ରାଧା ଦାମୋଦର ମନ୍ଦିର, ଜୁନାଗଡ଼

ଏହି ମନ୍ଦିର କୃଷ୍ଣଙ୍କର ଦାମୋଦର ହରି ନାମରେ ସମର୍ପିତ ହୋଇଛି ।

ଶ୍ରୀ ରାଧା ଦାମୋଦର ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶରେ ଥିବା ଜୁନାଗଡ଼ରେ ଅବସ୍ଥିତ । ଏହି ମନ୍ଦିର କୃଷ୍ଣଙ୍କର ଦାମୋଦର ହରି ନାମରେ ସମର୍ପିତ ହୋଇଛି । ମନ୍ଦିରର କେନ୍ଦ୍ର ସ୍ଥାନରେ ‘ଦାମୋଦର ଜି’ ବା ବିଷ୍ଣୁ'ଙ୍କର ଚତୁର୍ଦ୍ଧା ବାହୁ ଥିବା ବିଗ୍ରହ ଓ ପାଖରେ ଦେବୀ ରାଧା ବସିଥିବା ବିଗ୍ରହକୁ ପୂଜା କରାଯାଏ । ମନ୍ଦିର ପରିସରରେ ଦାମୋଦର କୁଣ୍ଡ ଓ ରେବତୀ କୁଣ୍ଡ ବିଦ୍ୟମାନ । ଗୁଜରାଟ ସରକାର ଏହି ମନ୍ଦିରର ବିଶେଷ ଯତ୍ନ ନିଅନ୍ତି ।[୧]

ଶ୍ରୀ ରାଧା ଦାମୋଦର ମନ୍ଦିର
ଶ୍ରୀ ରାଧା ଦାମୋଦର ମନ୍ଦିର, ଜୁନାଗଡ଼
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictJunagadh
ଦେବାଦେବୀରାଧା କୃଷ୍ଣ
ରେବତୀ ବଳରାମ
ପର୍ବଜନ୍ମାଷ୍ଟମୀ, ରାଧାଷ୍ଟମୀ, ହୋଲି, କାର୍ତ୍ତିକ ପୂର୍ଣ୍ଣିମା
Location
ସ୍ଥାନGirnar mountain
StateGujarat
Countryଭାରତ
ରାଧା ଦାମୋଦର ମନ୍ଦିର, ଜୁନାଗଡ଼ is located in Gujarat
ରାଧା ଦାମୋଦର ମନ୍ଦିର, ଜୁନାଗଡ଼
Location in Gujarat
ଭୌଗଳିକ ଅବସ୍ଥିତି21°18′48″N 70°17′28″E / 21.3132°N 70.2910°E / 21.3132; 70.2910
ଉପାଦାନPink sandstone
Website
https://shreeradhadamodarji.org/

ଗିରନାର ପର୍ବତକୁ ଲମ୍ବିଥିବା ରାସ୍ତା ପାଖରେ ଶ୍ରୀ ରାଧା ଦାମୋଦର ମନ୍ଦିର ସହିତ ଲୋକପ୍ରିୟ ଦାମୋଦର କୁଣ୍ଡ ଓ ରେବତୀ କୁଣ୍ଡ ହ୍ରଦ ଅଛି ଓ ଏହା ଶ୍ରୀ ଦାମୋଦର ତୀର୍ଥଯାତ୍ରାର ଏକ ଅଂଶ ବିଶେଷ ଭାବରେ ଗଣାଯାଏ । ଗୁପ୍ତ ସାମ୍ରାଜ୍ୟର ରାଜା ସ୍କନ୍ଧ ଗୁପ୍ତ ଏହି ତୀର୍ଥ ସ୍ଥଳର ପୁନର୍ବିନ୍ୟାସ କରିଥିଲେ ।[୨]

ଗଠନ

ମୂଖ୍ୟ ମନ୍ଦିରଟି ପିଙ୍କ ରଙ୍ଗର ବାଲି ପଥରରେ ତିଆରି ହୋଇଛି ଓ ଏହା ମଧ୍ୟରେ ନିଜ ମନ୍ଦିର ଓ ସଲୋହା ମଣ୍ଡପ ଅଛି । ନିଜ ମନ୍ଦିରର ଉଚ୍ଚତା ୬୫ ଫୁଟ ଓ ସାଲୋହା ମଣ୍ଡପ ଶୀର୍ଷ ଉଚ୍ଚତା ୩୦୫ ଫୁଟ । ନିଜ ମନ୍ଦିର ଶୀର୍ଷରେ ଏକ ପତାକା ଅଛି । ବତିଶ ଏକର ଭୂମି ଉପରେ ନିର୍ମିତ ଏହି ମନ୍ଦିରର ୮୪ଟି କାରୁକାର୍ଯ୍ୟ ହୋଇଥିବା ସ୍ତମ୍ଭ ଅଛି ।[୩]

କେନ୍ଦ୍ର ସ୍ଥାନରେ ଥିବା ମନ୍ଦିର ରାଧା ଓ ଦାମୋଦର (କୃଷ୍ଣଙ୍କୁ) ସମର୍ପିତ ହୋଇଛି ଯେଉଁଠାରେ ବିଷ୍ଣୁ ଚାରି ବାହୁରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଛନ୍ତି । ଏହି ମନ୍ଦିର ପାର୍ଶ୍ୱରେ ଅନ୍ୟ ଏକ ମନ୍ଦିରରେ ବଳରାମ ଓ ତାଙ୍କ ପତ୍ନୀ ରେବତୀଙ୍କ ବିଗ୍ରହ ଅଛି । ଗଣେଶଙ୍କୁ ସମର୍ପିତ ଅନ୍ୟ ଏକ ମନ୍ଦିର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ ।[୪]

ମହତ୍ତ୍ୱ

ଗୁଜରାଟର ପୁରାତନ ମନ୍ଦିରମାନଙ୍କ ମଧ୍ୟରୁ ଶ୍ରୀ ରାଧା ଦାମୋଦର ମନ୍ଦିର ଅନ୍ୟତମ । ବିଶ୍ୱାସ କରାଯାଏ, କୃଷ୍ଣଙ୍କର ନାତି ବଜ୍ରନାଭ ଏହି ମନ୍ଦିର ତୋଳେଇଥିଲେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ପିତୃ ତର୍ପଣ ନିମନ୍ତେ ହଜାର ହଜାର ଲୋକ ଏହି ମନ୍ଦିରରେ ସମବେତ ହୁଅନ୍ତି । ମୃତ୍ୟୁ ପରେ ମୋକ୍ଷ ହେବା ଆଶାରେ ପବିତ୍ର ଦାମୋଦର କୁଣ୍ଡରେ ଭକ୍ତମାନେ ବୁଡ଼ ପକାନ୍ତି ।[୩] ସ୍କନ୍ଧ ଉପନିଷଦ ଅନୁସାରେ ସ୍ୱର୍ଣ୍ଣ ରଶ ନଦୀ ଧାରାରେ ଦାମୋଦର କୁଣ୍ଡ ଅବସ୍ଥାପିତ ହୋଇଛି ।[୨] ଏହି ନଦୀରେ ସ୍ନାନ କଲେ ସକଳ ପାପ ଧ୍ରୌତ ହୋଇଯାଏ । ଦାମୋଦରଙ୍କୁ ପୂଜା କରିବା ପୂର୍ବରୁ ନରସିଂହ ମେହତା ପ୍ରତ୍ୟହ ଏହି ଦାମୋଦର କୁଣ୍ଡରେ ସ୍ନାନ କରୁଥିଲେ ।[୧]

ମନ୍ଦିର ସମୟ

ପ୍ରତ୍ୟହ ସକାଳ ୬:୦୦ରୁ ସନ୍ଧ୍ୟା ୫:୩୦

ଗ୍ୟାଲେରି

ଏହା ମଧ୍ୟ ଦେଖନ୍ତୁ

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ