ରେଟିନୋଲ

ରାସାୟନିକ ମିଶ୍ରଣ

ରେଟିନୋଲ (ଇଂରାଜୀ ଭାଷାରେ Retinol, ଅନ୍ୟ ନାମ ଜୀବସାର କ/Vitamin A1) ଏକ ଜୀବକୋଷ (vitamin) ଯାହା ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବ‌ହାର କରାଯାଏ ।[୨] ଅନୁପୂରକ ଭାବରେ ଏହା ଜୀବସାର କ ଅଭାବର (vitamin A deficiency) ଚିକିତ୍ସା ଓ ପ୍ରତିଷେଧ ଭାବରେ ଦିଆଯାଏ ବିଶେଷତଃ ଜେରୋଫଥାଲମିଆ (xerophthalmia) ରୋଗରେ ଦିଆଯାଏ ।[୧] ଏହି ରୋଗ ସଙ୍କଟ ଥିବା ସ୍ଥାନରେ ଲୋକଙ୍କୁ ବର୍ଷକୁ ଅଧିକ ମାତ୍ରାର ରେଟିନୋଲ ଦୁଇ ଥର ଦିଆଯାଏ । ମିଳିମିଳା (measles) ରୋଗରେ ଅଧିକ ଅସୁବିଧା ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ମଧ୍ୟ ଏହା ଦିଆଯାଏ ।[୩] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୧]

ରେଟିନୋଲ
Retinol
Clinical data
AHFS/Drugs.commonograph
Pregnancy
category
  • US: X (Contraindicated) [୧]
Routes of
administration
by mouth, IM[୧]
Drug classvitamin
ATC code
Legal status
Legal status
  • US: OTC
Identifiers
IUPAC name
  • (2E,4E,6E,8E)-3,7-dimethyl-9-(2,6,6-trimethylcyclohex-1-enyl)nona-2,4,6,8-tetraen-1-ol
CAS Number
PubChem CID
IUPHAR/BPS
ChemSpider
UNII
ChEBI
ChEMBL
ECHA InfoCard100.000.621 Edit this at Wikidata
Chemical and physical data
FormulaC20H30O
Molar mass286.4516
3D model (JSmol)
Melting point62–64 °C (144–147 °F)
Boiling point137–138 °C (279–280 °F) (୧୦−୬mm Hg)
SMILES
  • OC/C=C(C)/C=C/C=C(C)/C=C/C1=C(C)/CCCC1(C)C
InChI
  • InChI=1S/C20H30O/c1-16(8-6-9-17(2)13-15-21)11-12-19-18(3)10-7-14-20(19,4)5/h6,8-9,11-13,21H,7,10,14-15H2,1-5H3/b9-6+,12-11+,16-8+,17-13+
     checkY
  • Key:FPIPGXGPPPQFEQ-OVSJKPMPSA-N

ସାଧାରଣ ମାତ୍ରାରେ ଦେହରେ ରେଟିନୋଲ ଭଲରୂପେ ସ‌ହ୍ୟ କରିହୁଏ ।[୧] ମାତ୍ରାଧିକ ରେଟିନୋଲ ଦେଲେ ବର୍ଦ୍ଧିତ ଯକୃତ (enlarged liver) , ଶୁଷ୍କ ଚର୍ମ ବା ହାଇପରଭିଟାମିନୋସିସ (hypervitaminosis A) ଇତ୍ୟାଦି ବେମାରୀ ହେବା ଦେଖାଯାଏ ।[୧][୪] ଗର୍ଭାବସ୍ଥାରେ ମାତ୍ରାଧିକ ଦେଲେ ଶିଶୁର ହାନୀ ହୁଏ । ଜୀବସାର କ (vitamin A) ଶ୍ରେଣୀର ରେଟିନୋଲ ଏକ ସଦସ୍ୟ । ଉତ୍ତମ ଦୃଷ୍ଟି ଶକ୍ତି ଓ ଚର୍ମ ତ‌ଥା ଶରୀର ବିକାଶ ନିମନ୍ତେ ଏହି ଔଷଧ ବା ଅନ୍ୟାନ୍ୟ ଜୀବସାର 'କ' ଆବଶ୍ୟକ ହୁଏ ।[୧] ଦେହରେ ରେଟିନୋଲ ପରିବର୍ତ୍ତିତ ହୋଇ ରେଟିନାଲ (retinal) ଓ ରେଟିନୋଇକ ଏସିଡ (retinoic acid), ଏହି ଦୁଇ ପ୍ରକାରରେ ପରିଣତ ହୁଏ । ମାଛ, ଦୁଗ୍ଧଜାତ ପଦାର୍ଥ (dairy products) ଓ ମାଂସରେ ଏହି ରେଟିନୋଲ ଥାଏ ।[୨]

ସନ ୧୯୦୯ରେ ରେଟିନୋଲ ଆବିଷ୍କୃତ ହୋଇ ସନ ୧୯୩୧ରେ ପୃଥକ କରାଯାଇଥିଲା ଓ ସନ ୧୯୪୭ରେ ପ୍ରଥମେ ତିଆରି ହୋଇଥିଲା ।[୫][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । [୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫୦,୦୦୦ୟୁନିଟର ହୋଲସେଲ ମୂଲ୍ୟ ୦.୦୨ରୁ ୦.୩୦ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଦାମିକା ନୁହେଁ ।[୯]

ଆଧାର