ଶରତ କୁମାର ସାହୁ

ଓଡ଼ିଆ ଶିଳ୍ପଦ୍ୟୋଗୀ

ଶରତ କୁମାର ସାହୁ, ଜଣେ ଓଡ଼ିଆ ଶିଳ୍ପଦ୍ୟୋଗୀ । ସେ 'ରୁଚି ମସଲା'ର ଜନକ ଏବଂ 'ଓମ ତୈଳ ଓ ଅଟା କଳ'ର ପ୍ରତିଷ୍ଠାତା ।[୧]

ଶରତ କୁମାର ସାହୁ
ଜନ୍ମ (1950-07-22) ୨୨ ଜୁଲାଇ ୧୯୫୦ (ବୟସ ୭୩)
ପ୍ରସିଦ୍ଧିରୁଚି ମସଲା
ପିତାମାତା(s)ବନମାଳି ସାହୁ, ମଇନା ଦେବୀ
ପୁରସ୍କାରସ୍ୱାଭିମାନ ସମ୍ମାନ(ଓଡ଼ିଶା ସରକାର)

ଶରତଙ୍କ ପରିବାର, ଏକଦା କଟକର ରାଣୀହାଟଠାରେ ଏକ ଛୋଟ ହୋଟେଲ କରି ଚଳୁଥିଲେ । ସୁସ୍ୱାଦୁ ଖାଦ୍ୟ ପରିବେଷଣ ପାଇଁ ଏହି ହୋଟେଲଟି ଜଣାଶୁଣା ଥିଲା । ୧୯୭୫ ମସିହାରେ ସରକାର କୌଣସି କାରଣ ବଶତଃ ଏହି ହୋଟେଲଟିକୁ ଭାଙ୍ଗି ଦେଇଥିଲେ । ସୁସ୍ୱାଦୁ ଖାଦ୍ୟ ପରଷିବାର ଶରତ ବାବୁଙ୍କ ଇଚ୍ଛା, ପରବର୍ତ୍ତୀ ସମୟର ରୁଚି ମସଲା ଉଦ୍ୟୋଗକୁ ବାଟ କଢେଇଥିଲା । ୧୯୭୬ ମସିହାରେ ମାତ୍ର ୫୦୦୦ଟଙ୍କାର ମୂଳଧନ ସହିତ, ସେ ଓମ ତୈଳ ଓ ଅଟା କଳ ପ୍ରତିଷ୍ଠା କରିଥିଲେ । କିଛି ସମୟପରେ, ସେ ଏହି କଳରୁ ମସଲା ଓ ସିମେଁଇ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ୧୯୭୮ ମସିହାରେ ବିଜୁ ବାବୁ, ଶରତ ବାବୁଙ୍କୁ ଏକ କର୍ମଶାଳାରେ ଯୋଗଦେବା ପାଇଁ, ଦକ୍ଷିଣ ଆଫ୍ରିକା ପଠାଇଥିଲେ । ସେଠାରୁ, ସେ ଫୁଡ଼ ପ୍ରୋସେସିଂ ବାବଦରେ କଳାକୌଶଳ ଶିକ୍ଷାଗ୍ରହଣ କରି, ନିଜ ବ୍ୟାପାରରେ ଲଗେଇଲେ ଓ ବହୁ ସଫଳତା ହାସଲ କରିଥିଲେ । ସେହି ଧାରା ଏବେ ମଧ୍ୟ ଅବ୍ୟାହତ ରହିଛି ଓ ଇଟାଲୀ ଏବଂ ଦକ୍ଷିଣ କୋରିଆରୁ କଳାକୌଶଳ ଆସି, କଟକ ଖପୁରିଆସ୍ଥିତ ତାଙ୍କ କାରଖାନାରେ ପାସ୍ତା ତିଆରିରେ ବ୍ୟବହାର କରାଯାଉଛି । ରୁଚି ମସଲା ଏବେ ରାଜ୍ୟ ଓ ଦେଶ ମଧ୍ୟରେ ଆବଦ୍ଧ ନରହି, ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି । [୨]

ଶରତ ପିଲାଦିନେ ଜଣେ କବାଡ଼ି ଖେଳାଳି ଥିଲେ ଓ ଓଡ଼ିଶା ଦଳର ଅଧିନାୟକ ମଧ୍ୟ ରହିଥିଲେ । ସେ ଓଡ଼ିଶା କବାଡ଼ି ସଂଘର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩] ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ ତାଙ୍କ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ 'ରୁଚି ପ୍ରତିଭା ସମ୍ମାନ'[୪] ପ୍ରଦାନ କରାଯାଇଥାଏ । [୫] ତାଙ୍କ ଜୀବନୀକୁ ନେଇ ଶରତ ଶତମ୍ ନାମରେ ଏକ ପୁସ୍ତକ ଲେଖାଯାଇଛି ।[୬]

ପୁରସ୍କାର ଓ ସମ୍ମାନ

  • ସ୍ୱାଭିମାନ ସମ୍ମାନ(ଓଡ଼ିଶା ସରକାର) - ୧୯୯୯
  • ବିଜୁ ପଟ୍ଟନାୟକ ମେମୋରିଆଲ ସମ୍ମାନ - ୨୦୦୦
  • ଶ୍ରେଷ୍ଠ ଶିଳ୍ପଦ୍ୟୋଗୀ ସମ୍ମାନ - ୨୦୦୧,୨୦୦୩,୨୦୦୪,୨୦୦୮
  • ଓଡ଼ିଶା ଲିଡରସିପ ଆବାର୍ଡ଼(ଟାଇମ୍ସ ଅଫ ଇଣ୍ଡିଆ) - ୨୦୦୮[୭]
  • ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆବାର୍ଡ଼ - ୨୦୧୩[୮]
  • ପ୍ରୟାସ ସମ୍ମାନ - ୨୦୧୪[୯]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ