ଶଗଡ଼

ଶଗଡ଼ ଏକ ଦୁଇ ଚକିଆ ଯାନ ଯାହା କି ବଳଦ କିମ୍ବା ପଣ୍ଡା (ପୋଢ଼)ଦ୍ୱାରା ଟଣା ଯାଇଥାଏ। ବହୁ ପୁରାତନ ଯୁଗରୁ ଶଗଡର ବ୍ୟବହାର ଆମ ସମାଜରେ ଚଳି ଆସିଛି । [୧]ଶଗଡ଼କୁ ମୁଖ୍ୟତଃ ଜିନିଷ ନେବା ଆଣିବା ପାଇଁ ବ୍ୟବହାର କରା ଯାଏ । [୨] ଏହାର ଚକା ଦୁଇଟି ଅଖଦ୍ୱାରା ସଂଯୁକ୍ତ ହୋଇଥାନ୍ତି ।

ଭାରତୀୟ ଶଗଡ଼

ଗଠନ

  1. ଶଗଡ଼ର ମୁଖ୍ୟ ଅଂଶ ମଧ୍ୟରେ ଦୁଇ ଚକ ଓ ଦଣ୍ଡା ଅନ୍ତର୍ଭୁକ୍ତ।
  2. ଦଣ୍ଡା ଦୁଇଟି ଲମ୍ବା କାଠରେ ତିଆରି। ଦୁଇଟି ଦଣ୍ଡା ପଛପଟେ କିଛି ବ୍ୟବଧାନରେ ଥିବା ସ୍ଥଳେ ଆଗପଟେ ଆସି ମିଶି ଥାଆନ୍ତି। ଉଭୟ ଦଣ୍ଡାକୁ ଯୋଡ଼ି ରଖିବା ପାଇଁ ଫଳି ବା ସଂଯୋଗ କାଠ ଲଗା ଯାଇଥାଏ। ଦଣ୍ଡାର ମଝି ଅଂଶ ଅଖରେ ଲାଗିବା ପାଇଁ ମୋଟା କରାଯାଇଥାଏ କିମ୍ବା ଅଲଗା ଏକ କାଠ ଯୋଡ଼ା ଯାଇଥାଏ।
  3. ଚକର ମଝି ଅଂଶକୁ ତୁମ୍ବ କୁହାଯାଏ। ତୁମ୍ବରୁ ବ୍ୟାସାର୍ଦ୍ଧ ଲମ୍ବ କାଠ ସବୁପଟକୁ ଯାଇଥାଏ ଯାହାକୁ ଅର ବା ଦାଣ୍ଡିଆ କୁହାଯାଏ। ଚକର ପରିଧି ପହି ନାମକ କେତେକ ବଙ୍କା କାଠରେ ତିଆରି। ସମ୍ପୂର୍ଣ୍ଣ ଚକକୁ ନାଲ ବା ହାଲ ନାମକ ଲୌହ ଟାୟାର ଧାରଣ କରେ।
  4. ଶଗଡ଼ର ଅଖ କାଠ କିମ୍ବା ଲୁହାରେ ତିଆରି। ଲୁହାରେ ତିଆରି ହେଲେ ମଧ୍ୟ ଦଣ୍ଡା ସହ ଯୋଡ଼ିବା ପାଇଁ କାଠର ଆଧାର ଦରକାର ହୋଇଥାଏ।
  5. ଦଣ୍ଡାର ଆଗରେ ଝୁରା କିମ୍ବା ଜୁଆଳି ବନ୍ଧାଯାଇ ପଶୁଙ୍କ ସାହାଯ୍ୟରେ ଟଣାଯାଇଥାଏ।

ଆଧାର