ରାମହରି ଦାସ

ଓଡ଼ିଶୀ ସଙ୍ଗୀତ ଗୁରୁ, କଣ୍ଠଶିଳ୍ପୀ, ଗବେଷକ ଓ ସ୍ୱରକାର

ରାମହରି ଦାସ (ଜନ୍ମ: ୧ ଫେବୃଆରୀ ୧୯୫୩)[୨] ଜଣେ ଓଡ଼ିଶୀ ସଙ୍ଗୀତ ବିଶାରଦ ।[୩] ୩୦ ବର୍ଷରୁ ଅଧିକ ସମୟ ଧରି, ସେ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶନା, ପରିବେଷଣ, ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ବ୍ରତୀ ଅଟନ୍ତି ।

ରାମହରି ଦାସ
ଜନ୍ମ (1953-02-01) ୧ ଫେବୃଆରୀ ୧୯୫୩ (ବୟସ ୭୧)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ,
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
ବୃତ୍ତି(ସମୂହ)ଓଡ଼ିଶୀ ସଙ୍ଗୀତ ଗୁରୁ, ଗବେଷକ
ଓଡ଼ିଶୀ ଗୁରୁକୂଳ[୧]
ଶୈଳୀଓଡ଼ିଶୀ ସଙ୍ଗୀତ
ପିତାମାତା(s)ଦୀନବନ୍ଧୁ ଦାସ, କ୍ଷେତ୍ରମଣି ଦାସ

ବାଲ୍ୟଜୀବନ ଓ ଶିକ୍ଷା

ରାମହରି ଦାସ, ୧୯୫୩ ମସିହା ଫେବୃଆରୀ ୧ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଳକ ଅନ୍ତର୍ଗତ କାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୀନବନ୍ଧୁ ଦାସ ଓ ମାତାଙ୍କ ନାମ କ୍ଷେତ୍ରମଣି ଦାସ ଅଟେ । ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ରହିଥିଲା । ମାଟ୍ରିକ ପାସ କରିବା ପରେ, ସେ ଭୁବନେଶ୍ୱରର ବିଜେବି ଜୁନିୟର କଲେଜର ଯୁକ୍ତ ଦୁଇ ପଢ଼ିବା ସହ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା କରିଥିଲେ ।

ବୃତ୍ତିଗତ ଜୀବନ

ଉଭୟ ସଙ୍ଗୀତ ପରିବେଷଣ ଓ ଶିକ୍ଷାଦାନକୁ ବୃତ୍ତି କରିଥିବା ରାମହରି, ଓଡ଼ିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାର୍ଯ୍ୟରତ । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ସଙ୍ଗୀତର ଗୁରୁ ଭାବରେ କାର୍ଯ୍ୟ କରିସାରି, ସେହି ଅନୁଷ୍ଠାନର ଅଧ୍ୟକ୍ଷ ଭାବରେ ସେବାନିବୃତ ହୋଇସାରିଛନ୍ତି । ଏହା ବ୍ୟତୀତ, ସେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ[୪]ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର[୫] ଅଧ୍ୟକ୍ଷ ଭାବରେ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି । ସେବା ନିବୃତ ହେବା ପରେ, ସେ ବହୁ ବେସରକାରୀ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି ଓ ସାକ୍ଷୀଗୋପାଳଠାରେ ନିଜର ଏକ ଗୁରୁକୁଳ ପ୍ରତିଷ୍ଠା କରି, ସଙ୍ଗୀତ ଶିକ୍ଷାଦାନ କରୁଛନ୍ତି ।[୬]ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟତା ପ୍ରଦାନ କରାଯିବା ପାଇଁ ଗଠିତ କମିଟିରେ, ସେ ଜଣେ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟରତ ।[୭]

ରଚିତ ପୁସ୍ତକ

  • ଅଳଙ୍କାର ରତ୍ନାବଳୀ
  • ସଙ୍ଗୀତ ସଂଜ୍ଞା - ୧୯୮୯
  • ଓଡ଼ିଶୀ ସଙ୍ଗୀତର ପରମ୍ପରା ଓ ପ୍ରୟୋଗ - ୨୦୦୪

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୮-୨୦୦୯[୮]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୮[୯]
  • ଯଦୁମଣି ଦାଶ ସାରସ୍ୱତ ପ୍ରତିଭା ସମ୍ମାନ, ୨୦୧୭[୧୦]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ