ଲକ୍ଷ୍ମୀ ବରାହ ମନ୍ଦିର
ଲକ୍ଷ୍ମୀ ବରାହ ମନ୍ଦିର ଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ[୧] ଏକ ପ୍ରାଚୀନ ମନ୍ଦିର ।[୨] ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ ।
ଲକ୍ଷ୍ମୀ ବରାହ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Kକେନ୍ଦ୍ରାପଡ଼ା |
ଦେବାଦେବୀ | ବରାହ, ଲକ୍ଷ୍ମୀ |
Festivals | ରଥଯାତ୍ରା |
Location | |
ସ୍ଥାନ | ଆଳି |
State | ଓଡ଼ିଶା |
Country | ଭାରତ |
ଭୌଗଳିକ ଅବସ୍ଥିତି | 20°41′03.1″N 86°38′45.5″E / 20.684194°N 86.645972°E |
Architecture | |
Type | କଳିଙ୍ଗ |
Completed | ୧୫୫୦ |
ଭୌଗଳିକ ଅବସ୍ଥିତି
ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଆଳି ତହସିଲରୁ ଏହାର ଦୁରତ୍ୱ ୧ କିଲୋମିଟର ଓ କେନ୍ଦ୍ରାପଡ଼ା ସଦର ମହକୁମାଠାରୁ ୪୦ କିଲୋମିଟର ।[୩] ଆଳି ତହସିଲ ଭୁବନେଶ୍ୱରଠାରୁ ୧୪୬ କିଲୋମିଟର ଦୂର ଓ ଏହାର ନିକଟବର୍ତ୍ତୀ ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ ।[୪]
କିମ୍ବଦନ୍ତୀ
ଆଳିର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନ ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ୱପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀତିରକୁ ଘୋଡାରେ ଗଲେ । ସେଠୁ ଫେରିବା ବେଳେ ତାଙ୍କ ପଛରେ ଭଗବାନ ଆସୁଥିବାର ସେ ପାଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପାଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତ୍ତମାନର ମନ୍ଦିର ବିଂଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବଙ୍କଦ୍ୱାରା ପୁନର୍ନିର୍ମିତ ହେଇଥିଲା ।
ଯାନୀ ଯାତ୍ରା
- ବଜାର ଦ୍ୱାଦଶୀ
- ଦୋଳ ଯାତ୍ରା
- ରଜ ପର୍ବ
- କୁମାର ପୁରଣିମା
- କାର୍ତିକ ପୁର୍ଣିମା
- ରଥ ଯାତ୍ରା