ମୋଙ୍ଗୋଲେନ୍ସ
ରା. ମଲ୍ଟିହସ୍ପିଟିଅମ
ରା. ଓରିଜେ
ରା. ପେଟ୍ରୋଲିଆରିଅମ
ରା. ଫାସେଓଲି
ରା. ପିସୀ
ରା. କ୍ୱିଲ୍ଯାନ୍ସାନେନ୍ସ
ରା. ସୁଲାଏ
ରା. ତାଇବାଇସାନେନ୍ସ
ରା. ତିବେତିକମ
ରା. ଟ୍ରୋପିକି
ରା. ଟ୍ଯୁବୋନେନ୍ସ
ରା. ଭାଲିସ
ରା. ୟାଂଲିଂଏନ୍ସ
ଆଗ୍ରୋବ୍ଯାକ୍ଟେରିଅମ
ଆ. ନେପୋଟମ
ଆ. ପୁସେନ୍ସ
ଆଲୋରାଇଜୋବିୟମ
ଆ. ଉଣ୍ଡିକୋଲା


ପାରାରାଇଜୋବିୟମ
ପା. ଗିଆର୍ଡିନି
ପା. ହେଲାନ୍ସାନେନ୍ସ
ପା. ହର୍ବେ
ପା. ସ୍ଫେରୋଫିସେ
ନିଓରାଇଜୋବିଅମ
ନି. ଆଲ୍କାଲିସୋଲି
ନି. ଗାଲେଗେ
ନି. ହୁଆଉଟ୍ଲେନ୍ସ
ନି. ବିଗ୍ନେ
ଶିନେଲ୍ଲା
ଶି. କୁମେରୋଇଏ
ସିନୋରାଇଜୋବିଅମ/ଏନ୍ସିଫର
ସି. ଆବ୍ରୀ
ଏ. ଆଧେରେନ୍ସ
ସି. ଆମେରିକାନମ
ସି. ଆର୍ବୋରିସ
ସି. ଚିଆପାନେକମ
ସି. ଫ୍ରେଡି
ଏ. ଗାରାମାଣ୍ଟିକସ
ଏ. ଇଣ୍ଡିଏନ୍ସ
ସି. କୋଷ୍ଟିଏନ୍ସ
ସି. କୁମେରୋଇଏ
ସି. ମେଡିକେ
ସି. ମେଲିଲୋଟୀ
ଏ. ମେକ୍ସିକାନସ
ଏ. ନୁମିଡିକସ
ଏ. ସୋରାଲ୍ଯେ
ସି. ସାହେଲୀ
ଏ. ସେସ୍ବାନ୍ଯେ
ଏ. ସୋଜେ
ସି. ତେରାଙ୍ଗେ
କ୍ଷାନ୍ତବ୍ଯାକ୍ଟେରାସି
ଆଜୋରାଇଜୋବିଅମ
ଆ. କୌଲିନୋଡାନ୍ସ
ଆ. ଡୋବ୍ରିନରେ

β-ପ୍ରୋଟିଓବ୍ଯାକ୍ଟେରିଆ

ବୁର୍ଖୋଲ୍ଡେରିଏଲ
ବୁର୍ଖୋଲ୍ଡେରିଆସି
ବୁର୍ଖୋଲ୍ଡେରିଆ
ବୁ. ଡୋଲୋସା
କ୍ଯୁପ୍ରିଆଭିଡସ
କ୍ଯୁ. ତାଇୱାନେନ୍ସିସ
ପାରାବୁର୍ଖୋଲ୍ଡେରିଆ
ପା. କାରିବେନ୍ସିସ
ପା. ଦ୍ୱିଆଜୋଭୋଜୀକା
ପା. ଡିଲ୍ୱୋର୍ଥୀ
ପା. ମିମୋସାରମ
ପା. ନଡସା
ପା. ଫାଇମାଟମ
ପା. ପିପ୍ଟାଡେନିଏ
ପା. ରିଙ୍ଖୋସିଏ
ପୀ. ସାବିଏ
ପା. ସ୍ପ୍ରେନ୍ସିଏ
ପା. ସିମ୍ବାୟୋଟିକା
ପା. ଟ୍ଯୁବେରମ

ଏହି ଗୋଷ୍ଠୀରେ ଅଣସହଜୀବୀସବୁ ମଧ୍ଯ ଅଛନ୍ତି । ଉଦ୍ଭିଦ ଜୀବାଣୁ ଆଗ୍ରୋବ୍ଯାକ୍ଟେରିଅମ, ବ୍ରାଡିରାଇଜୋବିୟମଠାରୁ ରାଇଜୋବିୟମର ଅଧିକ ନିକଟବର୍ତ୍ତୀ ।[୭]

କୃଷିକାର୍ଯ୍ୟରେ ଭୂମିକା

ବିଗ୍ନା ଅଙ୍ଗ୍ୱିକୁଲାଟାରେ ରାଇଜୋବୀୟ ମୂଳ-ଗଣ୍ଠି

ଅମଳ ସମୟରେ ଶସ୍ଯ ତଥା ପାଳକୁ କାଟିନେବାଦ୍ୱାରା ଅଧିକାଂଶ ଯବକ୍ଷାରଜାନ ମଧ୍ଯ ବାହାରିଯାଏ । ତଥାପି ବହୁ ପରିମାଣରେ ଯବକ୍ଷାରଜାନ ମାଟିରେ ରହିଯାଏ ଓ ତାହାକୁ ଭବିଷ୍ଯତରେ ଶସ୍ୟସବୁ ବ୍ଯବହାର କରନ୍ତି । ସାରା ବିଶ୍ୱର ମାଟିରେ ଯବକ୍ଷାରଜାନ ଏକ ଆବଶ୍ୟକ ପୋଷକ ।

କାର୍ଯ୍ୟକ୍ଷମ ମୂଳ-ଗଣ୍ଠି ତିଆରି ପାଇଁ ଯବକ୍ଷାରଜାନ ବିବନ୍ଧନ କରିପାରୁଥିବା କେତେକ ରାଇଜୋବୀୟ ନିହାତି ଆବଶ୍ୟକ ।[୮] ରାଇଜୋବୀୟ ସଂକ୍ରମଣ ଶସ୍ଯ ଉତ୍ପାଦନ ବୃଦ୍ଧି କରିଥାଏ ।[୯]

ଡାଲିଜାତୀୟ ଉଦ୍ଭିଦମାନଙ୍କ କୃତ୍ରିମ ରାଇଜୋବୀୟ ସଂକ୍ରମଣ ବହୁବର୍ଷରୁ ଚଳିଆସିଛି ଏବଂ ଏହା ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ବାର୍ଷିକ ୧୨-୨୦ ନିୟୁତ ହେକ୍ଟର ସୋୟାବିନ ଫସଲକୁ ରାଇଜୋବୀୟଦ୍ୱାରା ଇନୋକ୍ଯୁଲମ କରାଯାଉଛି । ଏହି ଇନୋକ୍ଯୁଲକଗୁଡ଼ିକୁ ଆଣବିକ କିଣ୍ୱକଦ୍ୱାରା (ଫରମେଣ୍ଟର) ତିଆରି କରାଯାଏ । ଏକ ଆଦର୍ଶ ଇନୋକ୍ଯୁଲକର ନିମ୍ନଲିଖିତ ଗୁଣସବୁ ଥାଇ ପାରେ; ସର୍ବାଧିକ ପ୍ରଭାବୀ, ସହଜ ବ୍ଯବହାର, ଉଚ୍ଚ ରାଇଜୋବୀୟ ଘନତା, କଠୋରତା ଇତ୍ୟାଦି ।[୧୦][୧୧][୧୨]

ଏହି ଇନୋକ୍ଯୁଲକଗୁଡ଼ିକ ଡାଲିଜାତୀୟ ଉତ୍ପାଦଙ୍କୁ ବଢ଼ାଇପାରନ୍ତି ।[୧୩] ମୂଳ-ଗଣ୍ଠିକରଣ ଯୋଗୁଁ ଅମଳ ପରେ ମଧ୍ଯ ମାଟିରେ ଅଧିକ ପରିମାଣରେ ନାଇଟ୍ରେଟ ରହିଯାଇଥାଏ ଯାହା ଭବିଷ୍ଯତର ବିଭିନ୍ନ ଉଦ୍ଭିଦ ବ୍ୟବହାର କରିଥାନ୍ତି ।

ସହଜୀବୀୟ ସମ୍ବନ୍ଧ

ଯବକ୍ଷାରଜାନ ବିବନ୍ଧନ କରୁଥିବା ବୀଜାଣୁମାନଙ୍କ ମଧ୍ଯରୁ କେବଳ ରାଇଜୋବୀୟମାନେ ହିଁ ଡାଲିଜାତୀୟ ଉଦ୍ଭିଦମାନଙ୍କ ସହ ସହଜୀବୀୟ ସମ୍ବନ୍ଧ ସ୍ଥାପନ କରନ୍ତି ।

ସଂକ୍ରମଣ ଏବଂ ସଂକେତ ଆଦାନପ୍ରଦାନ

ସହଜୀବୀୟ ସମ୍ପର୍କ ସ୍ଥାପନ ନିମନ୍ତେ ଦୁଇଜଣ ସହଜୀବୀଙ୍କୁ କେତେକ ସଙ୍କେତ ଆଦାନପ୍ରଦାନ କରିବାକୁ ପଡ଼ିଥାଏ । ଫଳରେ ସେମାନେ ପରସ୍ପରକୁ ଚିହ୍ନି ଆବଶ୍ୟକ ପଦକ୍ଷେପ ନେଇ ଉକ୍ତ ସମ୍ପର୍କ ସ୍ଥାପନ ଓ ତାହାକୁ ସୁଦୃଢ଼ କରିଥାନ୍ତି । ଏହା ଅନ୍ତର୍କୋଷୀୟ ସଂକ୍ରମଣଦ୍ୱାରା ହୋଇଥାଏ ବୋଲି ଅଧିକ ଗୃହୀତ । ସାଧାରଣତଃ ରାଇଜୋବୀୟମାନେ ମାଟିରେ ମୁକ୍ତ ଭାବରେ ରହିଥାନ୍ତି । ପରପୋଷୀ ଉଦ୍ଭିଦଙ୍କ ମୂଳରୁ ଯେତେବେଳେ ୨-ଫିନାଇଲ-୧,୪-ବେଞ୍ଜୋପାଇରୋନ, ଫ୍ଲାବୋନୋଏଡ ରୂପରେ ନିର୍ଗତ ହୁଏ, ସେତେବେଳେ ରାଇଜୋବୀୟମାନେ ବହୁମାତ୍ରାରେ ଏକତ୍ର ଠୁଳ ହୋଇ ମୂଳକେଶରେ ଲାଗି ଯାନ୍ତି ।[୧୪][୧୫] ତାପରେ ଏହି ଫ୍ଲାବୋନୋଏଡଗୁଡ଼ିକ NodDର ଡିଏନଏ ବନ୍ଧନ କାର୍ଯ୍ୟକୁ ଉତ୍ସାହିତ କରିଥାନ୍ତି । ବୀଜାଣୁ ମୂଳକେଶରେ (root hair) ପଶିଯିବା ପରେ ଏଗୁଡ଼ିକ ଗଣ୍ଠି-କାରକ(ମୂଳ-ଗଣ୍ଠି ତିଆରି କରୁଥିବା ଉପାଦାନ) କ୍ଷରଣ କରିଥାନ୍ତି ।[୧୫]

ଅନ୍ଯାନ୍ଯ ଦ୍ୱିଆଜୋଭୋଜୀ

ଆଧାର