ଲଣ୍ଠନ
ବହନୀୟ ଆଲୋକ ଉପକରଣ |
ଲଣ୍ଠନ ବିଭିନ୍ନ ପ୍ରକାର ଯେମିତି କିରୋସିନ୍, ପେଟ୍ରୋମାକ୍ସ୍ କିମ୍ବା ବିଦ୍ୟୁତ୍ ଚାଳିତ ଆଲୋକ ଉପକରଣ ହୋଇପାରେ। କିନ୍ତୁ ଓଡି଼ଶାରେ ଲଣ୍ଠନ କହିଲେ ସାଧାରଣତଃ କିରୋସିନ୍ ଚାଳିତ ଲଣ୍ଠନକୁ ବୁଝାଯାଏ। ଲଣ୍ଠନ ଭିତରେ ମହମବତୀ, କିରୋସିନ୍ ସଳିତା, ପେଟ୍ରୋମାକ୍ସ୍ ମେଣ୍ଟଲ୍ କିମ୍ବା ବିଦ୍ୟୁତ୍ ବତୀ ଆଲୋକର ଉତ୍ସ ଭାବରେ ବ୍ୟବହାର ହୋଇଥାଏ। ଖୋଲା ଆଲୋକ ଉତ୍ସ ଯେମିତି ମହମବତୀ କିମ୍ବା ଡିବିରି ବତୀରୁ ଅନେକ ପ୍ରକାରେ ଅଗ୍ନି ବିପତ୍ତି ହେବାର ସମ୍ଭାବନା ଥିବା ବେଳେ ଲଣ୍ଠନ ଏକ ନିରାପଦ ବତୀ ଭାବରେ ବ୍ୟବହାର କରାଯାଇଥାଏ। ପ୍ରକୃତରେ ଲଣ୍ଠନର ଉଦ୍ଭାବନ ନିରାପଦ ଆଲୋକ ପାଇବା ଉଦ୍ଦେଶ୍ୟରେ ହିଁ ହୋଇଥିଲା। ଅଧିକନ୍ତୁ ଘର ବାହାରେ ଲଣ୍ଠନର ଆଲୋକ ଉପରେ ପବନର ପ୍ରଭାବ ବିଶେଷ ନଥାଏ।
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ